ଯୁବତୀଙ୍କ ପେଟରୁ ବାହାରିଲା ୫୭ କେଜି ଟ୍ୟୁମର
ଖୋର୍ଦ୍ଧା ଅଫିସ,୨୮ା୧୦: ଦୀର୍ଘ ୧୦ବର୍ଷ ଧରି ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ଯୁବତୀଙ୍କ ପେଟକୁ ସୋମବାର ଅସ୍ତ୍ରୋପଚାର କରାଯାଇ ୫୭କେଜି ଓଜନର ଟ୍ୟୁମର ବାହାର କରାଯାଇଛି। ଯୁବତୀ ଜଣକ ହେଲେ ନବରଙ୍ଗପୁର ଜିଲା ଅଞ୍ଚଳାଡ଼ିହି ପଣ୍ଡ୍ରିପାଖନା କଚରପଡ଼ା ଗ୍ରାମର ଫୁଲମତୀ ଗଣ୍ଡ(୨୫)।…
ଖସିଲା ରାତି ତାପମାତ୍ରା
ଭୁବନେଶ୍ୱର, ୨୮ା୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ ଖସିବାରେ ଲାଗିଛି ରାତିରେ ତାପମାତ୍ରା। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବ। ଏଥିସହ ଶୀତ ବଢ଼ିବ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ…
ରୁକ୍ମିଣୀ ଦେବୀଙ୍କ ପରଲୋକ
କୋଣାର୍କ,୨୮ା୧୦(ଡି.ଏନ୍.ଏ.): ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିୟନ୍ତ୍ରିକା ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀଙ୍କର ୭୫ ବର୍ଷ ବୟସରେ ମଙ୍ଗଳବାର କଟକ ବିଡ଼ାନାସୀସ୍ଥ ଶୋଭନୀୟ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟାଳୟଠାରେ ପରଲୋକ ହୋଇଯାଇଛି। ରବିବାର ଅସୁସ୍ଥତା କାରଣରୁ କୋଣାର୍କରୁ ସେ…
ଆଜି ଭର୍ଚୁଆଲ ପ୍ରଚାର କରିବେ ନବୀନ
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ…
ନଭେମ୍ବର ପହିଲାରୁ ଧାନ ସଂଗ୍ରହ
ଭୁବନେଶ୍ୱର, ୨୮ା୧୦(ବ୍ୟୁରୋ): ନଭେମ୍ବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ରାଜ୍ୟରେ ୧୪.୯୭ ଲକ୍ଷ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ୨୦୧୯-୨୦ ଆର୍ଥିକବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ। ଗତବର୍ଷ ୧୨.୩୫ ଲକ୍ଷ ଚାଷୀ ନାମ…
କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଶ୍ରେଷ୍ଠ ସାହିତ୍ୟକୃତି ଲାଗି ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୦୧୭ରେ ଫ୍ରେଣ୍ଡସ୍ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ତାଙ୍କ ରଚିତ…
ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ୨ ନିଖୋଜ
କୋରାପୁଟ,୨୮ା୧୦(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ରବିବାର ଏକ ଦେଶୀ ଡଙ୍ଗା ବୁଡ଼ି ୩ ଜଣ ଯୁବକ ନିଖୋଜ ହୋଇଯାଇଥିଲେ। ସେମାନେ ହେଲେ ପ୍ରଶାନ୍ତ ଖରା, ଚିତ୍ତ ଖିଲ ଓ ମନୋଜ କୁର୍ତ୍ତାଲ। ଖବର ପାଇ କୋରାପୁଟ…
ପରାଗ ଗୁପ୍ତା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ: ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୮୮ ବ୍ୟାଚ ଆଇଏଏସ୍ ଅଫିସର ପରାଗ ଗୁପ୍ତାଙ୍କୁ…
ପରମ୍ପରା ବଞ୍ଚାଇବାକୁ ପ୍ରୟାସ
ଢେଙ୍କାନାଳ ଅଫିସ, ୨୮।୧୦ – ଦଶହରା ପରେ ଲକ୍ଷ୍ମୀପୂଜା ଉପରେ ଢାଙ୍କିଛି କରୋନା କଳାବାଦଲ। ପାର୍ବଣର ଅନ୍ୟତମ ପ୍ରମୁଖ ଉତ୍ସବକୁ ନେଇ ଚଳିତବର୍ଷ ନାହିଁ ଉତ୍ସାହ କି ଉଦ୍ଦୀପନା। କରୋନା ସଂକ୍ରମଣ କାରଣରୁ ଢେଙ୍କାନାଳର ଗଣପର୍ବ ଚଳିତବର୍ଷ ଭକ୍ତଶୂନ୍ୟ ହେବ ବୋଲି…
ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ, ପୁରୁଷଙ୍କୁ ରୌପ୍ୟ
ଚେନ୍ନାଇ: ଏସିଆନ୍ ନେସନ୍ସ (ରିଜିଅନ୍ସ) ଅନ୍ଲାଇନ୍ ଟିମ୍ ଚେସ୍ ଚାମ୍ପିୟନଶିପ୍ରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ ଏବଂ ପୁରୁଷ ଦଳକୁ ରୌପ୍ୟ ପଦକ ମିଳିଛି। ମହିଳା ଦଳର ସଦସ୍ୟା ଭାବରେ ଓଡ଼ିଶାର ପଦ୍ମିନୀ ରାଉତ ମଧ୍ୟ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ସେ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୬୪, ମୟୁରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗୀରରୁ ୮୬, ବରଗଡରୁ ୭୯,…
ଦିଲୀପ ରାୟଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଦଣ୍ଡାଦେଶକୁ ସସ୍ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ତାଙ୍କ ୩ ବର୍ଷର ଜେଲ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ସସ୍ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ…
Archives


