ସଙ୍କଟରେ ୟେଲୋ ମନିଟର ଲିଜାର୍ଡ

ଭୁବନେଶ୍ୱର,୧୬।୯(ବ୍ୟୁରୋ):  ଗୋଧି ଶିକାର ଚାଲିଛି। ଫଳରେ ଆଜି ଏହି ନିରୀହ ଭାରତୀୟ ବିଷହୀନ ସରୀସୃପ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ନିକଟରେ ପ୍ରକାଶିତ ଇଣ୍ଟରନ୍ୟାଶନାଲ ୟୁନିଅନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର(ଆଇୟୁସିଏନ୍‌) ରେଡ୍‌ ଲିଷ୍ଟର ସଂକଟଗ୍ରସ୍ତ ପ୍ରଜାତି ତାଲିକାରେ ୟେଲୋ ମନିଟର ଲିଜାର୍ଡ (Varanus flavesens) ବା ସୋରିଷିଆ ଗୋଧିକୁ ଏନ୍‌ଡେଞ୍ଜର୍‌ଡ ବା ‘ବିଲୁପ୍ତ ପ୍ରାୟ’ ପ୍ରାଣୀ ତାଲିକାରେ ସ୍ଥାନ ପାଇଛି। ଏହି ଗୋଧି ପ୍ରଜାତି ମୁଖ୍ୟତଃ ପାକିସ୍ତାନ, ନେପାଳ, ଭୁଟାନ, ବାଂଲାଦେଶ ଓ ଭାରତରେ ଦେଖିବାକୁ ମିଳନ୍ତି। ବାସସ୍ଥାନ ଅଭାବ ଓ ବେପାର (ଶିକାର) ଯୋଗୁ ଏହି ଗୋଧିଙ୍କ ସଂଖ୍ୟା ପ୍ରାୟ ୫୦-୬୦ ପ୍ରତିଶତ ହ୍ରାସ ପାଇଛି। ସେଥିପାଇଁ ଏହାକୁ ବିଲୁପ୍ତ ହେବାକୁ ଥିବା ପ୍ରଜାତି ତାଲିକାଭୁକ୍ତ କରାଯାଇଛି। ଆବଶ୍ୟକ ସୁରକ୍ଷା ନ ମିଳିଲେ ସୋରିଷିଆ ଗୋଧି ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ ବୋଲି ପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ସୋରିଷିଆ ଗୋଧି ନଦୀବନ୍ଧ, କେନାଲ ଏବଂ ଧାନ ବିଲ ସମେତ ଆର୍ଦ୍ର ଭୂମି ଅଞ୍ଚଳରେ ବାସ କରିଥାନ୍ତି। ଉଭୟ ମାଈ ଓ ଅଣ୍ଡିରା ଗୋଧି ଜନ୍ମର ତୃତୀୟ ଓ ଚତୁର୍ଥ ବର୍ଷ ମଧ୍ୟରେ ପ୍ରାପ୍ତ ବୟସ୍କ ହୁଅନ୍ତି। ଗୋଟିଏ ଗୋଧି ୯ରୁ ୧୦ ବର୍ଷ ଯାଏ ବଞ୍ଚତ୍ପାରନ୍ତି। ଗୋଟିଏ ମାଈ ଗୋଧି ଥରକେ ୪ ରୁ ୩୦ ଯାଏ ଅଣ୍ଡା ଦେଇଥାଏ। ୧୫୫ ରୁ ୨୫୦ ଦିନ ମଧ୍ୟରେ ଅଣ୍ଡାଗୁଡ଼ିକ ଛୁଆ ଫୁଟିଥାନ୍ତି। ଭାରତରେ ଏହି ଗୋଧିର ଚାହିଦା ଢେର ଅଧିକ। ଯଦିଓ ଏହା ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ ୧ ତାଲିକା ଭୁକ୍ତ ସରୀସୃପ, କିନ୍ତୁ ଅନେକ ସମୟରେ ଗୋଧି ଶିକାର ରୋକିବା ବା ଶିକାରୀଙ୍କୁ ଧରିବା ପାଇଁ ନା ବନ ବିଭାଗ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉଛି ଅବା ଲୋକଙ୍କୁ ସଚେତନ କରାଯାଉଛି। ଧର୍ମ ଆଢ଼ୁଆଳ ଓ ଖାଦ୍ୟ ପାଇଁ ନିରୀହ ଗୋଧି କାହିଁ କେଉଁ କାଳରୁ ଶିକାର ହୋଇ ଆସୁଛନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲାର ଜୋରନ୍ଦାଠାରେ ମାଘ ମେଳା ସମୟରେ ଶହ ଶହ ଗୋଧି ଚମଡ଼ା ଓ ଖଞ୍ଜଣି ବିକ୍ରି ହୁଏ। ଏହି ପ୍ରଜାତି ଗୋଧିଙ୍କ ଚମଡ଼ାର ରଙ୍ଗ ହଳଦିଆ ହୋଇଥିବାରୁ ଅଧିକ ମୂଲ୍ୟ ବା ଚାହିଦା ରହିଛି। ଯେଉଁଥିପାଇଁ ଆଜି ଏହି ଗୋଧି ପ୍ରଜାତି ବିପଦରେ। ଖାଲି ସେତିକି ନୁହେଁ, ଗୋଧି ଅଣ୍ଡାକୁ କିଛି ଲୋକ ଖାଇବାକୁ ମଧ୍ୟ ଭଲ ପାଆନ୍ତି। ଏ ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଆଇନ ଆଖିରେ ସମସ୍ତେ ସମାନ ହେବା କଥା। ହେଲେ ବନ କର୍ମଚାରୀମାନେ ହାତୀ, ବାଘ ଆଦି ସିଡ୍ୟୁଲ-୧ ପଶୁଙ୍କ ପ୍ରତି ଯେତିକି ତତ୍ପରତା ଦେଖାନ୍ତି, ଗୋଧି ଭଳି ଛୋଟ ସିଡ୍ୟୁଲ-୧ ପଶୁଙ୍କ କ୍ଷେତ୍ରରେ ଆଦୌ ସେଭଳି ପଦକ୍ଷେପ ନିଅନ୍ତି ନାହିଁ। ଏବେ ସମୟ ଆସିଛି ବନ ବିଭାଗ ଗୋଧି, କଇଁଚ, ଶାରୀ ଭଳି ସିଡ୍ୟୁଲ-୧ ପଶୁପକ୍ଷୀଙ୍କ ପାଇଁ ନିଜର ଦୃଷ୍ଟିଭଙ୍ଗୀ ବଦଳାଇବା ଉଚିତ, ନ ହେଲେ ଗୋଧି ବଂଶ ପୃଥିବୀରୁ ସମ୍ପୂର୍ଣ୍ଣ ଲୁପ୍ତ ହେବାକୁ ଅଧିକ ସମୟ ଲାଗିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୩ ଦିନ ଆଗରୁ ମୌସୁମୀ ବାୟୁ ଆଜି କେରଳ ପହଞ୍ଚିଛି। ଏ ନେଇ...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ...

ପ୍ରତି ସୋମବାର ପଞ୍ଚାୟତ ଯିବେ ଭିଏଡବ୍ଲୁ, ବୁଝିବେ ଚାଷୀଙ୍କ ସମସ୍ୟା

ଭୁବନେଶ୍ୱର,୯।୬(ବ୍ୟୁରୋ): ଚଳିତ ବର୍ଷ ୬୨ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି...

ରବିବାର ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟି ବାତିଲ...

ଦିଗାମ୍ବରପୁର ଛକରେ ବେଆଇନ ଚିପ୍ସ, ମୋରମ ୟାର୍ଡ

କଳିଙ୍ଗନଗର,୬ା୨(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ଚିପ୍ସ ଓ ମୋରମ ପାହାଡ଼...

ଆବାସ ଯୋଜନା ପାଇଁ କଲ ସେଣ୍ଟର

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଏଣିକି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ କଲ ସେଣ୍ଟର ପ୍ରତିଷ୍ଠାହେବ। ପ୍ରତି ଜିଲାରେ କଲ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ...

ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ...

ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଜି ନେତ୍ର ଉତ୍ସବ

ଭୁବନେଶ୍ୱର,୮।୪(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ତେବେ ଆଜି ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ।...

Advertisement
Archives

Model This Week