ଆକର୍ଷଣ ସାଜିଛି ହାତ ତିଆରି ସାମଗ୍ରୀ

ଭୁବନେଶ୍ୱର, ୨୫।୨ (ବ୍ୟୁରୋ) :ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ  ଆରମ୍ଭ ହୋଇଛି। ବୁଧବାର ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ମୋଟ ୧୧୦ଟି ଷ୍ଟଲ୍‌ ଖୋଲିଥିବାବେଳେ ୨୧ ଜିଲାରୁ ଶିଳ୍ପୀମାନେ ସେମାନଙ୍କ ହାତ ତିଆରି ସାମଗ୍ରୀ ସହ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଚାଲିବ। ଉଦ୍‌ଘାଟନ ଅବସରରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ କୈଳାସ ଚନ୍ଦ୍ର ସାହୁ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସନାତନ ନାୟକ, ସ୍ବତନ୍ତ୍ର ଅଧିକାରୀ ଏସ୍‌. ଆର୍‌. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ବିଭିନ୍ନ ଷ୍ଟଲ୍‌ ବୁଲିବା ସହ କାରିଗର ଓ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଦର୍ଶନୀରେ କାରିଗରଙ୍କ ନୂଆ ପୁରୁଣା ହାତ ତିଆରି ଜିନିଷ ଆକର୍ଷଣ ସାଜିଛି।
ପଟଚିତ୍ରର ଦାମ୍‌ ୧୨୦୦ରୁ ୩୦ହଜାର
ପ୍ରଦର୍ଶନୀରେ ପଟଚିତ୍ରର ସ୍ବତନ୍ତ୍ର ଷ୍ଟଲ୍‌ ଖୋଲିଛି। କଟନ୍‌ ଶାଢି, ତେନ୍ତୁଳି ମଞ୍ଜି ଏବଂ ଖଡି ପାଉଡରରେ ନିର୍ମିତ ଏକ ପ୍ରକାର ଚାଦର ଉପରେ ନିର୍ମିତ ପଟଚିତ୍ର ଓଡ଼ିଶାର ସମୃଦ୍ଧ କଳାକୁ ପ୍ରମାଣିତ କରୁଛି। ପ୍ରଥମେ ତେନ୍ତୁଳି ମଞ୍ଜିକୁ ପାଣିରେ ଭିଜାଇ ତାହାକୁ ପାଲିସ କରି ବଟାଯାଏ। ପରେ ସେଥିରେ କଟନ ଶାଢିକୁ ବତୁରାଇ ଖଡି ପାଉଡର ମିଶାଇ ଟାଣ ଖରାରେ ଶୁଖାଯାଇଥାଏ। ବଡ ପଥର ସାହାଯ୍ୟରେ ତାହାକୁ ଘଷି ଚିକ୍କଣ କରାଯିବା ପରେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଏ। ବଡ଼ ପଟଚିତ୍ର ତିଆରି ପାଇଁ ପ୍ରାୟ ୨ରୁ ୩ମାସ ସମୟ ଲାଗିଥାଏ। ଦାମ ୧୨୦୦ ଟଙ୍କାରୁ ଆରମ୍ଭ ହୋଇ ୩୦ ହଜାର ପର୍ଯ୍ୟନ୍ତ ରହିଛି। ସେହିପରି ସିଲ୍ମ ଟସର ଉପରେ ମଧ୍ୟ ପଟଚିତ୍ରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଡ୍ୟାନ୍ସିଂ ଗଣେଶ, କୃଷ୍ଣଙ୍କ ରାସଲୀଳା, ନର୍ତ୍ତକୀ ଆଦି ଅନେକ ସୁନ୍ଦର ଚିତ୍ର ଅଙ୍କନ କରାଯାଇଛି।
କଠଉ ଆକ୍ୟୁପ୍ରେସର, କାଠରେ ପଟଚିତ୍ର
ମେଳାରେ ନୟାଗଡ ଖଣ୍ଡପଡାରୁ ଆସିଥିବା କୁମାରୀ ପାତ୍ରଙ୍କ ଷ୍ଟଲ୍‌ରେ ନିଆରା ତଥା ହଜିଯାଉଥିବା ବହୁ ସାମଗ୍ରୀ ରହିଛି। ଦୀର୍ଘ ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେବ କାଠରେ ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିଭିନ୍ନ ଉପାୟରେ ଆକର୍ଷଣୀୟ ଛାପ ଦେଉଛନ୍ତି। କାଠରେ ପଟଚିତ୍ର ଓ କଠଉର ଚାହିଦା ଭଲ ରହୁଥିବାବେଳେ ଟେବୁଲ ଲାଇଟ୍‌, ନଟୁ, ସିନ୍ଦୂର ଫରୁଆ, କାଠ ହେମଦସ୍ତା, ଖାଇବା ପ୍ଲେଟ ପ୍ରାୟ ସବୁଥିରେ ପଟଚିତ୍ରର ଝଲକ ଦେଖିବାକୁ ମିଳୁଛି। ଶିରିଶ କାଠରେ ତିଆରି କଠଉର ମୂଲ୍ୟ ୨୮୦ ଟଙ୍କା ରହିଥିବାବେଳେ ଏଥିରେ ଆକ୍ୟୁପ୍ରେସର ଗୁଣ ରହିଛି।
ପଟଚିତ୍ର କେଟିଲ୍‌, ଓଡ଼ିଶୀ କଷ୍ଟ୍ୟୁମ୍‌
ଆଲୁମିନିୟମ୍‌ରେ ତିଆରି ଚା’ କେଟିଲ୍‌ ଉପରେ ପଟଚିତ୍ରର କାରୁକାର୍ଯ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏହାର ଦାମ ୮୫୦ଟଙ୍କା ରହିଛି। ସେହିପରି ସାଲେପୁରରୁ ଆସିଥିବା ଅକ୍ଷୟ କୁମାର ସେଠୀଙ୍କ କାର୍ଡବୋର୍ଡ, କପଡା, ବାଉଁଶ, କାଠରେ ନିର୍ମିତ ପାଲିଙ୍କି, ରଥ, ଡଙ୍ଗା ଆଦି ଦେଖିବାକୁ ଓ କିଣିବାକୁ ଭିଡ଼ ଜମୁଛି। ଏହା ବ୍ୟତୀତ ପୁରୀରୁ ଆସିଥିବା ସୌମ୍ୟରଞ୍ଜନ କରଙ୍କ ରୁପାରେ ନିର୍ମିତ ଇଅରିଂ, ଓଡ଼ିଶୀ କଷ୍ଟ୍ୟୁମ୍‌ ପ୍ରଦର୍ଶନୀର ଅନ୍ୟ ଏକ ଆକର୍ଷଣ ସାଜିଛି।
କାଗଜମଣ୍ଡରୁ ସୁନ୍ଦର କଳାକୃତି
ପ୍ରଦର୍ଶନୀରେ ଆକର୍ଷଣ ସାଜିଛି କାଗଜମଣ୍ଡଳରୁ ସୁନ୍ଦର କଳାକୃତି। ପିପିଲି ଅଞ୍ଚଳର ସୂର୍ଯ୍ୟନାରାୟଣ ସାହୁ କାଚ ବୋତଲ ଉପରେ କାଗଜ ମଣ୍ଡ ଦେଇ ଆକର୍ଷଣୀୟ କଳାକୃତି ତିଆରି କରିଥିବାବେଳେ କାର୍ଡବୋର୍ଡରେ ନିର୍ମିତ କୁଲା, ବକ୍ସ ଲାଇଟ୍‌, ଫଟୋ ଫ୍ରେମ୍‌, ପେନ୍‌ ଷ୍ଟାଣ୍ଡ୍‌ ଆଦି ଗ୍ରାହକଙ୍କୁ ଆକର୍ଷିତ କରୁଛି। ଗତ ୧୦ ବର୍ଷ ଧରି ସେ ଏହି କଳାକୃତି ତିଆରି କରୁଥିବା ସୂର୍ଯ୍ୟ ନାରାୟଣ କହିଛନ୍ତି। କାଚ ବୋତଲକୁ ଆଣିବା ପରେ କଇଁଆ ଅଠା ସାହାଯ୍ୟରେ ସେଥିରେ କାଗଜ ଗୁଣ୍ଡ ଗୋଳାଯାଇଥାଏ। ତା’ପରେ କାଗଜ ମଣ୍ଡ ସାଙ୍ଗକୁ ବିଭିନ୍ନ ରଙ୍ଗ ଲଗାଇ ସେଥିରେ ଡିଜାଇନ୍‌ ପ୍ରସ୍ତୁତ କରାଯାଏ। ୧୦ରୁ ୧୫ଟି ବୋତଲ ଉପରେ ଡିଜାଇନ୍‌ କରିବାକୁ ପ୍ରାୟ ୨ରୁ ୩ ଦିନ ସମୟ ଲାଗିଥାଏ। ଏଗୁଡିକର ଦାମ୍‌ ୮୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କାଗଜରେ ନିର୍ମିତ ଛୋଟ କୁଲାର ଦାମ୍‌ ୨୫୦ ଟଙ୍କା ରହିଥିବାବେଳେ ବଡ କୁଲାର ଦାମ୍‌ ୨ହଜାର ଟଙ୍କା ରହିଛି। ସେହିପରି ବକ୍ସ ଲାଇଟ୍‌ର ଦାମ୍‌ ୧୪୦୦ ଟଙ୍କା ରହିଛି ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri