Posted inଖେଳ

ଜନ୍ମ ପରେ ମତ୍ସଜୀବୀଙ୍କ ପିଲା ସହ ଅଦଳବଦଳ ହୋଇଯାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର; ଏପରି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଇତିହାସରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ କିମ୍ବଦନ୍ତୀ ବା ମହାନ ଖେଳାଳି ଆଖ୍ୟା ମିଳିଛି। ଏଥିମଧ୍ୟରୁ ପୂର୍ବତନ ଭାରତୀୟ ଓପନର ତଥା ଅଧୀନାୟକ ସୁନୀଲ ଗାଭାସ୍କର ଅନ୍ୟତମ। ସନି ଏବଂ ଲିଟିଲ୍‌ ମାଷ୍ଟର ନାମରେ ଜଣାଶୁଣା ଏହି ମହାନ ବ୍ୟାଟ୍ସମ୍ୟାନ ସାରା ବିଶ୍ୱରେ ନିଜର ପ୍ରତିଭାକୁ ପ୍ରମାଣିତ କରିଛନ୍ତି। ଆଜି ସେ ନିଜର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି।

୧୯୪୯ ଜୁଲାଇ ୧୦ରେ ସୁନୀଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ଗାଭାସ୍କର ଜନ୍ମ ହୋଇଥିଲେ, ତାଙ୍କୁ ଡାକ୍ତରଖାନାରେ ଜଣେ ମତ୍ସ୍ୟଜୀବୀଙ୍କ ପିଲାଙ୍କ ସହ ଅଦଳବଦଳ କରାଯାଇଥିଲା। ହେଲେ ଗାଭାସ୍କରଙ୍କ ମାମୁଁ ଏହା ଜାଣିପାରିଥିଲେ। କାନରେ ଥିବା ଜନ୍ମ ଚିହ୍ନ ଦେଖି ପିଲା ବଦଳ ହୋଇଥିବା ନେଇ ସେ ଅନ୍ୟମାନଙ୍କୁ କହିଥିଲେ। ଶେଷରେ ତାଙ୍କୁ ଗାଭାସ୍କରଙ୍କୁ ଚିହ୍ନିବା ସହଜ ହୋଇଥିଲେ। ମାତ୍ର ଯଦି ଉକ୍ତ ଦିନ ସେ ବଦଳ ହୋଇଯାଇଥାନ୍ତେ ବୋଧହୁଏ ପଶ୍ଚିମ ଉପକୂଳରେ ମତ୍ସ୍ୟଚାଷୀ ଭାବେ ବଡ଼ ହୋଇଥାନ୍ତେ ବୋଲି ଗାଭାସ୍କର କହିଥିଲେ।

ଉଚ୍ଚତା ଛୋଟ ହୋଇଥିଲେ ହେଁ ଏହି ମହାନ ଖେଳାଳି ୧୯୭୧ ମାର୍ଚ୍ଚରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ନଖ ସଂକ୍ରମଣ ଯୋଗୁ ସେ ଉକ୍ତ ଟେଷ୍ଟରେ ଖେଳିବାର ସୁଯୋଗ ପାଇ ନ ଥିଲେ। ହେଲେ ଦ୍ୱିତୀୟ ଟେଷ୍ଟରେ ସେ ମଇଦାନକୁ ଓହ୍ଲାଇ ୬୫ ଓ ୬୭ ରନ୍‌ର ଦୁଇଟି ଇନିଂସ ଖେଳିଥିଲେ। ସୁନିଲଙ୍କ ରନ୍‌ ଯୋଗୁ ଭାରତ ସେମାନଙ୍କ ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳକୁ ପରାସ୍ତ କରିଥିଲା। ଏହିଭଳି ଭାବେ ସୁନିଲଙ୍କ ପାଇଁ ପ୍ରଥମ ମ୍ୟାଚ୍‌ ବେଶ ଖାସ୍‌ ପାଲଟିଥିଲା।

ବ୍ୟକ୍ତିଗତ ଜୀବନକୁ ଦେଖିଲେ କାନପୁରର ଚମଡ଼ା ବ୍ୟବସାୟୀଙ୍କ ଝିଅ ମାର୍ଶନିଲଙ୍କୁ ବିବାହ କରିଛନ୍ତି। ତାଙ୍କର ପୁଅ ମଧ୍ୟ ଭାରତ ପାଇଁ ଖେଳିଥିଲେ। ଗାଭାସ୍କରଙ୍କ ପୁଅ ରୋହନ ଗାଭାସ୍କର ଭାରତ ପାଇଁ ୧୧ ଓଡିଆଇ ଖେଳିଥିଲେ ମଧ୍ୟ ସେ ତାଙ୍କ ପିତାଙ୍କ ଭଳି ଚମକି ପାରି ନ ଥିଲେ। ଦଳରେ ଅଧିକ ସମୟ ରହି ନ ପାରିବା ଯୋଗୁ ସେ କ୍ରିକେଟ କମେଣ୍ଟ୍ରିରେ କ୍ୟାରିୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?