Posted inଖେଳ

ଦୁଇ ଦିନ ତଳେ ୧୫୦ ରନ୍‌ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ

ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ଗୋଟିଏ ମାତ୍ର ଟେଷ୍ଟ ଶେଷ ହେବା ପରେ ଏହି କ୍ରିକେଟର ଟେଷ୍ଟ ଫର୍ମାଟରୁ ବିଦାୟ ନେବେ। ତେବେ ଦୁଇଦିନ ପୂର୍ବେ ଅର୍ଥାତ ଗୁରୁବାର ସେ ନିଜ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଥିବା ବେଳେ ଦୁଇଦିନ ପରେ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କହିରଖୁଛୁ, ମହମୁଦୁଲ୍ଲା ଜିମ୍ବାଓ୍ବେ ବିପକ୍ଷରେ ୧୫୦ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବେତ୍ତମ ଇନିଂସ ଥିଲା। ମୋଟାମୋଟି ଦେଖଇଲେ ସେ ଖେଳିଥିବା ଟେଷ୍ଟ ମ୍ୟାଚ୍‌ର ୯୪ ପାଳିରେ ୨୯୧୪ରନ୍‌ କରିଛନ୍ତି। ଏହାଛଡ଼ା ସେ ୪୩ ଉଇକେଟ ମଧ୍ୟ ନେଇଛନ୍ତି। ସେ ୨୦୦୯ରେ ଟେଷ୍ଟ ଡେବ୍ୟୁ କରିଥିଲେ।

ମହମୁଦୁଲ୍ଲାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସଭାପତି ନଜମୁଲ ହାସନ। ଏକ ସାକ୍ଷାତକାରରେ ସେ କହିଛନ୍ତି କିଏ ବି ଆଧିକାରୀକ ଭାବେ ମୋତେ କିଛି କହିନାହାନ୍ତି। କିନ୍ତୁ ଜଣେ ମୋତେ ଫୋନ କରି ମହମୁଦୁଲ୍ଲା ବର୍ତ୍ତମାନର ଟେଷ୍ଟ ମ୍ୟାଚ୍‌ ପରେ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି। ସେ ଏହି କଥା ଡ୍ରେସିଂ ରୁମ୍‌ରେ ଥିବା ସମସ୍ତଙ୍କୁ କହିଛନ୍ତି ବୋଲି କହିଥିଲେ। ମ୍ୟାଚ୍‌ ସରି ନ ଥିବା ଯୋଗୁ ଏହା ଅସାଧାରଣ ବୋଲି ଲାଗିଲା। ପୂର୍ବରୁ ସେ ତିନୋଟି ଫର୍ମାଟରେ ଖେଳିବାକୁ ଇଚ୍ଛା ରଖିଥିଲେ। ଏଥିପାଇଁ ତାଙ୍କୁ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ହେଲେ ସେ ବର୍ତ୍ତମାନ ଅବସର ବିଷୟରେ କହି ଚକିତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri