Posted inଖେଳ

ସଚିନଙ୍କ ଲାଗି ବର୍ଷର ଶ୍ରେଷ୍ଠ କ୍ୟାଚ୍‌

ନର୍ଥହାମ୍ପଟନ,୧୦।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ହରଲିନ ଦେଓଲଙ୍କ ସୁପରମ୍ୟାନ କ୍ୟାଚ୍‌ ପ୍ରଶଂସକଙ୍କ ମନ ଜିତି ନେଇଛି। ଏପରି କି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବେଶ୍‌ ପ୍ରଭାବିତ କରିଛି ଏହି କ୍ୟାଚ୍‌।

୧୯ତମ ଓଭରରେ ଲଙ୍ଗ ଅଫ୍‌ ଅଞ୍ଚଳକୁ ଏକ ବଡ଼ ଶଟ ଖେଳିଥିଲେ ଇଂଲଣ୍ଡ ବ୍ୟାଟ୍ସଓମେନ ଆମି ଜୋନ୍ସ। ସେଠାରେ ଫିଲ୍ଡିଂ କରୁଥିବା ହରଲିନ ପ୍ରଥମେ ବଲକୁ କ୍ୟାଚ୍‌ କରି ବାଉଣ୍ଡ୍ରି ବାହାରକୁ ଯିବା ପୂର୍ବରୁ ବଲକୁ ଉପରକୁ ଫିଙ୍ଗିଥିଲେ। ତା’ ପରେ ଫିଲ୍ଡ ମଧ୍ୟକୁ ସୁପରମ୍ୟାନ ଭଳି ଡେଇଁ ନେଇଥିଲେ କ୍ୟାଚ୍‌। ହରଲିନଙ୍କ ଏହି କ୍ୟାଚ୍‌ ଏତେ ଆକର୍ଷକ ଥିଲା ଯେ, ତାଳି ନ ମାରି ରହିପାରି ନ ଥିଲେ ପ୍ରତିପକ୍ଷ ଦଳର ଖେଳାଳିମାନେ।

ହରଲିନଙ୍କ ଏହି କ୍ୟାଚ୍‌ର ଭିଡିଓ ଶେୟାର କରି ସଚିନ ଲେଖିଛନ୍ତି, ହରଲିନଙ୍କ ଚମତ୍କାର କ୍ୟାଚ୍‌। ନିଶ୍ଚିତ ଭାବେ ଏହା ମୋ ପାଇଁ ବର୍ଷର ଶ୍ରେଷ୍ଠ କ୍ୟାଚ୍‌। ସଚିନଙ୍କ ଭଳି ଇଂଲଣ୍ଡ କ୍ରିକେଟ, ଭିଭିଏସ୍‌ ଲକ୍ଷ୍ମଣ, ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ମଧ୍ୟ ଭିଡିଓ ଶେୟାର କରି ହରଲିନଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏକଦବିସୀୟ,ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ରାଞ୍ଚିରେ ଖେଳାଯିବ। ଟିମ ଇଣ୍ଡିଆ...

ଲଗାତର ୩ୟ ଗୋଲ୍ଡେନ ବୁଟ୍‌ ଜିତିଲେ ମେସି

ବାର୍ସିଲୋନା, ୧୭।୧୦ (ଏଏଫ୍‌ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍‌ ଲିଗ୍‌ରେ ମୋଟ୍‌ ଉପରେ ୬ଷ୍ଠ ଥର ପାଇଁ ଟପ୍‌ ଗୋଲ ସ୍କୋରର୍‌ ହୋଇଛନ୍ତି। ୨୦୧୮-୧୯...

ଗଭର୍ନର୍ସ କପ୍‌ ବକ୍ସିଂ: ଅମିତଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଭାରତୀୟ ବକ୍ସର ଅମିତ ପଙ୍ଘାଲ (୫୨କେଜି) ସେଣ୍ଟ ପିଟରବର୍ଗସଠାରେ ଚାଲିଥିବା ଗଭର୍ନର୍ସ କପ୍‌ ବକ୍ସିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେମିଫାଇନାଲରେ ବିଶ୍ୱ...

ପିତାଙ୍କ ଚା’ ଦୋକାନ, ମା’ ଚରାଉଛନ୍ତି ଗାଈ:ପୁଅ କ୍ରିକେଟ୍‌ରେ କଲେ କମାଲ୍‌

ଚେନ୍ନାଇ, ୯।୯: ଲଗାତର ଦ୍ୱିତୀୟଥର ପାଇଁ ତାମିଲନାଡୁ ପ୍ରିମିୟର୍‌ ଲିଗ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି ଚେପକ୍‌ ସୁପର୍‌ ଗିଲିଜ୍‌। ବାମହାତୀ ବୋଲର୍‌ ଜି.ପେରିୟାସ୍ବାମୀଙ୍କ ଦମ୍‌ଦାର୍‌...

ସବୁ କିଛି ପରେ ବି ଜିତିପାରିଲା ନାହିଁ ଭାରତ

କାନପୁର,୨୯।୧୧: ସବୁ କିଛି ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଇ ନାହିଁ କାନପୁର ଟେଷ୍ଟର ଫଳାଫଳ। ଶେଷରେ ଡ୍ର’ ସହ ଶେଷ ହୋଇଛି ନ୍ୟୁଜିଲାଣ୍ଡ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ଦ୍ୱିତୀୟ ପରାଜୟ

ଗୁଆହାଟୀ, ୨୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସଂସ୍କରଣରେ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି।...

ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ...

ପନ୍ତଙ୍କୁ ଫଲୋ କରୁଛନ୍ତି ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ପ୍ରକାଶ କରିବାକୁ ଆଦୌ ଭୁଲନ୍ତି ନାହିଁ। ପ୍ରତ୍ୟକ୍ଷରେ...

Advertisement
Archives

Model This Week