୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…

ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ ଲୋକେ ବ୍ୟାଙ୍କରେ ଭିଡ଼ ଜମାଇ ନିଜ ନିଜର ଆକାଉଣ୍ଟ ଚେକ୍‌ କରିବା ଆରମ୍ଭ କରିଥିଲେ। ସ୍ଥାନୀୟ କାଟିହରରେ ଥିବା ଏସବିଆଇର ସିଏସପି କେନ୍ଦ୍ରସ୍ଥିତ ବ୍ୟାଙ୍କରେ ଥିବା ଛାତ୍ର ଅସିତ କୁମାରଙ୍କ ଆକାଉଣ୍ଟରେ ୯୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଥିଲା। ସେହିପରି ଗୁରୁଗୁଚନ୍ଦ୍ରଙ୍କ ଆକାଉଣ୍ଟରେ ୬୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିଲା।

ଛାତ୍ର ଦୁହେଁ ଆଜମନଗର ପୋଲିସ ଷ୍ଟେସନ ଅଞ୍ଚଳର ପସ୍ତିଆ ଗାଁରେ ବାସ କରନ୍ତି। ବିହାର ସରକାରଙ୍କ ଦ୍ୱାରା ସ୍କୁଲ ପୋଷାକ ପାଇଁ ପଠାଯାଇଥିବା ଟଙ୍କା ବିଷୟରେ ଜାଣିବା ପାଇଁ ସେମାନେ ବ୍ୟାଙ୍କରେ ପହଞ୍ଚିଥିଲେ।

ବ୍ୟାଙ୍କ ମ୍ୟାନେଜର ଏହା ଜାଣିବା ପରେ ଉଭୟ ଆକାଉଣ୍ଟକୁ ସିଜ୍‌ କରିଦେଇଥିଲେ। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଭଳି ମାମଲା ଖାଗରିଆରୁ ମଧ୍ୟ ଘଟିିଥିଲା। ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୫.୫୦ ଲକ୍ଷ ଟଙ୍କା ଜମା ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସହାୟତା ବୋଲି ଭାବି ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଥିଲେ। ଯେତେବେଳେ ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କର ଭୁଲ ଜାଣିଲେ, ସେମାନେ ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କିନ୍ତୁ ବ୍ୟକ୍ତି ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲେ। ଯାହା ପରେ ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କୁ ଜଣା ପଡ଼ିବନି ପ୍ରସବ ଯନ୍ତ୍ରଣା, ଡାକ୍ତର ଆପଣାଇଲେ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି।...

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ଦୋଷୀ ପେରାରିଭାଲାନଙ୍କୁ ମୁକ୍ତି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୮।୫ : ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଆଜୀବନ...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୨୪।୪: ପୁଲୱାମାର ପାହୁ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ଆତଙ୍କବାଦୀଙ୍କ...

ଗଙ୍ଗାସାଗରରେ ବୁଡ଼ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧...

ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ...

୧୦ ରାଜ୍ୟରେ ଯଦି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତେବେ ଦେଶ ଜିତିବ କରୋନା ଯୁଦ୍ଧ: ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ ମହାମାରୀର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ...

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ...

ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଅଫର୍‌

ଭୋପାଳ,୫।୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଜଣେ ସ୍ତ୍ରୀ ଦେଢ ଼ କୋଟି ଟଙ୍କା ନେଇ ତାଙ୍କ ସ୍ବାମୀଙ୍କୁ...

Advertisement
Archives

Model This Week