Posted inଫୁରସତ

ଏଠାରୁ ଅନବରତ ବାହାରୁଛି ପାଣି, ରହସ୍ୟ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ। ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି। ସେଥିମଧ୍ୟରୁ କେତେକ ଘଟଣା ଉପରୁ ପରଦା ହଟାଇଥାନ୍ତି ତ ଆଉ କେତେକର ରହସ୍ୟ ଆଜି ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି।

ଫ୍ରାନ୍ସର ବରଗୁଣ୍ଡି ଅଞ୍ଚଳରେ ଏକ ସ୍ଥାନ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କାହାକୁ ଜଣାନାହିଁ। ଦେଶର ଟୋନେର ନାମକ ଏକ ସହରରେ ପ୍ରତି ସେକେଣ୍ଡରେ ୩୦୦ ଲିଟରରୁ ଅଧିକ ଜଳ ଭୂଗର୍ଭରୁ ବାହାରୁଛି। ହଜାର ହଜାର ବର୍ଷ ଧରି ଲଗାତର ବାହାରୁଥିବା ଏହି ଜଳର ଉତ୍ସ ଆଜି ପର୍ଯ୍ୟନ୍ତ ଖୋଜି ମିଳିପାରିନାହିଁ। ଏହି ଜଳର ଉତ୍ସ ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ କେହି ସଫଳ ହୋଇ ପାରିନାହାନ୍ତି। ବର୍ତ୍ତମାନ ଏହା ଏକ ବଡ଼ ପ୍ରଶ୍ନ ଯେ, କ୍ରମାଗତ ଭାବରେ ପୃଥିବୀରୁ ବାହାରୁଥିବା ଏହି ଜଳର ଉତ୍ସ କେଉଁଠି?

ଫ୍ରାନ୍ସର ଲୋକମାନେ ଏହି ରହସ୍ୟମୟ ଜଳପ୍ରପାତକୁ ଈଶ୍ବରଙ୍କ ଚମତ୍କାରିତା ବୋଲି ବିବେଚନା କରନ୍ତି। କୁହାଯାଏ, ରୋମୀୟମାନେ ମଧ୍ୟ ଏହି ପାଣି ପିଉଥିଲେ। ସେମାନେ ମଧ୍ୟ ୧୭ତମ ଶତାବ୍ଦୀରେ ଏହି ଜଳରେ ସ୍ନାନ କରୁଥିଲେ। ଏହା ପରେ ଅଷ୍ଟାଦଶ ଶତାବ୍ଦୀରେ ବୈଜ୍ଞାନିକମାନେ ଏହି ଜଳପ୍ରପାତର ଉତ୍ସ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ପରେ ଦେଖାଗଲା ଏହି ଜଳପ୍ରପାତର ଶେଷ ନାହିଁ ।

କୁହାଯାଏ, ଯିଏ ଏହି ଜଳପ୍ରପାତ ଭିତରକୁ ଯାଇଛି ସେ ଆଉ ଫେରି ପାରିନାହିଁ। ଏହାର ରହସ୍ୟ ଜାଣିବା ପାଇଁ ଚେଷ୍ଟା କରିଥିବା ଅନେକ ଲୋକଙ୍କର ମୃତ୍ୟୁ ବି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri