Posted inଫୁରସତ

ଏଠାରୁ ଅନବରତ ବାହାରୁଛି ପାଣି, ରହସ୍ୟ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ। ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି। ସେଥିମଧ୍ୟରୁ କେତେକ ଘଟଣା ଉପରୁ ପରଦା ହଟାଇଥାନ୍ତି ତ ଆଉ କେତେକର ରହସ୍ୟ ଆଜି ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି।

ଫ୍ରାନ୍ସର ବରଗୁଣ୍ଡି ଅଞ୍ଚଳରେ ଏକ ସ୍ଥାନ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କାହାକୁ ଜଣାନାହିଁ। ଦେଶର ଟୋନେର ନାମକ ଏକ ସହରରେ ପ୍ରତି ସେକେଣ୍ଡରେ ୩୦୦ ଲିଟରରୁ ଅଧିକ ଜଳ ଭୂଗର୍ଭରୁ ବାହାରୁଛି। ହଜାର ହଜାର ବର୍ଷ ଧରି ଲଗାତର ବାହାରୁଥିବା ଏହି ଜଳର ଉତ୍ସ ଆଜି ପର୍ଯ୍ୟନ୍ତ ଖୋଜି ମିଳିପାରିନାହିଁ। ଏହି ଜଳର ଉତ୍ସ ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ କେହି ସଫଳ ହୋଇ ପାରିନାହାନ୍ତି। ବର୍ତ୍ତମାନ ଏହା ଏକ ବଡ଼ ପ୍ରଶ୍ନ ଯେ, କ୍ରମାଗତ ଭାବରେ ପୃଥିବୀରୁ ବାହାରୁଥିବା ଏହି ଜଳର ଉତ୍ସ କେଉଁଠି?

ଫ୍ରାନ୍ସର ଲୋକମାନେ ଏହି ରହସ୍ୟମୟ ଜଳପ୍ରପାତକୁ ଈଶ୍ବରଙ୍କ ଚମତ୍କାରିତା ବୋଲି ବିବେଚନା କରନ୍ତି। କୁହାଯାଏ, ରୋମୀୟମାନେ ମଧ୍ୟ ଏହି ପାଣି ପିଉଥିଲେ। ସେମାନେ ମଧ୍ୟ ୧୭ତମ ଶତାବ୍ଦୀରେ ଏହି ଜଳରେ ସ୍ନାନ କରୁଥିଲେ। ଏହା ପରେ ଅଷ୍ଟାଦଶ ଶତାବ୍ଦୀରେ ବୈଜ୍ଞାନିକମାନେ ଏହି ଜଳପ୍ରପାତର ଉତ୍ସ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ପରେ ଦେଖାଗଲା ଏହି ଜଳପ୍ରପାତର ଶେଷ ନାହିଁ ।

କୁହାଯାଏ, ଯିଏ ଏହି ଜଳପ୍ରପାତ ଭିତରକୁ ଯାଇଛି ସେ ଆଉ ଫେରି ପାରିନାହିଁ। ଏହାର ରହସ୍ୟ ଜାଣିବା ପାଇଁ ଚେଷ୍ଟା କରିଥିବା ଅନେକ ଲୋକଙ୍କର ମୃତ୍ୟୁ ବି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri