Home Left

ଅପହରଣ କରି ୫ଲକ୍ଷ ଦାବି

ନିରାକାରପୁର,୧୩।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଅଞ୍ଚଳରୁ ଅପହୃତ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରବିବାର ଅପରାହ୍ନରେ ପୋଲିସ ଜଟଣୀ ଥାନା ହରିରାଜପୁର ନିକଟ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ସେ ହେଲେ ମଳିପଡ଼ା ଗ୍ରାମର ସତ୍ୟନାରାୟଣ ବେହେରା।…

ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅଭିଯୋଗ ସତ୍ତ୍ୱେ ଥାନାରୁ ନ୍ୟାୟ ନ ପାଇବାରୁ ସୋମବାର ଜଣେ ଯୁବକ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା…

ନାସାର ଭବିଷ୍ୟବାଣୀ: ୨୦୩୦ରେ ଆସିବ ଭୟଙ୍କର ବନ୍ୟା ପରିସ୍ଥିତି

ଓ୍ବାଶିଂଟନ୍‌,୧୩।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ପାଗ ଦ୍ରୁତ ଗତିରେ ବଦଳୁଛି। ଏହି କାରଣରୁ ଗ୍ଲେସିୟର୍‌ ତରଳି ଯାଉଛି ଏବଂ ଅନେକ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ଅଧ୍ୟୟନରେ ଦାବି କରିଛି ଯେ,…

ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ

ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ ପ୍ରବାହ ଧାରା ଉପରେ କଟକଣା ଲଗାଇଛନ୍ତି ବା ଲଗାଇବାକୁ ଉଦ୍ୟମ କରୁଛନ୍ତି। ସୋସିଆଲ ମିଡିଆ…

ଗାଈ ଦୋଷ ଛଡ଼ାଇବାକୁ ପୁରୀ ଯାଉଥିଲେ: ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର

ବାଲିକୁଦା,୧୩।୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ରବିବାର ପୁରୀ ଜିଲା ଚନ୍ଦ୍ରଭାଗା ଥାନା ଅନ୍ତର୍ଗତ ରାମଚଣ୍ଡୀଠାରେ ବଳାତ୍କାର କରାଯାଇଛି। ଗାଈ ମୃତ୍ୟୁ ଦୋଷ ନ ଲାଗିବା ପାଇଁ ପୁରୀ ଯାଉଥିବାବେଳେ ଅଧାବାଟରେ ସ୍ବାମୀଙ୍କ ବନ୍ଧୁ ତାଙ୍କୁ ବଳାତ୍କାର…

ନେପାଳ ପାର୍ଲାମେଣ୍ଟ କାଏମ

କାଠମାଣ୍ଡୁ, ୧୩।୭(ଆଇଏଏନ୍‌ଏସ୍‌): ଏକ ନାଟକୀୟ ଘଟଣାକ୍ରମରେ ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ପାର୍ଲାମେଣ୍ଟକୁ ପୁନଃ ସ୍ଥାପିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିବା ସହ ବିରୋଧୀ…

ବିଜେଡି ନୂଆ କାର୍ଯ୍ୟାଳୟର ଶୁଭ ଦେଲେ ନବୀନ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜେଡି ରାଜ୍ୟ କାର୍ଯ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପବିତ୍ର ରଥଯାତ୍ରା ଅବସରରେ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ ଲାଗି…

ଡେମ୍‌ଚୁକ୍‌ରେ ଚାଇନା ସୈନ୍ୟ

ଶ୍ରୀନଗର, ୧୩।୭: ଲଦାଖର ଡେମଚୁକ୍‌ ଅଞ୍ଚଳ ଅନ୍ତର୍ଗତ ସିନ୍ଧୁନଦୀ ଅପରପାର୍ଶ୍ୱରେ ଅବସ୍ଥିତ କେତେକ ଭାରତୀୟ ଗ୍ରାମରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ ଚାଇନା ସୈନ୍ୟ ଓ ନାଗରିକମାନେ ୫ଟି ଗାଡ଼ିରେ ଆସି ଏହାକୁ ବିରୋଧ କରିଥିଲେ। ଉକ୍ତ ଗାଡ଼ିରେ…

ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ

ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍‌’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ ସଂକ୍ରମଣର ଆଉ ଏକ ଲହର ଆଣିବା ଆଶଙ୍କା କରାଯାଉଛି। ଆର୍‌ ଫ୍ୟାକ୍ଟର ହେଉଛି ଭୂତାଣୁ…

ଓଡ଼ିଶୀ ସଙ୍ଗୀତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଉତ୍କର୍ଷ’ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୭ (ବ୍ୟୁରୋ): ଓଡ଼ିଶୀ ସଙ୍ଗୀତ ଓଡ଼ିଶାର ପରିଚୟ। ଶ୍ରୀଜଗନ୍ନାଥ ମନ୍ଦିର ସେବାରେ ମଧ୍ୟ ଓଡ଼ିଶୀ ସଙ୍ଗୀତର ବିଶେଷ ଯୋଗଦାନ ରହିଛି। ଓଡ଼ିଶାର ଏହି ଉତ୍କୃଷ୍ଟ କଳାର ବିକାଶ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର…

ତୈଳ, ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ରାସ୍ତାରେ ଛାତ୍ର କଂଗ୍ରେସ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷା ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କୁ ବିମାନବନ୍ଦରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସ୍ବାଗତ କରିଛନ୍ତି। ଏହି ଅବସରରେ…

ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri