ଆତ୍ମହତ୍ୟା ରୋକିବାକୁ ମନ୍ତ୍ରଣାଳୟ

ଟୋକିଓ, ୨୫ା୨: କୋଭିଡ୍‌-୧୯ ମହାମାରୀ ସମୟରେ ଜାପାନରେ ଆତ୍ମହତ୍ୟା ରୋକିବାକୁ ସେଠାକାର ସରକାର କ୍ୟାବିନେଟରେ ନୂଆ ମନ୍ତ୍ରଣାଳୟ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୋଶୀହିଦେ ସୁଗା ଏହି ମନ୍ତ୍ରଣାଳୟ ପାଇଁ ତେତ୍‌ସୁଶି ସାକାମୋଟୋଙ୍କୁ ମନ୍ତ୍ରୀ (ମିନିଷ୍ଟର ଫର୍‌ ଲୋନ୍‌ଲିନେସ୍‌) ଭାବେ ନିଯୁକ୍ତ କରିଛନ୍ତି। ସାକାମୋଟୋ ଦେଶରେ ଶିଶୁ ଜନ୍ମହାର ହ୍ରାସର ତଦନ୍ତ ସହ ଏଥିରେ ରୋକ ଲଗାଇବା ଦାୟିତ୍ୱରେ ରହିଛନ୍ତି। କୋଭିଡ୍‌ ସମୟରେ ଏକୁଟିଆପଣ ଯୋଗୁ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ଗତ ୧୧ ବର୍ଷରେ ସର୍ବାଧିକ ରହିଛି। ମହାମାରୀ ସମୟରେ ଲୋକମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ାଇବା ଏବଂ ଡିପ୍ରେସନରୁ ସେମାନଙ୍କୁ ବାହାର କରିବା ଦିଗରେ ଏହି ବିଭାଗ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପ୍ରଧାନମନ୍ତ୍ରୀ ସୁଗା କହିଛନ୍ତି। ୨୦୧୮ରେ ବ୍ରିଟେନରେ ପ୍ରଥମ କରି ଏହି ମନ୍ତ୍ରଣାଳୟ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଲରାଡୋରେ ପ୍ରବଳ ବରଫପାତ: ୫୦ ଲକ୍ଷ ଲୋକ ପ୍ରଭାବିତ

ଡେନଭର,୨୮।୧୧: ଆମେରିକାର ପଶ୍ଚିମଭାଗ କଲରାଡୋର ରାଜଧାନୀ ଡେନଭର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବରଫପାତ ଓ ବରଫଝଡ଼ରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେଠାରେ...

ବିବାହର ୩ ଦିନ ପୂର୍ବରୁ କନ୍ୟାହେଲେ କରୋନା ପଜିଟିଭ୍‌: ସବୁ ଯୋଗାଡ଼ ସରିଥିବାରୁ ବର କଲେ ଏମିତି ବିବାହ

ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା...

ମୋଦିଙ୍କ ସହ ସେଲ୍‌ଫି ନେଇ ଟୁଇଟ୍‌ କଲେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ

ଓସାକା,୨୯।୬: ଜି ୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ପହଞ୍ଚିଛନ୍ତି। ଶୁକ୍ରବାର ପ୍ରଥମ ଦିନରେ ସେଠାରେ ବିଭିନ୍ନ ଦେଶର ବଡ ବଡ...

ଫ୍ରାନ୍ସ୍‌ରେ କରୋନାର ମୃତ୍ୟୁ ତାଣ୍ଡବ: ମହଙ୍ଗା ପଡ଼ିଲା ଚର୍ଚ୍ଚର ସାମୁହିକ ପ୍ରାର୍ଥନା

ପ୍ୟାରିସ୍‌,୩୧।୩: କରୋନା ସଂକ୍ରମଣ ଯୋଗୁ ଫ୍ରାନ୍ସ୍‌ରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୩,୦୨୪ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୪୧୮...

ଇଥିଓପିଆର ଟିଗ୍ରେରେ ଭୋକ ଯୋଗୁଁ ୧ଲକ୍ଷ ଶିଶୁଙ୍କର ହେବ ମୃତ୍ୟୁ!

ନୈରୋବି,୩୧ ।୭: ଆସନ୍ତା ବର୍ଷ ଇଥିଓପିଆର ସଙ୍କଟଗ୍ରସ୍ତ ଟିଗ୍ରେ ଅଞ୍ଚଳରେ ୧ଲକ୍ଷରୁ ଅଧିକ ଶିଶୁ କୁପୋଷଣ ଓ ଏହାର ଅତି କଠୋର ରୂପର ସାମ୍ନା କରିବାକୁ...

ଓଲିଙ୍କୁ ଝଟ୍‌କା: କମ୍ୟୁନିଷ୍ଟ ପାର୍ଟିରୁ ହେଲେ ବିଦା

କାଠମାଣ୍ଡୁ,୨୪।୧: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ କମ୍ୟୁନିଷ୍ଟ ପାର୍ଟିରୁ ହଟାଇ ଦିଆଯାଇଛି। ଏହାସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ସ୍ପ୍ଲିଣ୍ଟର୍‌ ଗ୍ରୁପ ମୁଖପାତ୍ର...

କ୍ରୁର ଶାସକଙ୍କ କ୍ରୁର ଭଉଣୀ: ଶୀର୍ଷ ଅଧିକାରୀଙ୍କୁ ଗୁଳି କରି କଲେ ହତ୍ୟା,ଦେଶରେ ଆତଙ୍କ…

ପୋୟାଙ୍ଗ୍‌ୟାଙ୍ଗ୍‌,୨୬।୫: ଉତ୍ତର କୋରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। କ୍ରୁର ଏକଛାତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପଥଙ୍କୁ ତାଙ୍କ ଭଉଣୀ କିମ୍‌ ୟୋ...

ପାକିସ୍ତାନ ନାଁ ନେଲେନି ମୋଦି

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନେଇନାହାନ୍ତି। ଜାତିସଂଘରେ ପାକିସ୍ତାନ ନାଁ ନ ନେବା ଗତ ୮ ବର୍ଷ...

Advertisement


Archives

Model This Week