ବିକାଶରେ ସମଭାଗୀ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ:  ଦେଶର ଅର୍ଥନୈତିକ ବିକାଶରେ ବର୍ତ୍ତମାନଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ସମାନ ଭାବେ ଭାଗୀଦାରି ହେବେ। ଘରୋଇ ବ୍ୟାଙ୍କ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇଦେଇଛନ୍ତି। ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟରେ ଏହି ବ୍ୟାଙ୍କଗୁଡିକ ନିଜର ଯୋଗଦାନ ରଖିପାରିବେ। ଦେଶର ବିକାଶରେ ଅଂଶୀଦାର ହେବା ସହ ସରକାରଙ୍କ ସାମାଜିକ କ୍ଷେତ୍ର ପଦକ୍ଷେପ ଏବଂ ଗ୍ରାହକଙ୍କୁ ସୁବିଧାରେ ସେବା ଯୋଗାଣକୁ ଗୁରୁତ୍ୱ ଦେବାରେ ଘରୋଇ ବ୍ୟାଙ୍କ କାର୍ଯ୍ୟ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ଟୁଇଟ ଯୋଗେ କହିଛନ୍ତି।
ନିୟମ କୋହଳ ହୋଇଥିବାରୁ ଘରୋଇ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କିଙ୍ଗ୍‌ ସଂକ୍ରାନ୍ତ ନେଣଦେଣରେ ସାମିଲ ହୋଇପାରିବେ। ଟିକସ, ଅନ୍ୟ ରାଜସ୍ବ ପେମେଣ୍ଟ ଫାସିଲିଟି, ପେନ୍‌ସନ ପେମେଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା ଭଳି ବିଭିନ୍ନ ଟ୍ରାଞ୍ଜାକଶନରେ ଘରୋଇବ୍ୟାଙ୍କ ଭାଗ ନେଇପାରିବେ। ସରକାରୀ ବିଜ୍‌ନେସ ପରିଚାଳନାରେ ଏହି ବ୍ୟାଙ୍କଗୁଡିକ କାର୍ଯ୍ୟ କରିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟବସ୍ଥା କରିବ ବୋଲି ନିର୍ମଳା ମତ ପ୍ରକାଶ କରିଛନ୍ତି।
ସୀତାରାମନଙ୍କ ଏଭଳି ଘୋଷଣା ପରେ ନିଫ୍ଟିର ବ୍ୟାଙ୍କ ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଛି। ସେହିଭଳି ଘରୋଇବ୍ୟାଙ୍କଗୁଡିକ ମଧ୍ୟ ବେଶ୍‌ ଉତ୍ସାହିତ ହେଉଥିବ ନଜରକୁ ଆସିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କର ଶେୟାର କାରବାର ପ୍ରାୟ ୪ରୁ୫% ବୃଦ୍ଧି ହୋଇଛି। ବିଏସ୍‌ଇ ସେନ୍‌ସେକ୍ସ ୧୦୫୦ପଏଣ୍ଟ ବୃଦ୍ଧି ହୋଇଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫାଇଦା ଦେବନି ପ୍ୟାକେଜ

ଗତ କିଛି ତ୍ରୈମାସ ଧରି ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଖସିବାରେ ଲାଗିଛି। ଚଳିତ ବର୍ଷ ଜିଡିପି ଗତ ୩ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ...

ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ...

ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା ୮ରେ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଲୋଚନା କରିବେ। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ପ୍ରଭାବିତ ହୋଇଛି। ବଜାରର...

ସୁକିନ୍ଦା ଆଇଟିଆଇରୁ ୫୩ ପିଲା ମନୋନୀତ

ଭୁବନେଶ୍ୱର,୪।୪: ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇରୁ ୫୩ ଜଣ ପିଲା କ୍ୟାମ୍ପସ ଚୟନ ହୋଇଛନ୍ତି। ୨୦୧୮-୨୦ ବ୍ୟାଚ୍‌ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବହୁରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି ପକ୍ଷରୁ...

କରୋନା ଯୋଗୁ ପୃଥିବୀ ଅର୍ଥନୀତି ଦୋହଲିଯିବା ଆଶଙ୍କା !

ନୂଆଦିଲ୍ଲୀ, ୨୬।୧: ସମ୍ପ୍ରତି ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ୧୧ଟି ଅନ୍ୟ ଦେଶକୁ ବ୍ୟାପିଛି। ଇତିମଧ୍ୟରେ ଏହାଯୋଗୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬...

ଚଳିତ ବର୍ଷ ଆସି ନ ପାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ୪ ଶ୍ରମ କୋଡ୍‌ ଲାଗୁ ହୋଇ ନ ପାରେ। ରାଜ୍ୟଗୁଡ଼ିକ ସ୍ତରରେ ନିୟମ ଡ୍ରାଫ୍ଟ କରିବା ପ୍ରକ୍ରିୟା ବର୍ତ୍ତମାନ ବିଳମ୍ବ...

୨ ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୭-୬: ନୀତି ଆୟୋଗ ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦...

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି...

Advertisement


Archives

Model This Week