Posted inଫୁରସତ

୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍‌, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା

ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର କରିଛନ୍ତି। ଉଷାକାନ୍ତ ନାମକ ଜଣେ ଇଞ୍ଜିନିୟର ନିଜର ପୁରୁଣା ବାଇକ୍‌କୁ ଇଲେକ୍ଟ୍ରିକ୍‌ ବାଇକ୍‌କୁ ପରିବର୍ତ୍ତନ କରିଦେଇଛନ୍ତି। ଯାହା କି ପ୍ରଦୂଷଣ ରୋକିବା ସହ ବିନା ପେଟ୍ରୋଲରେ ଗଡୁଛି।

ଉଷାକାନ୍ତ ବିଜୁଳି ବଭାଗରେ ଲାଇନମ୍ୟାନ ଭାବରେ କାମ କରନ୍ତି। ସେ ଏପରି ଭିନ୍ନ ଧରଣର ବାଇକ୍‌ ତିଆରି କରିଛନ୍ତି। ସେ କହିଛନ୍ତି, ମୋ ପାଖରେ ୧୮ ବର୍ଷର ଏକ ବାଇକ୍‌ ଥିଲା। ଏହାକୁ ମୁଁ ଇଲେକ୍ଟ୍ରିକ୍‌ ବାଇକ୍‌ କରିଦେଇଛି। ଏଥିରେ ୧୨ ଓ୍ବାଟର ୪ଟି ବ୍ୟାଟେରୀ ଲାଗିଛି। ଏହା ସହ ଗୋଟିଏ ମୋଟର ବି ଲାଗିଛି। ଯେଉଁଥିରେ ବାଇକ୍‌ଟି ଚାଲୁଛି। ବାଇକ୍‌ଟି ୬ ଘଣ୍ଟାରେ ଚାର୍ଜ ହେଉଛି। ଏଥିରେ ମାତ୍ର ଗୋଟିଏ ୟୁନିଟ୍‌ ବିଜୁଳି ଖର୍ଚ୍ଚ ହେଉଛି। ଥରେ ଚାର୍ଜ ହେଲେ ଏହା ୩୫ କିଲୋମିଟର ଗତି କରିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୭ ଟଙ୍କାରେ ଗୋଟିଏ ୟୁନିଟ୍‌ ବିଜୁଳିରେ ୩୫ କିଲୋମିଟର ଯାଇଥାଏ।

ଉଷାକାନ୍ତଙ୍କ ଜଣେ ବନ୍ଧୁ କୁହନ୍ତି, ବାଇକ୍‌ କିଣିବାକୁ ହେଲେ ଅତି କମ୍‌ରେ ୯୦୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ଦରକାର। ଏଥିପାଇଁ ଉଷାକାନ୍ତ ପୁରୁଣା ବାଇକ୍‌କୁ ନୂଆ ରୂପ ଦେଇଛନ୍ତି। ଯାହା ଦ୍ୱାରା ପ୍ରଦୂଷଣ କମିବ ଆଉ ପେଟ୍ରୋଲରୁ ମଧ୍ୟ ରକ୍ଷା ମିଳିବ। ଉଷାଙ୍କ ଏପରି ବୁଦ୍ଧିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ...

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ...

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି,...

ନୌସେନାର ୪୧୧ ବର୍ଷର ଇତିହାସ

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ...

ପ୍ଲାଟ୍‌ଫର୍ମରେ ଏମିତି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ଲୋକଙ୍କୁ ଏମିତି କାର୍ଯ୍ୟ କରିବାକୁ ବାଧ୍ୟ କରୁଛି, ଯାହା ପୂର୍ବରୁ କେବେ ଦେଖି ନ ଥିବେ। ଆଜିକାଲି ଲୋକମାନେ...

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ...

ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri