ଉଛୁଳିଲା ବୁଢ଼ାବଳଙ୍ଗ, ଗଙ୍ଗାହାର

ବାରିପଦା ଅଫିସ,୧୬।୯-ଲଘୁଚାପଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିଛି। ବୁଢ଼ାବଳଙ୍ଗ, ଗଙ୍ଗାହାର, ପଳପଳା ଓ ସୋନ ନଦୀର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବା ସହ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ବାରିପଦା ସହର ସମେତ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସହରର ମଧୁବନ ଅଞ୍ଚଳରେ ଥିବା ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ବସବାସ କରୁଥିବା ଲୋକେ ରାଜରାସ୍ତା ଉପରକୁ ଆସି ଆଶ୍ରୟ ନେଇଥିଲେ। ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଅନ୍ୟା ଦାସ ଓ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିିବା ପରେ ବିପନ୍ନ ପରିବାରକୁ ନିକଟସ୍ଥ ସ୍କୁଲ ଘରେ ଥଇଥାନ କରି ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ବଡ଼ସାହି ବ୍ଲକ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ଜଳସ୍ତର ବୃଦ୍ଧି ପାଇଛି। ଗଙ୍ଗାହାର ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। ବୈଶିଙ୍ଗା-ଉଦଳା, ବେତନଟୀ-ଉଦଳା, ବାରିପଦା-ଉଦଳା ଓ ବଡସାହି-କୁଆମରା ରାସ୍ତା ଉପରେ ବନ୍ୟା ଓ ବର୍ଷାଜଳ ପ୍ରବାହିତ ଯୋଗୁ ଉକ୍ତ ରାସ୍ତା ଦେଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପଳପଳା ନଦୀର ବନ୍ୟାଜଳ ପାଇଁ ଶାମାଖୁଣ୍ଟା-ବାଙ୍ଗିରିପୋଷି ଯୋଗାଯୋଗ ବିଚ୍ଛିନ୍ନ। ବଡ଼ସାହି, ଗୋପବନ୍ଧୁନଗର ଓ ଖୁଣ୍ଟା ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଗଚ୍ଛିତ ରଖାଯାଇଥିବା ବେଳେ ପରିସ୍ଥିତି ଉପରେ ସଜାଗ ରହିଛନ୍ତି। ବେତନଟୀ ବ୍ଲକ ଓରା ଚନ୍ଦାବିଲାଠାରେ ନିର୍ମାଣାଧୀନ ପୋଲ କାର୍ଯ୍ୟରେ ନିୟୋଜିତ ଥିବା ୪ ବ୍ୟକ୍ତି ବୁଢ଼ାବଳଙ୍ଗ ନଦୀ ସ୍ରୋତରେ ଭାସିଯିବା ଖବରପାଇ ବାରିପଦା ଓ ବେତନଟୀ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନେ ହେଲେ ଗୋରା ଟୁଡୁ, ମହେଶ୍ୱର ସୋରେନ, ରଥ ମାରାଣ୍ଡି ଓ ଗଦାଧର ହାଁସଦା। ବୁଧବାର ଅପରାହ୍ନ ସୁଦ୍ଧା ବାରିପଦା ଅସ୍ତିଆଠାରେ ବୁଢ଼ାବଳଙ୍ଗ ଜଳସ୍ତର ୨୯ ମିଟର ରହିଥିବା ବେଳେ ବିପଦ ସଙ୍କେତଠାରୁ ୧.୯୨ମିଟର ବ୍ୟବଧାନରେ ରହିଛି। ସୋନ ନଦୀର ବିପଦ ସଙ୍କେତ ୨୬.୧ ମିଟର ଥିବାବେଳେ ଜଳସ୍ତର ୨୨.୦୬ ମିଟର ରହିଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ୯.୩୦ ମିଟର ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?