Posted inଖେଳ

ଓ୍ବିମ୍ବେଲଡନ ଟେନିସ: ବାର୍ଟି ନୂଆ ଚାମ୍ପିୟନ

ଲଣ୍ଡନ, ୧୧।୭: ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ନୂଆ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ବାର୍ଟି ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ୬-୩, ୬-୭(୪/୭), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ବାର୍ଟି ପ୍ରଥମ ସେଟ୍‌କୁ ସହଜରେ ଜିତିଥିଲେ ହେଁ ଦ୍ୱିତୀୟ ସେଟ୍‌ରେ ପ୍ଲିସ୍‌କୋଭା କଡ଼ା ଚ୍ୟାଲେଞ୍ଜ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ତୃତୀୟ ରାଉଣ୍ଡରେ ସହଜ ବିଜୟ ସହ ବାଜି ମାରିଥିଲେ ଅଷ୍ଟ୍ରେଲୀୟ ଟେନିସ ତାରକା। ବାର୍ଟି ପୂର୍ବରୁ କେବେହେଲେ ଓ୍ବିମ୍ବେଲଡନ ଫାଇନାଲ ଖେଳି ନ ଥିଲେ। ୨୦୧୯ରେ ଫ୍ରେଞ୍ଚ୍‌ ଓପନ ଜିତିଥିବା ଏହି ତାରକା ଖେଳାଳି ୨୦୨୧ରେ ଓ୍ବିମ୍ବେଲଡନ ଟାଇଟଲ ସ୍ବାଦ ଚାଖିଛନ୍ତି। ଫଳରେ ତାଙ୍କ ଗ୍ରାଣ୍ଡସ୍ଲାମ ବିଜୟ ସଂଖ୍ୟା ୨ରେ ପହଞ୍ଚତ୍ଛି। ୨୦୨୦ରେ ସେ ଅଷ୍ଟ୍ରେଲିଆନ ଓପନରେ ସର୍ବାଧିକ ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିବାବେଳେ ୨୦୧୮ ଓ ୨୦୧୯ରେ ୟୁଏସ୍‌ ଓପନରେ ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ। ମହିଳା ଡବଲ୍ସରେ ସେ ୨୦୧୮ରେ ୟୁଏସ୍‌ ଓପନ ଚାମ୍ପିୟନ ହୋଇଥିବାବେଳେ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ, ୨୦୧୭ରେ ଫ୍ରେଞ୍ଚ୍‌ ଓପନ ଏବଂ ୨୦୧୩ରେ ଓ୍ବିମ୍ବେଲଡନ ଫାଇନାଲ ଖେଳିବାର ଅଭିଜ୍ଞତା ରଖିଥିଲେ। ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସରେ ସେ ୨୦୧୪ ଅଷ୍ଟ୍ରେଲିଆନ ଓପନ ଦ୍ୱିତୀୟ ରାଉଣ୍ଡ, ୨୦୧୩ ଫ୍ରେଞ୍ଚ୍‌ ଓପନ ପ୍ରଥମ ରାଉଣ୍ଡ, ୨୦୧୩ ଓ୍ବିମ୍ବେଲଡନ କ୍ୱାର୍ଟର ଫାଇନାଲ ଏବଂ ୨୦୧୪ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ପ୍ଲିସ୍‌କୋଭାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଆଶା ଅସମ୍ପୂର୍ଣ୍ଣ ରହିଯାଇଛି। ସେ ୨୦୧୬ରେ ୟୁଏସ୍‌ ଓପନର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଚାମ୍ପିୟନ ହୋଇପାରି ନ ଥିଲେ। ୨୦୧୯ରେ ସେ ଅଷ୍ଟ୍ରେଲିଆନ ଓପନର ସେମିଫାଇନାଲ ଏବଂ ୨୦୧୭ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରୁ ବିଦାୟ ନେଇଥିଲେ। ମହିଳା ଡବଲ୍ସ କିମ୍ବା ମିକ୍ସଡ ଡବଲ୍ସରେ ମଧ୍ୟ ସେ କେବେହେଲେ ଟାଇଟଲ ସ୍ବାଦ ପାଇ ନାହାନ୍ତି।
ଟପ୍‌ ସିଡ୍‌ ବାର୍ଟି ୧୯୮୦ ପରେ ପ୍ରଥମ ଅଷ୍ଟ୍ରେଲିଆନ ମହିଳା ଭାବେ ଅଲ୍‌ ଇଂଲଣ୍ଡ କ୍ଲବରେ ଚାମ୍ପିୟନ ହୋଇଛନ୍ତି। ସେତେବେଳେ ଅଷ୍ଟ୍ରେଲିଆର ଇଭୋନି ଗୋଲାଗଙ୍ଗ ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଥିଲେ। ଗୋଲାଗଙ୍ଗ୍‌ଙ୍କଠାରୁ ପ୍ରେରଣା ପାଇ ସେ ଏହି ସଫଳତା ପାଇଛନ୍ତି ବୋଲି ବାର୍ଟି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ୨୫ ବର୍ଷୀୟା ବାର୍ଟି ଏକ ଦଶନ୍ଧି ପୂର୍ବରୁ ଓ୍ବିମ୍ବେଲଡନ ଜୁନିୟର ଚାମ୍ପିୟନ ହୋଇଥିଲେ। ଏହାପରେ ସେ ୨ ବର୍ଷ କ୍ରିକେଟକୁ କ୍ୟାରିୟର କରିଥିଲେ। ମାତ୍ର ପରେ ପୁଣି ପେସାଦାର ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମିକ୍ସଡ ଡବଲ୍ସ ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇ ହାରିଏଟ ଡାର୍ଟ ଓ ଜୋ ସାଲିସବୁରୀ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ମ୍ୟାଚରେ ଏହି ଯୋଡ଼ି କ୍ୱେଟେ ପେଶ୍ଚକ ଓ କେଭିନ କ୍ରାଓ୍ବିଜଙ୍କୁ ୬-୨, ୪-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri