CM ବିଜୟଙ୍କୁ ଷ୍ଟାଲିନଙ୍କ ଟାର୍ଗେଟ, କହିଲେ ମୋତେ ମୁଖ୍ୟମନ୍ତ୍ରୀ….

ଚେନ୍ନାଇ,୧୬।୧୧: ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ ଡିଏମ୍‌କେ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ । ତାଙ୍କୁ ଏବେ ବି ଲୋକେ ‘ମୁଖ୍ୟମନ୍ତ୍ରୀ’ ବୋଲି ସମ୍ବୋଧନ କରୁଥିବାରୁ ଏହା ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ଖୁବ୍‌ଶୀଘ୍ର ଡିଏମ୍‌କେ ପୁଣି କ୍ଷମତାକୁ ଫେରିବ ବୋଲି ଦୃଢ଼ୋକ୍ତି କରିଛନ୍ତି । କେ.ଏନ୍‌. ନେହେରୁଙ୍କ ପରିବାରର ଏକ ବିବାହ ଉତ୍ସବରେ ଯୋଗଦେଇ ଷ୍ଟାଲିନ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ଅବସରରେ ସେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ନେହେରୁ ପରିବାରର ପ୍ରଶଂସା କରିଥିଲେ ।

ଷ୍ଟାଲିନ କହିଥିଲେ, ନେହେରୁ ପରିବାରର ଏହି ବିବାହ ଉତ୍ସବରେ ଯୋଗଦେଇ ସେ ଖୁସି ଅନୁଭବ କରୁଛନ୍ତି । ଏହି ବିବାହ ତିରୁଚିରାପଲ୍ଲୀ ଜିଲାର ଜଣେ ସମର୍ପିତ ଦଳୀୟ କର୍ମୀ ଓ ଜଣେ ଉତ୍ସାହୀ ପଦାଧିକାରୀଙ୍କୁ ଏକାଠି କରିଛି । ଏହି ଜିଲାକୁ ଡିଏମ୍‌କେର ଏକ ମଜଭୁତ ଗଡ଼ରେ ପରିଣତ କରିବାର କ୍ଷମତା ସେମାନଙ୍କର ରହିଛି ବୋଲି ସେ କହିଥିଲେ। କେ.ଏନ୍‌. ନେହେରୁଙ୍କ ପରିବାର ସହ ନିଜର ସମ୍ପର୍କକୁ ନେଇ ଷ୍ଟାଲିନ କହିଥିଲେ, ଏହି ବିବାହ ଉତ୍ସବ ତାଙ୍କୁ ନିଜ ପରିବାରର ଉତ୍ସବ ଭଳି ଲାଗୁଛି । ସେ ଗର୍ବର ସହ କହିଥିଲେ ଯେ, ଡିଏମ୍‌କେ କ୍ଷମତାରେ ନଥିଲେ ମଧ୍ୟ କିଛି ଲୋକ ନେହେରୁଙ୍କୁ ଏବେ ବି ମନ୍ତ୍ରୀ ବୋଲି କହୁଛନ୍ତି। ସେହିପରି କିଛି ଲୋକ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରୁଛନ୍ତି। ସେମାନେ କହୁଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦରେ ଥାଆନ୍ତୁ କି ନଥାଆନ୍ତୁ, ସେ ସବୁବେଳେ ମୁଖ୍ୟମନ୍ତ୍ରୀ ରହିବେ।

ବର୍ତ୍ତମାନର ସରକାରର କାର୍ଯ୍ୟଶୈଳୀକୁ ନେଇ ଷ୍ଟାଲିନ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ବର୍ତ୍ତମାନର ସରକାରର କାର୍ଯ୍ୟକଳାପ ଅତ୍ୟନ୍ତ ଖରାପ । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଡାକିବା ବନ୍ଦ କରିବାକୁ ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏହାସହ ସେ ଦୃଢ଼ ଆତ୍ମବିଶ୍ୱାସର ସହ କହିଥିଲେ ଯେ, ଡିଏମ୍‌କେ ସରକାର ଖୁବ୍‌ଶୀଘ୍ର ପୁଣି କ୍ଷମତାକୁ ଫେରିବ । ଷ୍ଟାଲିନଙ୍କ ଏହି ବୟାନକୁ ତାମିଲନାଡୁ ରାଜନୀତିରେ ଆଗାମୀ ଦିନର ରାଜନୈତିକ ଲଢ଼େଇ ସହ ଯୋଡ଼ି ଦେଖାଯାଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

ଧରିତ୍ରୀରେ ଖବର ପ୍ରକାଶ ପରେ ତୁରନ୍ତ ହେଲା ସମସ୍ୟା ସମାଧାନ: ନୋଡାଲ ବିଦ୍ୟାଳୟକୁ ମିଳିଲା ୨ ଶିକ୍ଷକ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଧରିତ୍ରୀ ଓ ଓରିଶା…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ ଦେଲେ କପିଳ ଦେବ: ଟଙ୍କା-ଖ୍ୟାତି ପଛରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୫ ବର୍ଷ ବୟସରେ ତାଙ୍କ ବ୍ୟାଟିଂର…

କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା: ସବୁ ଗୁମର ଖୋଲି ଦେଲେ ଫାଫ ଡୁ ପ୍ଲେସିସ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଷ୍ଟାର୍‌ ବିରାଟ କୋହଲିଙ୍କ ସହ ବନ୍ଧୁତା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସଙ୍କୁ ବେଶ ମହଙ୍ଗା ପଡ଼ିଛି। ଏହାର କାରଣ…

ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ…

ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?