Home Left

କରୋନାକୁ ହରାଇଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୩୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇଛନ୍ତି। ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁଭେଚ୍ଛା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟ୍‌ କରିଛନ୍ତି…

ଦଳାଚକଟାରେ ଚାଲିଗଲା ୪୦ ଜୀବନ, ୧୦୦ରୁ ଅଧିକ ଆହତ

ଜେରୁଜେଲମ,୩୦।୪: ଉତ୍ତର ଇସ୍ରାଏଲର ଲାଗ ବି’ ମର୍‌ ବୋନଫାୟାର୍‌ ଫେଷ୍ଟିଭାଲ ଅବସରରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଏହି ଫେଷ୍ଟିଭାଲରେ ଦଳଚକଟା ହେବାରୁ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ଭିଡ ଅସମ୍ଭାଳ ହେବାରୁ ଦଳାଚକଟା ଘଟିଛି। ଫଳରେ ଏହି…

ଦୀର୍ଘ ୩ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଲାଲୁ ଯାଦବ

ରାଞ୍ଚି,୩୦।୪: ଦୀର୍ଘ ଦିନର କୋର୍ଟ ଲଢେଇ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକ୍ତ ହୋଇଛନ୍ତି। ହାଇକୋର୍ଟରୁ ଜାମିନ ପାଇବା ପରେ ଲାଲୁ ୧୨ ଦିନ ଜେଲରୁ ବାହାରିଛନ୍ତି। ସୂଚନାଯୋଗ୍ୟ, ଝାଡଖଣ୍ଡର ଡୁମ୍‌କା ଟ୍ରେଜେରୀରେ ମାମଲାରେ ମାର୍ଚ୍ଚ ୧୯,…

ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଏକ ଏପରି ପରିବାରରୁ ଥିଲେ…

ଆଇପିଏଲ୍‌ର ନୂଆ ସଂଯୋଗ: ଯାହା ପୂର୍ବରୁ କେବେ ଘଟି ନ ଥିଲା

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷରେ ୧୭୧ ରନ ସଂଗ୍ରହ କରିଥିଲା। ଏହି ସ୍କୋରରେ ଅଜବ କିଛି ନାହିଁ, ଏହା ଏକ ସାଧାରଣ କଥା। କିନ୍ତୁ ଆଇପିଏଲ୍‌ ଟି -୨୦ ଲିଗର ଶେଷ…

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ…

ପରିବାରକୁ ନ ଜଣାଇ କରୋନା ରୋଗୀଙ୍କ ମୃତଦେହ ପୋଡ଼ିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ

ସୁନ୍ଦରଗଡ଼,୩୦।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥାର ଆଉ ଏକ ସଙ୍ଗୀନ ଚିତ୍ର ପଦାକୁ ଆସିଛି। ଏଠାରେ ଗତ ୧୯ ତାରିଖରେ କରୋନାରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଗତ ୨୫ ତାରିଖରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମାତ୍ର…

ସନ୍ଧ୍ୟା ୬ ପରେ ଦୋକାନ ବନ୍ଦ

ପୁରୀ ଅଫିସ,୩୦।୪: ବଢୁଥିବା କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପୁରୀ ସହରରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୁରୀ ସହରର ସମସ୍ତ ଦୋକାନ ଶୁକ୍ରବାରଠାରୁ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ସମେତ ଷ୍ଟ୍ରିଟ୍‌ ଫୁଡ୍‌,…

ନକଲି ରେମ୍‌ଡେସିଭିର୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଚଢାଉ

ନୂଆଦିଲ୍ଲୀ,୩୦।୪: ନକଲି ରେମ୍‌ଡେସିଭିର୍‌ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସର ଏକ ଟିମ୍‌ ଚଢାଉ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ। ଉତ୍ତରପ୍ରଦେଶର ହରିଦ୍ୱାର, ରୁଡକୀ ଏବଂ କୋଟୱାରରେ ବେଆଇନ କାରଖାନାଗୁଡ଼ିକରେ ନକଲି…

ପ୍ରଥମ ଓଭରରେ୍‌ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶ’

ଅହମଦାବାଦ,୩୦।୪: ଆଇପିଏଲ ୨୦୨୧ ରେ ୨୧ ବର୍ଷ ବୟସ୍କ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବାବେଳେ କେକେଆର ବିପକ୍ଷରେ ୧୮ଟି ବଲରେ ଅର୍ଦ୍ଧଶତକ ଖେଳିଥିଲେ। ଏହା ହେଉଛି ସିଜିନର…

କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ ଅନୁଯାୟୀ, ଜିଲାର ପ୍ରାୟ ୧୧ ଲକ୍ଷ ଲୋକ ଟିକାକରଣ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ ଟିକା…

ପାଇଖାନା ନିର୍ମାଣ ଅର୍ଥ ହରିଲୁଟ

ଯାଜପୁର ଅଫିସ,୩୦।୪: ଯାଜପୁର ଜିଲାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ସ୍ବଚ୍ଛ ଭାରତ ମିଶନରେ ୨୮୮,୫,୭୨,୬୩୨ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୫୩, ୨୯, ୩୦, ୫୨୯ ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇନାହିଁ। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri