ଉଛୁଳିଲା ବୁଢ଼ାବଳଙ୍ଗ, ଗଙ୍ଗାହାର

ବାରିପଦା ଅଫିସ,୧୬।୯-ଲଘୁଚାପଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିଛି। ବୁଢ଼ାବଳଙ୍ଗ, ଗଙ୍ଗାହାର, ପଳପଳା ଓ ସୋନ ନଦୀର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବା ସହ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ବାରିପଦା ସହର ସମେତ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସହରର ମଧୁବନ ଅଞ୍ଚଳରେ ଥିବା ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ବସବାସ କରୁଥିବା ଲୋକେ ରାଜରାସ୍ତା ଉପରକୁ ଆସି ଆଶ୍ରୟ ନେଇଥିଲେ। ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଅନ୍ୟା ଦାସ ଓ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିିବା ପରେ ବିପନ୍ନ ପରିବାରକୁ ନିକଟସ୍ଥ ସ୍କୁଲ ଘରେ ଥଇଥାନ କରି ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ବଡ଼ସାହି ବ୍ଲକ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ଜଳସ୍ତର ବୃଦ୍ଧି ପାଇଛି। ଗଙ୍ଗାହାର ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। ବୈଶିଙ୍ଗା-ଉଦଳା, ବେତନଟୀ-ଉଦଳା, ବାରିପଦା-ଉଦଳା ଓ ବଡସାହି-କୁଆମରା ରାସ୍ତା ଉପରେ ବନ୍ୟା ଓ ବର୍ଷାଜଳ ପ୍ରବାହିତ ଯୋଗୁ ଉକ୍ତ ରାସ୍ତା ଦେଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପଳପଳା ନଦୀର ବନ୍ୟାଜଳ ପାଇଁ ଶାମାଖୁଣ୍ଟା-ବାଙ୍ଗିରିପୋଷି ଯୋଗାଯୋଗ ବିଚ୍ଛିନ୍ନ। ବଡ଼ସାହି, ଗୋପବନ୍ଧୁନଗର ଓ ଖୁଣ୍ଟା ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଗଚ୍ଛିତ ରଖାଯାଇଥିବା ବେଳେ ପରିସ୍ଥିତି ଉପରେ ସଜାଗ ରହିଛନ୍ତି। ବେତନଟୀ ବ୍ଲକ ଓରା ଚନ୍ଦାବିଲାଠାରେ ନିର୍ମାଣାଧୀନ ପୋଲ କାର୍ଯ୍ୟରେ ନିୟୋଜିତ ଥିବା ୪ ବ୍ୟକ୍ତି ବୁଢ଼ାବଳଙ୍ଗ ନଦୀ ସ୍ରୋତରେ ଭାସିଯିବା ଖବରପାଇ ବାରିପଦା ଓ ବେତନଟୀ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନେ ହେଲେ ଗୋରା ଟୁଡୁ, ମହେଶ୍ୱର ସୋରେନ, ରଥ ମାରାଣ୍ଡି ଓ ଗଦାଧର ହାଁସଦା। ବୁଧବାର ଅପରାହ୍ନ ସୁଦ୍ଧା ବାରିପଦା ଅସ୍ତିଆଠାରେ ବୁଢ଼ାବଳଙ୍ଗ ଜଳସ୍ତର ୨୯ ମିଟର ରହିଥିବା ବେଳେ ବିପଦ ସଙ୍କେତଠାରୁ ୧.୯୨ମିଟର ବ୍ୟବଧାନରେ ରହିଛି। ସୋନ ନଦୀର ବିପଦ ସଙ୍କେତ ୨୬.୧ ମିଟର ଥିବାବେଳେ ଜଳସ୍ତର ୨୨.୦୬ ମିଟର ରହିଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ୯.୩୦ ମିଟର ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା!

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ତାରିଖ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇସାରିଛି। ୯୧, ୯୧୩ ଓ୍ବାର୍ଡ, ୬୭୯୪...

ଗୋରାସେତୁରେ ପ୍ରଥମ ଥର ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୨୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଆନନ୍ଦର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ପଣଷପୁଟ ପଞ୍ଚାୟତ ଗୋରାସେତୁଠାରେ...

ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ମୁଖ୍ୟଙ୍କୁ ୫ ବର୍ଷ ଜେଲ

କଟକ ଅଫିସ,୨୧ା୧: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍‌ କୁମାର ଦାସଙ୍କୁ କଟକର ସ୍ବତନ୍ତ୍ର କୋର୍ଟ ଗୁରୁବାର...

ବିନା ହେଲମେଟରେ ବାଇକ ପଛରେ ବସିଲେ ଗଣିବେ ଜରିମାନା

ଭୁବନେଶ୍ୱର,୫।୧୨- ଦୁଇ ଚକିଆ ଯାନ ଚଳାଉଥିବା ଏବଂ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ ପିନ୍ଧିବେ। ଉଭୟଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯାଇଛି । ଯଦି ପଛରେ...

ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ...

ଓଡ଼ିଶାରୁ ଫ୍ଲାଇଟ୍‌ରେ ଖସି ଯାଇଥିଲେ ଲୁଟେରା

ଭୁବନେଶ୍ୱର,୭।୧୧ (ବ୍ୟୁରୋ): ଭୁବନେଶ୍ୱର ମ୍ୟାଗ୍ନେଟିକ୍‌ ଛକସ୍ଥିତ ପିଏନ୍‌ବି ଏଟିଏମ୍‌ରୁ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିଛି।...

ଯୋଜନାର ଅଗ୍ରଗତି ସମ୍ପର୍କିତ ପଦକ୍ଷେପ ନେଇହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୯ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡାଟା ଏବଂ ଆନାଲିଟିକ୍ସ-ପରିଚାଳିତ ପ୍ଲାଟ୍‌ଫର୍ମ ରାଜ୍ୟ ଡାସ୍‌ବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ...

‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ’

ଭୁବନେଶ୍ୱର,୧ା୨(ବ୍ୟୁରୋ): ୨୦୨୩-୨୪ରେ କେନ୍ଦ୍ର ସରକାର ଆଣିଥିବା ବଜେଟକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କିଛି କ୍ଷେତ୍ରରେ...

Advertisement
Archives

Model This Week