Posted inଫୁରସତ

ଯେଉଁଠି କୁକୁର-ବିଲେଇ କରନ୍ତି ରକ୍ତ ଦାନ

ମଣିଷଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା ସମସ୍ତେ ଜାଣିଥିବେ । ହେଲେ କୁକୁର-ବିଲେଇଙ୍କ ପାଇଁ ବି ରହିଛି ବ୍ଲଡ ବ୍ୟାଙ୍କ । କଥାଟା ଟିକେ ଭ୍ରୁକୁଞ୍ଚନ ସୃଷ୍ଟି କରୁଥିଲେ ବି ସତ । ବିଶ୍ୱର କିଛି ଦେଶରେ ଏମିତି ବ୍ଲଡ ବ୍ୟାଙ୍କ ରହିଛି ଯେଉଁଠି କୁକୁର-ବିଲେଇ ରକ୍ତଦାନ କରିଥାଆନ୍ତି । କାରଣ ଅଧିକାଂଶ ଲୋକେ କୁକର ଓ ବିଲେଇଙ୍କୁ ପାଳିତ ପଶୁଭାବେ ରଖିଥାଆନ୍ତି । କୁକୁର ଓ ବିଲେଇଙ୍କର ବି ରହିଛି ଅଲଗା ଅଲଗା ବ୍ଲଡ ଗ୍ରୁପ । ତେବେ କୁକୁରଙ୍କର ୧୨ ପ୍ରକାର ବ୍ଲଡ ଗ୍ରୁପ ଥିବା ବେଳେ ବିଲେଇଙ୍କର ରହିଛି ୩ ପ୍ରକାର ବ୍ଲଡ ଗ୍ରୁପ । ଉତ୍ତର ଆମେରିକାରେ ଥିବା ‘ପଶୁ ଚିକିତ୍ସା ବ୍ଲଡ ବ୍ୟାଙ୍କ’ର ପ୍ରଭାରୀ ଡା. କେସି ମିଲ୍ସ କୁହନ୍ତି କାଲିଫର୍ନିଆର ଡିକ୍ସନ ଓ ଗାର୍ଡନ ଗ୍ରୋବ ସହର ବ୍ୟତୀତ ମିଶିଗନର ଷ୍ଟକବ୍ରିଜ, ଭର୍ଜିନିଆ, ବ୍ରିଷ୍ଟୋ ଓ ମେରିଲ୍ୟାଣ୍ଡର ଉନ୍ନାପୋଲିସ ସହର ସମେତ ଉତ୍ତର ଆମେରିକାର କେତେକ ସହରରେ ପଶୁବ୍ଲଡ ବ୍ୟାଙ୍କ ରହିଛି । ଏଠାକୁ ଲୋକେ ନିଜର ଗୃହପାଳିତ କୁକୁର ବିଲେଇଙ୍କୁ ଆଣି ରକ୍ତଦାନ କରିଥାଆନ୍ତି । ଡାକ୍ତର ମିଲ୍ସ କହିଛନ୍ତି ପଶୁଙ୍କ ରକ୍ତଦାନ ପାଇଁ ପାଖାପାଖି ଅଧଘଣ୍ଟା ସମୟ ଲାଗିଥାଏ । ସବୁଠାରୁ ବଡକଥା ହେଲା ଏମାନଙ୍କୁ ଆନାସ୍ଥେସିଆ ଦେବାକୁ ପଡି ନ ଥାଏ । ତେବେ ଯେଉଁଠାରେ ପଶୁ ବା ପ୍ରାଣୀଙ୍କ ପାଇଁ ବ୍ଲଡ ବ୍ୟାଙ୍କ ନାହିଁ ସେଠାରେ ରକ୍ତଦାନ ଓ ପ୍ଲାଜମା ଦାନ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନ ଓ ଆମେରିକାରେ ଲୋକେ ପଶୁଙ୍କ ରକ୍ତଦାନ ପାଇଁ ଖୁବ୍ ସଚେତନ । ତେବେ ଭାରତରେ ବି ପଶୁଙ୍କ ପାଇଁ ରହିଛି ବ୍ଲଡ ବ୍ୟାଙ୍କ । ଏହାର ନାମ ‘ତନୁବାସ ପଶୁ ବ୍ଲଡ ବ୍ୟାଙ୍କ’ । ଏହା ତାମିଲନାଡୁ ପଶୁ ଚିକିତ୍ସା ଏବଂ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧିନରେ ରହିଛି ଓ ଚେନ୍ନାଇର ମାଡ୍ରାସ ପଶୁଚିକିତ୍ସା କଲେଜ କଲେଜ ପ୍ରଶିକ୍ଷଣ ହସ୍ପିଟାଲର କ୍ଲିନିକାଲ ବିଭାଗ ଭାବେ କାର୍ଯ୍ୟ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

ଚିନିକୁ ନେଇ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି…

ନୂଆଦିଲ୍ଲୀ, ୨୧ା୮ (ପି.ଟି.):ପାର୍ବଣ ଋତୁ ପୂର୍ବରୁ ବଜାରରେ ଚିନି ଦର ବୃଦ୍ଧି ଓ ଯୋଗାଣ ହ୍ରାସକୁ ରୋକିବା ପାଇଁ କେନ୍ଦ୍ର ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

୨ ଜାହାଜ ହାଇଜ୍ୟାକ୍‌: ଥିଲେ ୨୨ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୧।୮: ୟେମେନ ଏବଂ ସୋମାଲିଆ ଉପକୂଳ ନିକଟରେ ଦୁଇଟି ପୃଥକ ଘଟଣାରେ ଜଳଦସ୍ୟୁମାନେ ମୋଟ ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦୁଇଟି ବାଣିଜି୍ୟକ ଜାହାଜକୁ ଅପହରଣ…

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

ଆଶୁତୋଷ ରାଙ୍କାଙ୍କୁ ଘଉଡ଼ାଇଲେ ଗ୍ରାମବାସୀ: CJP କର୍ମୀ – ଲୋକଙ୍କ ମଧ୍ୟରେ ତୁମୁଳ ବିବାଦ

ନୂଆଦିଲ୍ଲୀ, ୨୧।୮: ଜୟପୁରରେ କଥିତ ଭାବେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିବା ଦାବି କରାଯାଇଛି। CJP କର୍ମୀ ଓ…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ପୁଣି ଆଜିଠୁ ଜୋର୍‌ଦାର ଆନ୍ଦୋଳନ: ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି ଶତାଧିକ ଲୋକ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୧।୮: ଦିଲ୍ଲୀରେ ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଏବେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ଜୋର ଧରିଛି। ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri