ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର

ଅନୁଗୋଳ ଅଫିସ, ୧୬ା୯: ଗତ ଲଘୁଚାପ ବର୍ଷା ଅନୁଗୋଳ ଜିଲାରେ ବହୁ କ୍ଷୟକ୍ଷତି ଘଟାଇଛି। ବୁଧବାରଠାରୁ ବର୍ଷା ଥମିଯାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାର ଶେଷ ହେଉନାହିଁ। ଏବେ ମଧ୍ୟ ଜିଲାର ୧୫ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ତେବେ ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟା ପାଣି ପାଇଁ ମହାନଦୀ ଫୁଲୁଥିବାରୁ ଜିଲାର ଆଠମଲ୍ଲିକ, ଟିକରପଡ଼ା ଓ ସାତକୋଶିଆର ଅନେକ ତଳିଆ ଅଞ୍ଚଳବାସୀ ଏବେ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରତି ୨ ଘଣ୍ଟାରେ ମହାନଦୀର ଜଳସ୍ତର ନିରୀକ୍ଷଣ କରାଯାଉଛି। ସାତକୋଶିଆ ସହ ଆଠମଲ୍ଲିକ ଏନ୍‌ଏସିର ୩ଟି ୱାର୍ଡ ଓ ଅଇଡ଼ା ପଞ୍ଚାୟତର କୁଦଗାଁ ପରି ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆବଶ୍ୟକସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଯୋଜନା ହେଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲାରେ ବହୁ ଚାଳ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଅନେକ ଘରର କାନ୍ଥ ଭାଙ୍ଗିଯାଇଥିବାରୁ ଛପର ନଇଁଯାଇଛି। ଏପରି ଅଞ୍ଚଳରେ ବହୁ ଲୋକ ଏବେ ଜଳବନ୍ଦୀରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ଅଗ୍ନିଶମ ବିଭାଗ ଲାଗିଥିବାବେଳେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଜିଲାର ୮ଟି ବ୍ଲକରେ ଥିବା ୧୧୦ଟି ପଞ୍ଚାୟତର ୨ଶହ ଗ୍ରାମ ପ୍ରଭାବିତ ହୋଇଛି। ଫଳରେ ପ୍ରାୟ ୫ ହଜାର ଲୋକ ଏହି ବିପତ୍ତିର ସମ୍ମୁଖୀନ ହୋଇଛନ୍ତି। ପାଣି ଘେରରେ ୧୫ଟି ଗାଁ ରହିଥିବାବେଳେ ୧୫ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ୭୫ଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ୧୨ ଘର ଅଧା ଓ ୫୫୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ବ୍ଲକର ବିଡିଓ ଓ ତହସିଲଦାର ଜିଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଅଦ୍ୟାବଧି ୮୬ ଜଣ କ୍ଷତିଗ୍ରସ୍ତଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ଅବଶିଷ୍ଟଙ୍କୁ ମଧ୍ୟ ପଲିଥିନ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି। ୧୫ଟି ସ୍ଥାନରେ ଛୋଟବଡ଼ ଘାଇ ସୃଷ୍ଟି ହୋଇଥିବାରୁ ଗମନାଗମନରେ ସମସ୍ୟା ଉପୁଜିଛି। ଇତିମଧ୍ୟରେ ଛୋଟ ଘାଇ ଗୁଡ଼ିକ ମରାମତି କରାଯାଇଛି। ବଅଁରପାଳ-ତାଳଚେର ରାସ୍ତା ଉପରେ ପାଣି ଚାଲିଥିବାରୁ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଜିଲାରେ ୩ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି। ମାଛ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲା ଯୋଗାଣ ବିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ଚୁଡ଼ା, ଗୁଡ଼, କିରୋସିନ୍‌ ଓ ଚାଉଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ, ଓଡ୍ରାଫ୍ଟ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସତର୍କ କରାଯାଇଛି। ଓଆର୍‌ଏସ୍‌ ପାଉଡର, ସାପକାମୁଡ଼ା ଇଞ୍ଜେକଶନ୍‌, ଔଷଧ ଆଦି ବିଭିନ୍ନ ଡାକ୍ତରଖାନାରେ ମହଜୁଦ୍‌ ରଖିବାକୁ କୁହାଯାଇଛି। ଜିଲା କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ, ମେଡ଼ିକାଲ, ପୋଲିସ, ଅଗ୍ନିଶମ ବିଭାଗରେ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି। ଜିଲା ପ୍ରଶାସନକୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ଜିଲା ପରିଚାଳକ ପ୍ରଦ୍ୟୁଷ କୁମାର ଶତପଥୀ ସହଯୋଗ କରୁଛନ୍ତି।


ସତର୍କ ଦୃଷ୍ଟି ରଖାଯାଇଛି
ପ୍ରବଳ ବର୍ଷା କାରଣରୁ ଅନୁଗୋଳ ଜିଲାରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। କେତେକ ସ୍ଥାନରେ ଲୋକେ ଜଳବନ୍ଦୀ ଥିବା ଦେଖାଯାଇଛି। ରାଜ୍ୟ ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରିଥିବାରୁ ନିୟମ ଅନୁଯାୟୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ତେବେ ମହାନଦୀ ଫୁଲୁଥିବାରୁ ଏହା ଜିଲାର ତଳିଆ ଅଞ୍ଚଳବାସୀଙ୍କ ପାଇଁ ଅଧିକ ସମସ୍ୟା ଆଣିପାରେ। ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଯାଉଛି
ଲଘୁଚାପ ବର୍ଷା ବଡ଼ ବିପର୍ଯ୍ୟୟ ଘଟାଇଛି। ଜିଲାପାଳଙ୍କ ତତ୍ତ୍ୱାବଧାନରେ ଜିଲାରେ ବିଭିନ୍ନ ଟିମ୍‌ କାର୍ଯ୍ୟ କରୁଛି। କିଭଳି ଅଧିକ କ୍ଷୟକ୍ଷତି ନ ଘଟିବ ସେଥିପାଇଁ ଜୋରଦାର ଉଦ୍ୟମ ହେଉଛି। ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଯେଉଁଠି ଲୋକଙ୍କୁ ସମସ୍ୟା ହେଉଛି, ସେଠାରେ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ବଇତୁରା ଦୀପ, ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀ

ପ୍ରଶାସନର ଦୂରଦୃଷ୍ଟିର ଅଭାବ
ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ପାରିବ ନାହିଁ। କିନ୍ତୁ ମଣିଷକୃତ ବିପର୍ଯ୍ୟୟକୁ ରୋକାଯାଇପାରିବ। ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଅନୁଗୋଳ ସହରାଞ୍ଚଳରେ ଆଣ୍ଠୁଏ ପାଣି ଛିଡ଼ା ହୋଇଛି। ଠିକଣା ପ୍ଲାନିଂ କରାଯାଉ ନ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ନେଇ ପ୍ରଶାସନ ଏବେଠାରୁ ସତର୍କ ହେବା ଆବଶ୍ୟକ।
-ଅଶୋକ ଶତପଥୀ, ପରିବେଶବିତ

ଜଳାଶୟ ପୋତାଯାଇ ଅଟ୍ଟାଳିକା ନିର୍ମାଣ
ସହରରେ ଥିବା ବହୁ ଜଳାଶୟ ପୋତାଯାଇ ସେଠାରେ ଅଟ୍ଟାଳିକା ନିର୍ମାଣ କରାଯାଇଛି। ଫଳରେ ସହରରୁ ବର୍ଷା ଜଳ ନିଷ୍କାସନ ହେବାରେ ସମସ୍ୟା ଉପୁଜୁଛି। ଏ ନେଇ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ଦୁର୍ଦ୍ଦଶାରେ ଥିବା ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁନାହିଁ। ଏ ଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କଲେ ଲୋକେ ଉପକୃତ ହେବେ।
-ଜିତେନ୍ଦ୍ର ସାହୁ, ପୂର୍ବତନ ସଭାପତି, ଅନୁଗୋଳ ଓକିଲ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌ସିଏଲ୍‌ ଦ୍ୱାରା ଦୁଇଦିନିଆ ‘ସିଟି ଲାବ ସେଣ୍ଟର’: ୯ କଲେଜର ୨୦ ମଡେଲ ପ୍ରଦର୍ଶିତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବଜାୟ ରଖିବା ସହ ବିକାଶର ନୂଆ ଢାଞ୍ଚା ପାଇଁ ନକ୍ସା ଦେଖାଇଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱରର ୯ଟି କଲେଜ ଯଥା କଲେଜ ଅଫ୍‌...

ନିଶାସକ୍ତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲା ଶିକ୍ଷାଧିକାରୀ

ଧରାକୋଟ,୨୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖଜୁରିପଦା ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବାରୁ ସୋମବାର ତାଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ସୀମାଞ୍ଚଳ...

ଛତିଶଗଡ଼ର ୧୭୧ ସ୍କୁଲରେ ସ୍ଥାନ ପାଇବ ଡ.ଓସାମାଙ୍କ ପ୍ରକଳ୍ପ

ରଘୁନାଥପୁର,୧୯ା୧୧(ଡି.ଏନ୍‌.ଏ.): ଛତିଶଗଡ଼ ରାୟପୁରଠାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ (ଭିଜନ ୨୦୩୦) ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି...

ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ

ଧାମନଗର,୧୦।୫ (ଡି.ଏନ.ଏ/ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବିଡିଓଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି, ଆରକ୍ଷୀ ଅଧୀକ୍ଷକ...

ପୁନର୍ବାର ପ୍ରସ୍ତୁତ ହେବ ତାଲିକା

ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍‌ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।...

୩ ବର୍ଷରେ ଟ୍ରିବ୍ୟୁନାଲଙ୍କ ପାଇଁ ୬.୫୬ କୋଟି ଖର୍ଚ୍ଚ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ...

ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ...

ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ...

Advertisement
Archives

Model This Week