ବାତ୍ୟା ଅକ୍ୱାନ; ୨୦ରେ ଲ୍ୟାଣ୍ଡଫଲ୍, ୧୩୦ କିମି ବେଗରେ ବହିବ ପବନ!

ଭୁବନେଶ୍ୱର, ୧୬ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ତେବେ ବାତ୍ୟାର ଲ୍ୟାଣ୍ଡଫଲ ସ୍ଥାନ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ  । ଆନ୍ଧ୍ରର ନେଲୁର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଆକଳନ କରାଯାିଛି ।

ଆକଳନ ଅନୁସାରେ, ବାତ୍ୟା ‘ଅକ୍ୱାନ’ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳକୁ ଅତିକ୍ରମ କରିବ  । ଅତି ଭୀଷଣ ବାତ୍ୟା ଭାବେ ନେଲୁର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ଲ୍ୟାଣ୍ଡଫଲ୍‌ ବେଳେ ପବନ ବେଗ ୧୨୦ରୁ ୧୩୦ କିମି ରହିବ । ବେଳେ ବେଳେ ଝଟକା ପବନର ବେଗ ୧୪୫ କିମି ରହିପାରେ । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୨୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ସମୁଦ୍ର ତଟ୍ଟବର୍ତ୍ତୀ ଜିଲାପାଳଙ୍କୁ ଚିଠି ଲେଖିଲେ SRC ।

ଆନ୍ଧ୍ରରେ ଏହା ଲ୍ୟାଣ୍ଡଫଲ କଲେ ମଧ୍ୟ ଓଡ଼ିଶା ଉପରେ ଏହାର ଆଶିଂକ ପ୍ରଭାବ ପଡିପାରେ । ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ପବନ ଲାଗି ରହିବ । ୧୮ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ଝଡ଼ବର୍ଷା ସହ ୪୦ ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ୧୯ରୁ ରାଜ୍ୟରେ ବର୍ଷା ଓ ପବନର ପରିମାଣ ବଢ଼ିବା ସହ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୫୦ ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?