Posted inଜାତୀୟ

‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’

କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି। ତାଙ୍କ ପୁତୁରା ତଥା ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରାଙ୍କୁ ସିବିଆଇ ତଦନ୍ତରେ ସାମିଲ କରାଯାଇଥିବାରୁ ମମତା ଭାଜପାକୁ କଡ଼ା ସମାଲୋଚନା କରିଥିଲେ। ପଶ୍ଚିମବଙ୍ଗର ହୁଗ୍‌ଲିଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ତୃଣମୂଳ କଂଗ୍ରେସ ନେତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସବୁଠୁ ବଡ଼ ଦଙ୍ଗାବାଜ୍‌ ଓ ଦୈତ୍ୟ କହିଥିଲେ। ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ପରାଜିତ ହୋଇଥିଲେ। ଆଗାମୀ ଦିନରେ ମୋଦିଙ୍କ ପାଇଁ ଏହାଠାରୁ ଆହୁରି ଖରାପ ସମୟ ଅପେକ୍ଷା କରିଛି। ମମତା ଗୋଲ୍‌କିପର ହେବେ ଏବଂ ଭାଜପାକୁ ଗୋଟିଏ ବି ଗୋଲ୍‌ ସ୍କୋର କରିବାକୁ ଦେବେନାହିଁ ବୋଲି କହିଥିଲେ।

ଟିଏମ୍‌ସିରେ ମନୋଜ ତିଓ୍ବାରୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଥିଲେ। ଭାଜପା ବିଭାଜନ ରାଜନୀତି ଚଳାଇଥିବାବେଳେ ମମତା ବାନାର୍ଜୀ ଲୋକଙ୍କୁ ଏକାଠି କରିବା ଲାଗି ଉଦ୍ୟମ ଚଳାଇଥିବା ମନୋଜ କହିଥିଲେ। ସେ କୌଣସି ଅଞ୍ଚଳ ଭିତ୍ତିରେ ନୁହେଁ ବରଂ ଦେଶ ପାଇଁ କ୍ରିକେଟ ଖେଳୁଥିଲେ। ଆଜିଠାରୁ ଏକ ନୂଆ ଯାତ୍ରା ଆରମ୍ଭ ହେଲା ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁଇସିଲ ମାରିବାରୁ ପିଟିଲେ ସାର୍‌, ହସ୍ପିଟାଲରେ ୧୦ ଛାତ୍ର

ଫତେହାବାଦ୍‌,୭।୯: କ୍ଲାସରେ ହୁଇସିଲ ମାରିବାକୁ ନେଇ ୪୦ ଛାତ୍ରୀଛାତ୍ରଙ୍କୁ କିଛି ଶିକ୍ଷକ ବାଡ଼ିରେ ମାଡ଼ ମାରିଥିବା ହରିୟାଣାର ଫତେହାବାଦ ଜିଲା ତୋହାନା ଥାନାରେ ଅଭିଯୋଗ ହୋଇଛି।...

ମୋଦିଙ୍କ ଜନ୍ମଦିନରେ ଏହି କାର୍ଯ୍ୟ ଆରମ୍ଭ କରିବେ ସ୍ମୃତି ଇରାନୀ

ଆମେଠି,୨।୯: ଟୋକିଓ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆମେଠିରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବାକୁ...

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ,୧୦।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ଶପଥ ନେଇଛନ୍ତିି। ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ସୋମବାର ଦିନ ୧୨ଟାରେ ରାଜ୍ୟପାଳ ଜଗଦୀଶ ମୁଖୀ...

୩ ମାସରେ ୩ ଝିଅ ନିଖୋଜ ହେବା ପରେ ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୁଜାଫାରନଗର, ୨୪।୫ : ଉତ୍ତର ପ୍ରଦେଶର ମୁଜାଫରନଗରର ସୁଜୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ୩ ଝିଅ ଗତ ୩ ମାସରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା...

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ,୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ...

ଉତ୍ତରପ୍ରଦେଶ ସମେତ ଏହି ୫ ରାଜ୍ୟର ନିର୍ବାଚନରେ ଭାଜପା ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ଆରମ୍ଭରେ ହୋଇଥିବା ୫ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ୩୪୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ...

କେନାଲରେ ବୁଡ଼ିଲା ହାଇସ୍ପିଡ୍‌ କାର; ଗୋଟିଏ ପରିବାରର ୫ ମୃତ

ପ୍ରୟାଗରାଜ, ୧୪।୧୦: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଗୋଟିଏ କେନାଲ...

ବିପୁଳ ସଂଖ୍ୟାରେ ଭୋଟ ଦେବାକୁ କର୍ନାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ନଡରେ ଟୁଇଟ୍‌ କରି କର୍ନାଟକବାସୀଙ୍କୁ...

Advertisement
Archives

Model This Week