ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ

ଚମ୍ପୁଆ, ୨୫।୨(ଡି.ଏନ.ଏ.)-ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମଣ୍ଡି ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବାପରେ ଚାଷୀମାନେ ବୁଧବାର ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଥିବା ବେଳେ ପୋଲିସ ଓ ଯୋଗାଣ ବିଭାଗ ପହଞ୍ଚିବାପରେ ରାସ୍ତାଅବରୋଧ ହଟିଥିଲା।
ଖବର ଅନୁସାରେ ଚମ୍ପୁଆ ଲ୍ୟାମ୍ପ ଅଧୀନରେ ଥିବା ରଜିଆ ଧାନ ମଣ୍ଡିରେ ଆଜି ଲ୍ୟାମ୍ପ ପକ୍ଷରୁ ଚାଷୀଙ୍କଠାରୁ ଧାନ କିଣା ଯାଉଥିଲା। ମାତ୍ର ଚାଷୀଙ୍କଠାରୁ ଟୋକନ ଅନୁସାରେ ପରିମାଣ ଅନୁଯାୟୀ ଧାନ କିଣିବାକୁ ମଣ୍ଡି କର୍ତ୍ତୃପକ୍ଷ ମନାକରିବା, ସିରିୟଲ ଅନୁସାରେ ଧାନ କିଣୁ ନ ଥିବା, ପୂର୍ବରୁ ୨୦ ତାରିଖ ପର୍ଯ୍ୟନ୍ତ ସମୟ ଥିବା ଟୋକନରେ ଧାନ ନ କିଣିବା, ଝାଡଖଣ୍ଡ ଓ ମୟୂରଭଞ୍ଜ ଅଞ୍ଚଳର ଧାନ କିଣୁଥିବା, ଟୋକନରେ ୩୦ କୁଇଣ୍ଟାଲ ଧାନ ବିକ୍ରି ବ୍ୟବସ୍ଥା ଥିବା ବେଳେ ୧୫ କୁଇଣ୍ଟାଲ କିଣା ହେବା। ଏପରିକି ଚିହ୍ନାମୁହଁ ଦେଖି ଅଗ୍ରାଧିକାର ଦେବା ଆଦିକୁ ଅଭିଯୋଗ କରି ଚାଷୀମାନେ ଧାନବସ୍ତା ଗୁଡିକୁ ଜାତୀୟ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ସକାଳ ୧୦ଟାରୁ ଏହି ରାସ୍ତା ଅବରୋଧ ହୋଇଥିବା ବେଳେ ୨ଘଣ୍ଟା ପରେ ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଚାଷୀଙ୍କୁ ବୁଝାଇବା ପରେ ଅବରୋଧ ହଟିଥିଲା। ଏନେଇ ଲ୍ୟାମ୍ପ ଏମଡି ବିଭୂତି ଗିରି କହିଛନ୍ତି, ସରକାର ଦେଇଥିବା ଧାର୍ଯ୍ୟ ଅନୁସାରେ ଧାନ କିଣା ହେଉଛି ମାତ୍ର ଯେଉଁ ଚାଷୀଙ୍କ ଟୋକନ ଅବଧି ସରିଯାଇଛି ତାଙ୍କ ଠାରୁ ଧାନ କିଣାଯାଇପାରୁ ନାହଁି। ଗତ କାଲି ଆସିଥିବା ଏମଏଏସ ଅନୁସାରେ ମିଳିଥିବା ଟାର୍ଗଟେ ଅନୁଯାୟୀ ଆମେ ଧାନ କ୍ରୟ କରୁଛୁ। ଯେଉଁମାନେ ରେଜିଷ୍ଟେଶନ କରିଥିଲେ ଆମେ ତାଙ୍କ ଧାନ କ୍ରୟ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ

କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ...

ବ୍ଲକ୍‌ ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ

ଆନନ୍ଦପୁର,୧୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପରିସର ଏକ କୋଠରୀରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ମହିଳାଙ୍କ ପରିଚୟ ମିଳିପାରି...

ପାଣିଘେରରେ କେନ୍ଦୁଘାଟି

କେନ୍ଦୁଝର, ୨୩ା୯ (ସ୍ବ.ପ୍ର.)-ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଏପରିକି ବିଜୁ ସେତୁ ଯୋଜନାରେ ନଦୀନାଳରେ ପୋଲ ନିର୍ମାଣ କରି...

ରଥଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୨୧।୬(ବୀରକିଶୋର ଦାଶ)କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଲକ୍ଷ୍ମୀମଣ୍ଡପ ନିକଟରେ ସୁବ୍ରତ ସାହୁଙ୍କ ଭଡା ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସେମାନେ ଘରର ତାଲା ଭାଙ୍ଗି...

ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି।...

ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ...

କେନ୍ଦୁଝର ଗସ୍ତରେ ୫-ଟି, ମୁଖ୍ୟ ଶାସନ ସଚିବ: ନିର୍ମାଣ ହେଉଥିବା କୋଭିଡ ହସ୍ପିଟାଲର କଲେ ସମୀକ୍ଷା

କେନ୍ଦୁଝର,୧୬।୪(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗ୍ରସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ...

ଆନନ୍ଦପୁର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ

ଆନନ୍ଦପୁର,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ...

Advertisement
Archives

Model This Week