ଫୁଲୁଛି ସୁବର୍ଣ୍ଣରେଖା

ଭୋଗରାଇ/ଜଳେଶ୍ୱର/ବାଲିଆପାଳ,୧୬।୯(ଡି.ଏନ.ଏ./ସ୍ବ.ପ୍ର.)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୋଗରାଇରେ ୩ ଦିନରେ ସର୍ବାଧିକ ୨୨୧.୭ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଥିବା ବେଳେ ବୁଧବାର ୧୨୨.୨ମିମି ବର୍ଷା ହୋଇଛି। ଅନବରତ ବର୍ଷା ଯୋଗୁ ଭୋଗରାଇର ୩୪୨ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଗ୍ରାମ ପାଣି ଘେରରେ ରହିଛି। ବହୁ କଚା ମାଟିଘର ଭାଙ୍ଗିରୁଜି ଯାଇଥିବା ଖବର ମିଳିଛି। ଗ୍ରାମାଞ୍ଚଳର ଅନେକ ରାସ୍ତା ବର୍ଷା ପାଣିରେ ବୁଡ଼ିଯାଇ ଜୀବନଯାତ୍ରା ବ୍ୟାହତ ହୋଇଛି। ଅପରପକ୍ଷରେ ସୁବର୍ଣ୍ଣରେଖା ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ହେବାରୁ ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖାକୁ ସଂଯୋଗ କରୁଥିବା ଚାନ୍ଦିଲି ଡ୍ୟାମ୍‌ର ୫, ଗାଲୁଡିହିର ୬ ଓ ବାଙ୍କବଲ ଜଳାଧାରରୁ ଗୋଟିଏ ଗେଟ୍‌ରୁ ଉଦ୍‌ବୃତ୍ତ ବର୍ଷା ପାଣି ସୁବର୍ଣ୍ଣରେଖାକୁ ଛଡ଼ା ଯାଇଥିବା ସିଡବ୍ଲ୍ୟୁସି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବର ଲେଖା ହେବା ବେଳକୁ ସୁବର୍ଣ୍ଣରେଖା ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଇ ସତର୍କ ସ୍ତର ୯.୪୫ ମିଟରରେ ପ୍ରବାହିତ ହେଉଥିଲା। ଜଳେଶ୍ୱର ଅଞ୍ଚଳରେ ପ୍ରାୟ ୪୦୦ ମିମି ବର୍ଷା ହୋଇଥିବାରୁ ବିଭିନ୍ନ ପଞ୍ଚାୟତର ଗାଁ ଗୁଡ଼ିକ ପାଣି ଘେରରେ ରହିଛି। ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୭୦ ମିମି ବର୍ଷା ହୋଇଥିବାର ସରକାରୀଭାବେ କୁହାଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀର ମୁରି, ଆଦିତ୍ୟପୁର, ଜାମସେଦପୁର, କରକାଇ, ଚନ୍ଦିଲି, ଘାଟଶିଳା, ଫେକଘାଟ, ଜାମଶୋଳାଘାଟ, ଗୋପିବଲ୍ଲଭପୁର ଓ ରାଜଘାଟ ଉପତ୍ୟାକାରେ ଗତ ୪ ଦିନ ମଧ୍ୟରେ ୯୯୦ ମିମି ବର୍ଷା ହୋଇଥିବାରୁ ନଦୀର ଜଳପତ୍ତନ ବୃଦ୍ଧିପାଇବାରେ ଲାଗିଛି। ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବାଯୋଗୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲଘୁଚାପ ଜନିତ ବର୍ଷାରେ ବାଲିଆପାଳ, କୁଦ ମାନସିଂହ, ସୁଙ୍ଗମୂହଁ, ନୟାବାଲି, ବିଷ୍ଣୁପୁର, ରାଉତୁରାପୁର, ଇକଡପାଲ୍‌, କୁହ୍ଲାଚଡ଼, ତାଳପଦା, ଜାମକୁଣ୍ଡା, ପଞ୍ଚରୁଖି, ଚରବସ୍ତକାଲରୁଇ, ଚୌଧୁରୀକୁଦ ଆଦି ତଳିଆ ଅଞ୍ଚଳରେ ଶହ ଶହ ଏକର ଚାଷ ଜମି ଜଳ ନଗ୍ନ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?