Posted inTrending, ଖେଳ

ଶତକ ମାରିବା ପରେ ପକେଟରୁ ଚିଠି ବାହାର କଲେ ଏହି କ୍ରିକେଟର: ଚିଠି ପଢିଲେ ହୋଇଯିବେ ଭାବବିହ୍ବଳ

ଜୋହାନ୍ସବର୍ଗ,୧୭।୧୧: କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ନିଜ ଅନନ୍ୟ ଅନ୍ଦାଜରେ ଶତକ ପାଳନ କରିଥାନ୍ତି। କିନ୍ତୁ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର ଲିଟନ ଦାସ ଏଥର ନିଜ ଶତକକୁ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଜୋହାନ୍ସବର୍ଗର ଦ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ସେ ନିଜ ପକେଟରୁ ଏକ ଚିଠି ବାହାର କରିଥିଲେ। ଏହି ଚିଠିରେ ନିଜ ଝିଅ ପାଇଁ ଲେଖିଥିଲେ ଏକ ସୁନ୍ଦର ବାର୍ତ୍ତା।

ମ୍ୟାଚ୍‌ର ଦ୍ୱିତୀୟ ଦିନରେ ମାର୍କୋ ଜାନସେନଙ୍କ ବଲ୍‌ରେ ଛକା ମାରି ଲିଟନ ନିଜର ଶତକ ପୂରଣ କରିଥିଲେ। ଏହାପରେ ପକେଟରୁ ଚିଠି ବାହାର କରି ଦର୍ଶକଙ୍କୁ ଦେଖାଇଥିଲେ। ସେଥିରେ ଲେଖାଥିଲା, ‘ହାପି ବର୍ଥଡେ, ମାଇଁ ପ୍ରିନ୍ସେସ। ଏହି ଶତକ ତୁମ ପାଇଁ।’ ଝିଅର ଜନ୍ମଦିନରେ ଏଭଳି ଅନନ୍ୟ ଉପହାର ଦେଇ ଲିଟନ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ସାଉଥ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ଲିଟନ ଦାସ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୧୭୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ଟି ଚୌକା ଓ ଗୋଟିଏ ଛକା ସହ ୧୨୦ ରନ ସଂଗ୍ରହ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଅଷ୍ଟମ ଶତକ।

ଉଇକେଟ୍‌କିପର ଭାବେ ଟେଷ୍ଟ କ୍ରିକେଟ୍‌ରେ ଏହା ତାଙ୍କର ସପ୍ତମ ଶତକ। ଏହି ଉପଲବ୍ଧି ସହ ସେ ମୁଶଫିକୁର ରହିମଙ୍କୁ ପଛରେ ପକାଇଛନ୍ତି। ମୁଶଫିକୁର ଉଇକେଟ୍‌କିପର ଭାବେ ୬ଟି ଟେଷ୍ଟ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ବାଂଲାଦେଶ ଦଳ ଏକ ସମୟରେ ବଡ଼ ସଙ୍କଟରେ ପଡ଼ିଥିଲା। ମାତ୍ର ୧୨୧ ରନ୍‌ରେ ଦଳ ୫ଟି ଉଇକେଟ ହରାଇଥିଲା। ଏଭଳି ସ୍ଥିତିରେ ଲିଟନ ଦାସ ଓ ତୌହିଦ ହୃଦୋୟ ଦଳର ଦାୟିତ୍ୱ ସମ୍ଭାଳିଥିଲେ।

ଉଭୟ ଷଷ୍ଠ ଉଇକେଟ ପାଇଁ ୨୦୬ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି କରି ବାଂଲାଦେଶକୁ ସଙ୍କଟରୁ ଉଦ୍ଧାର କରିଥିଲେ। ତୌହିଦ ମଧ୍ୟ ୧୩୭ ରନ୍‌ର ଦମଦାର ଇନିଂସ ଖେଳି ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ଲଢ଼ୁଆ ପ୍ରଦର୍ଶନ ଯୋଗୁ ବାଂଲାଦେଶ ପ୍ରଥମ ପାଳିରେ ୪୦୦ ରନ କରିବାରେ ସଫଳ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

IPL ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପରିବର୍ତ୍ତନ! ICC ପ୍ରସ୍ତୁତ କରିଛି ବିଶାଳ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଆଇପିଏଲ (IPL) ସମ୍ବନ୍ଧୀୟ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ନିଶ୍ଚିତ ଭାବରେ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିବ। ବିଶ୍ୱର ସବୁଠାରୁ ବଡ଼ ଟି-୨୦…

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?