ଖେଳ

ଆଗାମୀ ୩ ଜନ୍ମ ପାଇଁ ଏହି କାମ କରିବାକୁ ଚାହୁଁଛନ୍ତି ଦାଦା

କୋଲକାତା,୧୯।୫: ବିସିସିଆଇର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବହୁତ ବ୍ୟସ୍ତ ଅଛନ୍ତି। ଆଇପିଏଲ ୨୦୨୧ ସ୍ଥଗିତ ହେବା ଏବଂ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ପରେ ଗାଙ୍ଗୁଲି ବାକି ମ୍ୟାଚ ପାଇଁ ପ୍ରସ୍ତୁତିରେ…

ମିଛ କହି ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

କେପଟାଉନ୍‌,୧୯।୫: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର୍‌ ଏବି.ଡି.ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଆଉ ପ୍ରତ୍ୟାବର୍ତ୍ତନ କରିବେ ନାହିଁ। ଏହି ପରିପ୍ରେକ୍ଷୀରେ କ୍ରିକେଟ ଦକ୍ଷିଣ ଆଫ୍ରିକା କହିଛି ଯେ, ଏବି ଡି ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ ଫେରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି…

କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା…

ଟିକା ନେଇ ଫଶିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କରୋନା ଟିକା ନେଇ ଫଶିଯାଇଛନ୍ତି ଭାରତୀୟ କ୍ରିକେଟର୍‌ କୁଳଦୀପ ଯାଦବ। ମେ ୧୫ରେ, ଟୀକାକରଣର ପ୍ରଥମ ଡୋଜ୍‌ ଗ୍ରହଣ କରିବା ପରେ କୁଳଦୀପ ଯାଦବ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଏବଂ ସମସ୍ତଙ୍କୁ ଟିକା ଦେବାକୁ ଅନୁରୋଧ…

ରେସଲର ହତ୍ୟା ମାମଲା:ସୁଶୀଲଙ୍କୁ ଜାମିନ ମିଳିଲାନି

ନୂଆଦିଲ୍ଲୀ, ୧୯ା୫(ପି.ଟି.)-ସ୍ଥାନୀୟ ଏକ କୋର୍ଟ ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ…

ଶିବସୁନ୍ଦରଙ୍କୁ ଓସିଏର ଅଭିନନ୍ଦନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ମନୋନୀତ ହୋଇଥିବା ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ଓପନର ଶିବସୁନ୍ଦର ଦାସଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଇଂଲଣ୍ଡ ଟୁର୍‌ରେ ଭାରତୀୟ ମହିଳା ଦଳ…

ସିଡ୍‌ନୀରେ ଅଷ୍ଟ୍ରେଲୀୟ ଆଇପିଏଲ୍‌ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌ ଖର୍ଚ୍ଚ ବିସିସିଆଇ ବହନ କରୁଛି: ସିଏ

ସିଡ୍‌ନୀ,୧୯।୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆ କ୍ରିକେଟରମାନେ ଏବେ ସିଡ୍‌ନୀରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କ କ୍ୱାରାଣ୍ଟାଇନ ଖର୍ଚ୍ଚ ବହନ କରିବା ସହ…

ଇଂଲଣ୍ଡ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଖେଳିବେ ଭାରତୀୟ ମହିଳା

ନୂଆଦିଲ୍ଲୀ,୧୯।୫(ପି.ଟି.): ଦୁଇଟି ବଡ଼ ଦଳ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା ମାସରେ ଟେଷ୍ଟ ଖେଳିବ। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆରେ ମଧ୍ୟ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବ। ଭାରତ ଦୀର୍ଘ ୭ ବର୍ଷ ପରେ ଜୁନ୍‌…

ପୂର୍ବତନ ଭାରୋତ୍ତୋଳକ ଜୋଶେଫଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା

ନୂଆଦିଲ୍ଲୀ,୧୯।୫(ପି.ଟି.): ପୂର୍ବତନ ଭାରୋତ୍ତୋଳକ ଜୋଶେଫ ଜେମ୍ସଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨ ଲକ୍ଷ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅନ୍ତର୍ଜାତୀୟ ପାଓ୍ବାର ଲିଫ୍ଟିଂ କୋଚ୍‌ ଜୋଶେଫ ପ୍ରଥମେ କୋଭିଡ୍‌-…

କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୧୯।୫ (ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ପ୍ରଯୋଜକ ତଥା ବ୍ୟବସାୟୀ ଜୋୟିତା ରଏ ଓ ପ୍ରତୀକ କୁମାର ମିଶ୍ର ଏହି ଡକ୍ୟୁମେଣ୍ଟାରୀ ନିର୍ମାଣ କରୁଛନ୍ତି। ଏଥିରେ ଧ୍ୟାନଚାନ୍ଦଙ୍କ ବାଲ୍ୟଜୀବନ ଓ ସଂଘର୍ଷକୁ…

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି କହିଛନ୍ତି। କ୍ୱାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ଭେଟିଥିଲା।…

ଅଷ୍ଟ୍ରେଲିଆ ଖେଳାଳିଙ୍କ କ୍ୱାରେଣ୍ଟିନ ଖର୍ଚ୍ଚ ବହନ କରୁଛି ବିସିସିଆଇ

ସିଡ୍‌ନୀ, ୧୮।୫ : ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆନ ଖେଳାଳି ସ୍ବଦେଶ ପହଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିଛନ୍ତି। ଏଥି ଲାଗି ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏହା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?