Posted inଖେଳ

ଦୁଇ ଦିନ ତଳେ ୧୫୦ ରନ୍‌ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ

ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ଗୋଟିଏ ମାତ୍ର ଟେଷ୍ଟ ଶେଷ ହେବା ପରେ ଏହି କ୍ରିକେଟର ଟେଷ୍ଟ ଫର୍ମାଟରୁ ବିଦାୟ ନେବେ। ତେବେ ଦୁଇଦିନ ପୂର୍ବେ ଅର୍ଥାତ ଗୁରୁବାର ସେ ନିଜ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଥିବା ବେଳେ ଦୁଇଦିନ ପରେ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କହିରଖୁଛୁ, ମହମୁଦୁଲ୍ଲା ଜିମ୍ବାଓ୍ବେ ବିପକ୍ଷରେ ୧୫୦ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବେତ୍ତମ ଇନିଂସ ଥିଲା। ମୋଟାମୋଟି ଦେଖଇଲେ ସେ ଖେଳିଥିବା ଟେଷ୍ଟ ମ୍ୟାଚ୍‌ର ୯୪ ପାଳିରେ ୨୯୧୪ରନ୍‌ କରିଛନ୍ତି। ଏହାଛଡ଼ା ସେ ୪୩ ଉଇକେଟ ମଧ୍ୟ ନେଇଛନ୍ତି। ସେ ୨୦୦୯ରେ ଟେଷ୍ଟ ଡେବ୍ୟୁ କରିଥିଲେ।

ମହମୁଦୁଲ୍ଲାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସଭାପତି ନଜମୁଲ ହାସନ। ଏକ ସାକ୍ଷାତକାରରେ ସେ କହିଛନ୍ତି କିଏ ବି ଆଧିକାରୀକ ଭାବେ ମୋତେ କିଛି କହିନାହାନ୍ତି। କିନ୍ତୁ ଜଣେ ମୋତେ ଫୋନ କରି ମହମୁଦୁଲ୍ଲା ବର୍ତ୍ତମାନର ଟେଷ୍ଟ ମ୍ୟାଚ୍‌ ପରେ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି। ସେ ଏହି କଥା ଡ୍ରେସିଂ ରୁମ୍‌ରେ ଥିବା ସମସ୍ତଙ୍କୁ କହିଛନ୍ତି ବୋଲି କହିଥିଲେ। ମ୍ୟାଚ୍‌ ସରି ନ ଥିବା ଯୋଗୁ ଏହା ଅସାଧାରଣ ବୋଲି ଲାଗିଲା। ପୂର୍ବରୁ ସେ ତିନୋଟି ଫର୍ମାଟରେ ଖେଳିବାକୁ ଇଚ୍ଛା ରଖିଥିଲେ। ଏଥିପାଇଁ ତାଙ୍କୁ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ହେଲେ ସେ ବର୍ତ୍ତମାନ ଅବସର ବିଷୟରେ କହି ଚକିତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri