ଏୟାର ଇଣ୍ଡିଆ ଲାଗି ଟାଟା ଆଗ୍ରହୀ

ନୂଆଦିଲ୍ଲୀ,୧୬ା୯: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ବିଡିଂ ପ୍ରକ୍ରିୟା ଜାରି କରିଛନ୍ତି। ଫାଇନାନ୍ସିଆଲ ବିଡିଂ ଲାଗି ବୁଧବାର ଶେଷ ଦିନ ଥିବା ବେଳେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ବିଡିଂ ଦାଖଲ କରିଥିବା ଜଣାପଡିଛି। ଏ ନେଇ ଟାଟା ସନ୍ସର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହି ବିମାନ କମ୍ପାନୀକୁ ଅଧିଗ୍ରହଣ କରିବା ଲାଗି ଟାଟା ଆଗ୍ରହୀ ରହିଥିବା ଏଥିରୁ ଜଣାପଡିଛି। ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ କମ୍ପାନୀ ବର୍ତ୍ତମାନ ଫାଇନାନ୍ସିଆଲ ବିଡ୍‌ ଦାଖଲ କରିଥିବାରୁ ଏ ନେଇ ଆଶା ଉଜ୍ଜ୍ୱଳ ହୋଇଥିବା ଜଣାପଡିଛି।
ସ୍ପାଇସ ଜେଟର ଅଜୟ ସିଂ ମଧ୍ୟ ଏୟାର ଇଣ୍ଡିଆ ଲାଗି ଆଗ୍ରହ ଦେଖାଇଥିବା ଜଣାପଡିଛି। ବିଡିଂର ବିଭିନ୍ନ ପ୍ରକ୍ରିୟାକୁ ବିଚାର କରିବା ପରେ ଟ୍ରାଞ୍ଜାକସନ ଆଡଭାଇଜର କ୍ୟାବିନେଟକୁ ଚୂଡାନ୍ତ ନାମ ପ୍ରଦାନ କରିବେ। ଯଦି ସବୁ କିଛି ଟାଟା ସପକ୍ଷରେ ଯାଏ ତେବେ ୬୭ ବର୍ଷ ପରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୯୩୨ରେ ଟାଟା ଏୟାର ଲାଇନ୍ସ ନାମରେ ବର୍ତ୍ତମାନର ଏୟାର ଇଣ୍ଡିଆକୁ ସ୍ଥାପନ କରିଥିଲେ। ୧୯୫୩ରେ ଭାରତ ସରକାର ଏହି ବିମାନ କମ୍ପାନୀକୁ ଜାତୀୟକରଣ କରିଥିଲେ।
ସିଙ୍ଗାପୁର ଏୟାର ଲାଇନ୍ସ ସହ ମିଳିତ ହୋଇ ଟାଟା ଭିସ୍ତାରା ନାମରେ ବିମାନ ସେବା ଯୋଗାଉଛି। ଟ୍ରାଞ୍ଜାକଶନ ଆଡଭାଇଜର ଏୟାର ଇଣ୍ଡିଆ ଘରୋଇକରଣ ଲାଗି ଫାଇନାନ୍ସିଆଲ ବିଡ୍‌ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri