Posted inଫୁରସତ

ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ଦେଖିଲେ କହିବେ…

ମଧ୍ୟପ୍ରଦେଶରେ ରହୁଥିବା ଶିକ୍ଷାବିତ୍‌ ଆନନ୍ଦ ପ୍ରକାଶ ଚକ୍ସି ତାଙ୍କ ସ୍ତ୍ରୀଙ୍କୁ  ଏକ ଘର ଉପହାର ଦେଇଛନ୍ତି। ଏହି ଘରଟି ଦେଖିବାକୁ ତାଜମହଲ ପରି।

ମଧ୍ୟପ୍ରଦେଶର ଐତିହାସିକ ସହର ବୁରହାନପୁରର ବାସିନ୍ଦା ଆନନ୍ଦ ପ୍ରକାଶଙ୍କ କହିବାନୁସାରେ, ସେ ଦୀର୍ଘ ସମୟ ଧରି ଏପରି ଘର କରିବାକୁ ଚିନ୍ତା କରିଥିଲେ। ଆଜି ତାଙ୍କର ସ୍ବପ୍ନ ସାକାର ହୋଇଛି।


ସେ ତାଙ୍କ ସ୍ତ୍ରୀ ମଞ୍ଜୁସାଙ୍କ ପାଇଁ ଏହି ଘର ନିର୍ମାଣ କରିଥିଲେ। ଏହି ଘରେ ଶୟନ କକ୍ଷ, ରୋଷେଇ ଘର, ଲାଇବ୍ରେରୀ ଏବଂ ଯୋଗ କକ୍ଷ ଅଛି। ଘର ନିର୍ମାଣ ପାଇଁ ୩ ବର୍ଷ ଲାଗିଥିଲା। କେବଳ ଏତିକି ନୁହେଁ, ଏହାକୁ ତିଆରି କରିବା ପାଇଁ ଅନେକ ରାଜ୍ୟର କାରିଗରମାନଙ୍କଠାରୁ ସାହାଯ୍ୟ ନିଆଯାଇଛି।

ଘର ନିର୍ମାଣ ପୂର୍ବରୁ ଆନନ୍ଦ ତାଙ୍କ ସ୍ତ୍ରୀଙ୍କ ସହ ତାଜମହଲ ବୁଲିବାକୁ ଯାଇଥିଲେ। ସେଠାକୁ ଯାଇ ସେ ତାଜମହଲକୁ ଅତି ନିକଟରୁ ଦେଖିଥିଲେ। ଫେରିବା ପରେ ଆନନ୍ଦ ଏପରି ଏକ ଗୃହ ନିର୍ମାଣ ଦାୟିତ୍ୱ ଇଞ୍ଜିନିୟରିଂ ପ୍ରବୀଣ ଚକ୍ସିଙ୍କୁ ଦେଇଥିଲେ।

ପ୍ରବୀଣଙ୍କ କହିବା ଅନୁଯାୟୀ, ଆନନ୍ଦ ତାଙ୍କୁ ଏକ କଠିନ ଦାୟିତ୍ୱ ଦେଇଥିଲେ। ତାଜମହଲ ପରି ଘର ନିର୍ମାଣ କରିବାକୁ କହିଥିଲେ।

ଘରର ବର୍ଗକ୍ଷେତ୍ର ହେଉଛି (90X 90)। ମୌଳିକ ଗଠନ ହେଉଛି (60X60)। ଉଚ୍ଚତା ୨୯ ଫୁଟ ଉଚ୍ଚ ଅଟେ। ବେଙ୍ଗଲ ଏବଂ ଇନ୍ଦୋରର କାରିଗରମାନଙ୍କୁ ଘର ଖୋଦନ ପାଇଁ ଡକାଯାଇଥିଲା। ରାଜସ୍ଥାନର ମାକ୍ରାନାର କାରିଗରମାନେ ଘରର ଚଟାଣ କରିସାରିଛନ୍ତି। ଘରେ ଥିବା ଆସବାବପତ୍ର ସୁରଟ ଏବଂ ମୁମ୍ବାଇର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଘର ନିର୍ମାଣ ପାଇଁ ଆଗ୍ରାର ଉତ୍କୃଷ୍ଟ କାରିଗରମାନଙ୍କ ସାହାଯ୍ୟ ମଧ୍ୟ ନିଆଯାଇଛି।

ଏହି ଘରକୁ ପୁରସ୍କୃତ ମଧ୍ୟ କରାଯାଇଛି। ବୁରହାନପୁରକୁ ଆସୁଥିବା ପର୍ଯ୍ୟଟକମାନେ ନିଶ୍ଚିତ ଭାବରେ ଆନନ୍ଦଙ୍କ ଘର ବୁଲିବାକୁ ଆସି ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?