ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁର ଓ ବତକ ଛୁଆକୁ ଦେଖିବାକୁ ମିଳୁଛି। ବତକ ଛୁଆଟି ତଳେ ପଡ଼ି ଉଠି ପାରୁ ନ ଥିବା ବେଳେ କୁକୁର ଛୁଆ ତାକୁ ଉଠାଇ ଦେଉଛି। ସାଧାରଣତଃ କୁକୁର ଏମାନଙ୍କୁ ଦେଖିଲେ ମାରି ଖାଇବାକୁ ଗୋଡ଼ାଇଥାଏ। ମାତ୍ର ଏଭଳି ଦୃଶ୍ୟ ଆଶ୍ଚର୍ଯ୍ୟ କରି ଦେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ
A little help can change someone’s life 💕 pic.twitter.com/9uKgDdvg1d
— Susanta Nanda IFS (@susantananda3) September 14, 2021