Posted inଖେଳ

ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୭: ଠିକ୍‌ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶେଷ ଥର ପାଇଁ ବ୍ଲ୍ୟୁ ଜର୍ସିରେ ଦେଖିବାକୁ ମିଳିଥିଲା। ବର୍ଷେ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପରେ ଅଗଷ୍ଟ ୧୫ ତାରିଖରେ ସନ୍ନ୍ୟାସ ଘୋଷଣା କରିଥିଲେ ଭାରତର ଏହି ମହାନ ଅଧିନାୟକ।

୨୪୦ ରନ୍‌ର ଟାର୍ଗେଟ ପିଛା କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୫ ରନ୍‌ରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ତା’ ପରେ ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକ କ୍ରିଜରେ ଧୈର୍ଯ୍ୟର ସହ ଖେଳିବାକୁ ଉଦ୍ୟମ କରିଥିଲେ। ମାତ୍ର କାର୍ତ୍ତିକ (୬)ଙ୍କୁ ପ୍ୟାଭେଲିଅନ ପଠାଇଥିଲା ଗଲି ଅଞ୍ଚଳରେ ଜିମ୍ମି ନିଶାମଙ୍କ ଚମତ୍କାର କ୍ୟାଚ୍‌। ୫ମ ଉଇକେଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ପନ୍ତ ଯୋଡ଼ିଥିଲେ ୪୭ ରନ୍‌। ସେଟ୍‌ ହୋଇସାରିଥିବା ପନ୍ତ (୩୨) ଓ ପାଣ୍ଡ୍ୟା (୩୨)ଙ୍କୁ ପ୍ୟାଭିଲିଅନ ବାଟ ଦେଖାଇଥିଲେ ମିଚେଲ ସାଣ୍ଟନର। ୩୦.୩ ଓଭର ସୁଦ୍ଧା ଭାରତ ୬ ଉଇକେଟ ହରାଇ ୯୨ ରନ୍‌ କରିଥିଲା।

ଏହିଠୁ ଧୋନୀ ଓ ରବୀନ୍ଦ୍ର ଜାଡେଜାଙ୍କ ଭାଗୀଦାରି ୧୧୬ ରନ୍‌ ଯୋଡ଼ି ଟିମ୍‌ ଇଣ୍ଡିଆକୁ ଫେରାଇ ଆଣିଥିଲେ ମ୍ୟାଚ୍‌କୁ। କିନ୍ତୁ ଜାଡେଜା (୭୭) ଆଉଟ୍‌ ହେବା ପରେ ଚାପ ପଡ଼ିଥିଲା ଧୋନୀଙ୍କ ଉପରେ। ଦୁଇ ରନ୍‌ ନେବାକୁ ଉଦ୍ୟମ କରୁଥିବାବେଳେ ଧୋନୀ(୫୦)ଙ୍କୁ ରନ୍‌ଆଉଟ୍‌ କରିଥିଲା ମାର୍ଟିନ ଗୁପଟିଲଙ୍କ ଡାଇରେକ୍ଟ ଥ୍ରୋ। ଫଳରେ ୪୯.୩ ଓଭରରେ ୨୨୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ଟିମ୍‌ ଇଣ୍ଡିଆ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri