ବରାଦର-ହକ୍କାନି ମୁହଁ।ମୁହିଁ

କାବୁଲ, ୧୬ା୯: ଆଫଗାନିସ୍ତାନକୁ କବ୍‌ଜା କରି ତାଲିବାନ୍‌ ସରକାର ସିନା ଗଢ଼ିଦେଲା କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ ତାହାର ପରିଚାଳନା ଏହି ଆତଙ୍କବାଦୀ ଗୋଷ୍ଠୀ ପାଇଁ କାଠିକର ପାଠ ହୋଇଛି। କ୍ଷମତା କନ୍ଦଳ ପରେ ବିଜୟର ଶ୍ରେୟ ନେବାକୁ ମୁହଁ।ମୁହିଁ ହୋଇଛନ୍ତି ତାଲିବାନ୍‌ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦର ଏବଂ ତାଲିବାନ୍‌ ୨.୦ରେ ସାମିଲ ହୋଇଥିବା ପାକିସ୍ତାନ ସମର୍ଥତ୍ତ ହକ୍କାନି ଗୋଷ୍ଠୀ। ଦୀର୍ଘବର୍ଷ ଧରି ସରକାରକୁ ଫେରିବାକୁ ସୁଚିନ୍ତିତ ରଣନୀତି କାମ ଦେଇଥିବା ବରାଦର କହୁଥିବାବେଳେ ଆମେରିକା ସୈନ୍ୟ ଓ ଆଫଗାନିସ୍ତାନ ସରକାରକୁ ହଟାଇବାରେ ଲଢ଼ୁଆଙ୍କ ସାହସକୁ ଶ୍ରେୟ ଦେଇଛି ହକ୍କାନି। ଏହାକୁ ନେଇ ରାଷ୍ଟ୍ରପତି ଭବନରେ ବରାଦର ଓ କ୍ୟାବିନେଟ୍‌ ସଦସ୍ୟ ଖଲିଲ୍‌ ଉର୍‌-ରେହମାନ୍‌ ହକ୍କାନିଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ କାବୁଲ ଛାଡ଼ି କାନ୍ଦାହାର ପଳାଇଛନ୍ତି ତାଲିବାନର ଏହି ଶୀର୍ଷ ନେତା।
ଆଫଗାନିସ୍ତାନ ବିଜୟକୁ ନେଇ ତାଲିବାନ୍‌ ୨.୦ରେ ଫାଟ ସୃଷ୍ଟି ହୋଇଛି। କ୍ଷମତା କନ୍ଦଳ ଯୋଗୁ ନିକଟରେ ହକ୍କାନି ନେଟଓ୍ବର୍କ ଦ୍ୱାରା ଗୁଳିର ଶିକାର ହୋଇଥିବା ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଗନି ବରାଦର ଆଫଗାନିସ୍ତାନ ବିଜୟର ଶ୍ରେୟ ନିଜକୁ ଦେଇଥିବାବେଳେ ହକ୍କାନି ଗୋଷ୍ଠୀ ତାହାକୁ ସ୍ବୀକାର କରିପାରୁନି। ଏହାକୁ ନେଇ ତାଲିବାନ୍‌ ଅନ୍ତରୀଣ ସରକାରରେ ପୁଣି ମତଭେଦ ଓ କନ୍ଦଳ ମୁଣ୍ଡ ଟେକିଛି। କାବୁଲସ୍ଥିତ ରାଷ୍ଟ୍ରପତି ଭବନରେ ଗତ ସପ୍ତାହରେ ବରାଦର ଓ କ୍ୟାବିନେଟ୍‌ ସଦସ୍ୟ ଖଲିଲ୍‌ ଉର୍‌-ରେହମାନ୍‌ ହକ୍କାନିଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହା ପରେ ବରାଦର କାବୁଲ ଛାଡ଼ି କାନ୍ଦାହାର ପଳାଇଥିବା ଏଥିରେ କୁହାଯାଇଛି।
ରାଷ୍ଟ୍ରପତି ଭବନରେ ବରାଦର ଓ ଶରଣାର୍ଥୀ ମନ୍ତ୍ରୀ ଖଲିଲ ହକ୍କାନିଙ୍କ ମଧ୍ୟରେ ବିବାଦ ହେବା ପରେ ଉଭୟଙ୍କ ସମର୍ଥକ ପରସ୍ପର ସହ ମାରପିଟ୍‌ରେ ମାତିଯାଇଥିଲେ। କାତାରସ୍ଥିତ ତାଲିବାନ ପଲିଟିକାଲ ଅଫିସ୍‌ର ଜଣେ ବରିଷ୍ଠ ସଦସ୍ୟ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ, ତାଲିବାନ୍‌ ୨.୦ ସରକାରରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ନେଇ ବରାଦର ଅସନ୍ତୁଷ୍ଟ ଅଛନ୍ତି। ବରାଦରଙ୍କ ଅନୁସାରେ ଆଫଗାନିସ୍ତାନ ବିଜୟରେ ତାଙ୍କ ପରି ବରିଷ୍ଠ ନେତାଙ୍କ ରଣନୀତି କାମ ଦେଇଛି। ତେଣୁ ବିଜୟର ମୂଳ ହକ୍‌ଦାର ହେଉଛନ୍ତି ସେମାନେ। ବରାଦର ହେଉଛନ୍ତି ପ୍ରଥମ ତାଲିବାନ୍‌ ନେତା ଯେ କି, ୨୦୨୦ରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଫୋନ୍‌ରେ ସିଧାସଳଖ କଥା ହୋଇଥିଲେ। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିମନ୍ତେ ହୋଇଥିବା ଦୋହା ଚୁକ୍ତିରେ ମଧ୍ୟ ବରାଦର ସ୍ବାକ୍ଷର କରିଥିଲେ। କିନ୍ତୁ ବରାଦରଙ୍କୁ ଶ୍ରେୟ ଦେବାକୁ ଚାହୁଁନାହିଁ ହକ୍କାନି ନେଟଓ୍ବର୍କ। ଏହି ଗୋଷ୍ଠୀ ଅନୁସାରେ ବରାଦର ନୁହେଁ ଯୁଦ୍ଧ ଭୂମିରେ ସେମାନଙ୍କ ସାହସ ଯୋଗୁ ଏହି ବିଜୟ ମିଳିଛି। ଆଫଗାନ୍‌ ମାଟିରେ ପାଶ୍ଚାତ୍ୟ ବଳ ସହ ହୋଇଥିବା ଭୟଙ୍କର ହିଂସାକାଣ୍ଡରେ ହକ୍କାନି ନେଟ୍‌ଓ୍ବର୍କ ସାମିଲ ହୋଇଥିଲା। ଆମେରିକା ହକ୍କାନିକୁ ଆତଙ୍କବାଦୀ ସଙ୍ଗଠନ ତାଲିକାରେ ରଖିଛି। ଏହା ସତ୍ତ୍ୱେ ତାଲିବାନ୍‌ ହକ୍କାନି ନେତା ସିରାଜୁଦ୍ଦିନ ହକ୍କାନିଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରୀ କରିଛି।
ଅନ୍ୟପକ୍ଷରେ କିଛିଦିନ ହେଲା ସର୍ବସାଧାରଣରେ ବରାଦରଙ୍କୁ ଦେଖିବାକୁ ମିଳିନାହିଁ। ହକ୍କାନି ଗୋଷ୍ଠୀ ପକ୍ଷରୁ ଗୁଳି ଖାଇବା ପରେ ସେ ମୃତ ବୋଲି ଚର୍ଚ୍ଚା ଲାଗିରହିଥିଲା। କିନ୍ତୁ ନିକଟରେ ତାଲିବାନ୍‌ ପକ୍ଷରୁ ଏକ ଅଡିଓ କ୍ଲିପ୍‌ ଟୁଇଟ୍‌ କରାଯାଇଥିଲା ଯେଉଁଥିରେ ବରାଦର ଜୀବିତ ଥିବା ନେଇ ସେ କହୁଥିବା ଏଥିରେ ଶୁଣିବାକୁ ମିଳିଥିଲା। ଏବେ ପୁଣି ବରାଦର ଓ ହକ୍କାନି ଗୋଷ୍ଠୀ ମଧ୍ୟରେ ବିବାଦ ସାମ୍‌ନାକୁ ଆସିଛି। ତେବେ ଅନ୍ତରୀଣ ସରକାରରେ କୌଣସି ପ୍ରକାର ମତଭେଦ ନ ଥିବା ତାଲିବାନ୍‌ ସଫେଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri