ମାର୍ଚ୍ଚରେ କଲବଲ କରିବ ତାତି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ଉପରମୁହଁା ହୋଇଛି। ଦେହମୁଣ୍ଡ ପୋଡ଼ି ଜାଳି ପକାଉଛି। ଆସନ୍ତା ୨୮ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁବ। ରାତିର ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ। ମାର୍ଚ୍ଚ ୨ରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ ହେବ। ଉପକୂଳରେ ତାପମାତ୍ରା ସାମାନ୍ୟ କମ୍‌ ରହିଲେ ମଧ୍ୟ ଆଭ୍ୟନ୍ତର ଓଡ଼ିଶାରେ ତାତି କଲବଲ କରିବ। ଏପ୍ରିଲରୁ ପାରଦ ଆହୁରି ଉପରମୁହଁା ହୋଇ ୪୪ ଡିଗ୍ରୀକୁ ଛୁଇଁବା ସମ୍ଭାବନା ରହିଛି। ବୁଧବାର ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ବାରିପଦା ୩୬.୮, ବଲାଙ୍ଗୀର ୩୬.୪, ନୟାଗଡ଼ ୩୬.୫, ଅନୁଗୋଳ ୩୫.୭, ଭବାନୀପାଟଣା ୩୫.୫, ତାଳଚେର ୩୫.୫, ସମ୍ବଲପୁର ୩୫.୩, ଝାରସୁଗୁଡ଼ାରେ ୩୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ବୁଧବାର ଗାଇଡଲାଇନ ପାଳନ କରିବା ନେଇ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଜନସଚେତନତା ସୃଷ୍ଟି ସହ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରତ୍ୟେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଅଧିକ ଦେଇନାହିଁ ଓଡ଼ିଶା; କଂଗ୍ରେସର ଅପପ୍ରଚାର ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର,୧୧।୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ମାସ୍କ ଅଧିକ ଦରରେ କିଣିବା ଅଭିଯୋଗ ନେଇ ଗୁରୁବାର ଉତ୍ତର ରଖିଛି ବିଜେଡି। ରାଜ୍ୟ ସରକାର କେନ୍ଦ୍ର ସରକାର ଧାର୍ଯ୍ୟ...

ସବୁ କାମରେ ଚ୍ୟାଲେଞ୍ଜ ରହିଛି

ରାଜନୀତିରେ ପ୍ରଥମ ପଦାର୍ପଣରେ ବ୍ୟବସାୟରୁ ଆସିଥିବା ସୁଶାନ୍ତ ରାଉତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିଜେଡିର ଭୁବନେଶ୍ୱର ଜିଲା ସଭାପତି,...

ମରାମତି ନାମରେ ଲୁଟ୍‌, ହେଉନି ତଦନ୍ତ

ଚଣ୍ଡିଖୋଲ,୨୭ା୨(ଡି.ଏନ.ଏ): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି ନାମରେ ବ୍ୟାପକ ହରିଲୁଟ ଚାଲିଛି। ଯେଉଁ ରାସ୍ତାକାମ...

ବଢ଼ିଲା ଯାନବାହନ ବୈଧତା ଅବଧି

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ସମୟ ବଢ଼ିବା ଯୋଗୁ ଯାନବାହନଗୁଡ଼ିକର ବିଭିନ୍ନ ପ୍ରକାର ବୈଧତା ଅବଧି ମଧ୍ୟ ବଢ଼ିଛି। ବୁଧବାର ଏନେଇ ରାଜ୍ୟ ପରିବହନ କମିଶନର ତଥା...

‘ଫନୀ’ ପାଇଁ ୪୬୭୯ କୋଟିର ସହାୟତା, ‘ବୁଲ୍‌ବୁଲ’ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି

ଭୁବନେଶ୍ୱର,୩୧୨(ବ୍ୟୁରୋ): ଲୋକ ସଭାରେ ମଙ୍ଗଳବାର ବାତ୍ୟା ‘ଫନୀ’ ସହାୟତା ପ୍ରସଙ୍ଗ ଉଠିଛି। ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଉତ୍ତର ଦେଇ...

କରୋନା ପରିସ୍ଥିତି ଜିଗଲୋ ହେବାକୁ ବାଧ୍ୟ କରିଥିଲା: ମୁହଁ ଖୋଲିଲେ ଠକାମିର ଶିକାର ଯୁବକ

ଭୁବନେଶ୍ୱର,୨୮ା୯ (ବ୍ୟୁରୋ): ରାଜଧାନୀରେ ଜିଗଲୋ (କଲ୍‌ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ...

ପୁଣି କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର, ୨୧।୨: ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କୋଭିଡ ନିୟମାବଳୀ। ଏ...

୩ ବର୍ଷରେ ୧୦୬ ହରିଣ ଶିକାର

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ହରିଣ ଶିକାର ଦ୍ରୁତ ଗତିରେ ବଢୁଛି। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରଜାତିର ୧୦୬ ହରିଣଙ୍କୁ ଶିକାର କରାଯାଇଛି। ମଙ୍ଗଳବାର...

Advertisement
Archives

Model This Week