Posted inଫୁରସତ

ରୋଗମୁକ୍ତି ପାଇଁ ଶାମ୍ବଦଶମୀ ଭୋଗ

ଓଡ଼ିଶାର ଗଣଉତ୍ସବ ‘ଶାମ୍ବଦଶମୀ’ କିପରି ଶ୍ରୀମହାଭାସ୍କରଙ୍କ ନିକଟରେ ପାଳିତ ହେଉଥିଲା, ତାହାର ଏକ ଚିତ୍ର ଆମେ ଆଲୋଚନା କରିଥିଲୁ। ସୂର୍ଯ୍ୟଙ୍କ ମୂଳ ସ୍ଥାନ ମୂଲତାନ ବୋଲି ଯେଉଁ ଭାବନା କେତେକ ଆଲୋଚକଙ୍କ ମୁଣ୍ଡରେ ବସା ବାନ୍ଧିଥିଲା ଆଉ ସେମାନେ ସେ ଭାବନାକୁ ଲେଖିବା ପରେ କିପରି ବିଭ୍ରାନ୍ତି ସୃଷ୍ଟି ହୋଇଥିଲା, ତା’ର ନିରାକରଣ ଥିଲା ଆମର ମୂଳ ଲକ୍ଷ୍ୟ। ସେମାନଙ୍କୁ ଏଇ ପ୍ରସଙ୍ଗରେ ଆଉ ଗୋଟିଏ ଉଦାହରଣ ଦିଆଯାଇପାରେ। କେବଳ ଅର୍କକ୍ଷେତ୍ରରେ ଏହା ପାଳିତ ହେଉଥିଲା ତାହା ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ଏହି ପରମ୍ପରା ଥିଲା, ଆଜି ବି ଅଛି।
ଗଞ୍ଜାମ ଜିଲାର ବୁଗୁଡ଼ାଠାରେ ଓଡ଼ିଆ ଶିଳ୍ପୀ ଗଢ଼ିଥିଲା କାଠର କୋଣାର୍କ। ଓଡ଼ିଶାର ଶିଳ୍ପୀ ୭୮୦ ବର୍ଷ ତଳେ ପଥରରେ ନିର୍ମାଣ କରିଥିଲା ବିଶ୍ୱବିସ୍ମୟ ଶ୍ରୀପଦ୍ମକେଶର ମନ୍ଦିର। ନିହଣ/ମୁଗୁର ବ୍ୟବହାର କରି ୨୫୦ ବର୍ଷ ତଳେ ପୁଣି ଏକ ବିସ୍ମୟ ସୃଷ୍ଟି କରିଥିଲା ଗଞ୍ଜାମର ବୁଗୁଡ଼ାଠାରେ। କାଠରେ ନିର୍ମିତ ଏହି ବିସ୍ମୟ ଶ୍ରୀବିରଞ୍ଚିନାରାୟଣଙ୍କ ପାଇଁ ସୃଷ୍ଟି ହୋଇଥିଲା। ବୁଗୁଡ଼ାର ସେଇ କାଠର ମନ୍ଦିରକୁ ପ୍ରତ୍ୟେକ ଓଡ଼ିଆ ଜୀବନରେ ଥରେ ଦେଖିବା କଥା। ଅଠଚାଳିଶଟି ପଥର ଖମ୍ବ ଏହି କାଠର ମନ୍ଦିରକୁ ଧରି ରଖିଛି। ଏକ ଚକବିଶିଷ୍ଟ ମନ୍ଦିରର ଅଗ୍ରଭାଗରେ ସାତୋଟି ଅଶ୍ୱ ଟାଣୁଥିବାର ଦୃଶ୍ୟ ବିରଳ। ସତେ ଯେମିତି ସୂର୍ଯ୍ୟ ଦେବତା କାଠ ରଥରେ ଗତି କରୁଛନ୍ତି। କୋଣାଦିତ୍ୟରେ ପଥର ରଥରେ ପୂର୍ବ ଅଭିମୁଖ ହୋଇ ଶ୍ରୀସୂର୍ଯ୍ୟଦେବତା ବିଜେ କରିଥିଲେ। ବୁଗୁଡ଼ାଠାରେ ଶ୍ରୀବିରଞ୍ଚିନାରାୟଣ ପଶ୍ଚିମ ଅଭିମୁଖ ହୋଇ ବିଜେ କରିଛନ୍ତି। ସୂର୍ଯ୍ୟଙ୍କର ଉଦୟକାଳୀନ କିରଣ ଯେପରି କୋଣାର୍କରେ ଶ୍ରୀବିଗ୍ରହଙ୍କୁ ପ୍ରଥମେ ସ୍ପର୍ଶ କରୁଥିଲା, ବୁଗୁଡ଼ାଠାରେ ସେହିପରି ଆଜି ବି ସୂର୍ଯ୍ୟାସ୍ତ ସମୟର ଅସ୍ତଗାମୀ ସୂର୍ଯ୍ୟଦେବଙ୍କ ରକ୍ତିମ ଆଭା ଶ୍ରୀବିରଞ୍ଚିନାରାୟଣଙ୍କୁ ସ୍ପର୍ଶ କରୁଛି। ଏପରି ଅଭିନବ ଶୈଳୀରେ ଓଡ଼ିଆ ଶିଳ୍ପୀ ବୁଗୁଡ଼ାରେ ମନ୍ଦିର ନିର୍ମାଣ କରିଛନ୍ତି ଯେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଅବସ୍ଥାନ କାଳରେ ସୂର୍ଯ୍ୟଙ୍କ ଆଭା ଶ୍ରୀବିରଞ୍ଚିନାରାୟଣଙ୍କୁ ସ୍ପର୍ଶ କରୁଅଛି।
ଅର୍କକ୍ଷେତ୍ରଠାରେ କୁଷ୍ଠରୋଗ ଉପଶମର ବିଶ୍ୱାସ ରହିଥିବା ବେଳେ ବୁଗୁଡ଼ା କ୍ଷେତ୍ରରେ ଚର୍ମରୋଗ ନିରାକରଣର ବିଶ୍ୱାସ ଆଜି ବି ରହିଛି। ଓଡ଼ିଆ ଐତିହ୍ୟ ପରିଷଦର ସଭାପତି ବିଭୁପ୍ରସାଦ ତ୍ରିପାଠୀ, ସମ୍ପାଦକ ଦେବୀପ୍ରସନ୍ନ ନନ୍ଦଙ୍କ ସମେତ କେତେଜଣ ଗବେଷକ ଓ ଆମେ ଅନୁସନ୍ଧାନ ପାଇଁ ବୁଗୁଡ଼ାଠାରେ ପହଞ୍ଚିବା ପରେ ବହୁ ନୂତନ ଐତିହ୍ୟ ଆମକୁ ବିସ୍ମିତ କରିଥିଲା।
ମାଘ ସପ୍ତମୀରେ ରଥଯାତ୍ରା ପରମ୍ପରା ଆଜି ବି ପ୍ରଚଳିତ ଅଛି। ଶାମ୍ବଦଶମୀରେ ଜଗତ କଲ୍ୟାଣ ପାଇଁ କୋଣାଦିତ୍ୟ ପରି ଏଠାରେ ଉପାସନା ହୋଇ ଯଜ୍ଞ ଅନୁଷ୍ଠିତ ହେଉଅଛି। ମନ୍ଦିରର ମୁଖଶାଳା, ଭଣ୍ଡାର ଘର ଓ ମଣୋହି ଘର କାଠର କାରୁକାର୍ଯ୍ୟରେ ସମ୍ପନ୍ନ ହୋଇଛି। ଦୁଇଶହ ପଚାଶ ବର୍ଷ ତଳେ ଶ୍ରୀକ୍ଷେତ୍ରର ମାନଚିତ୍ର ଅବିକଳ ଭାବରେ, ପଟ୍ଟଚିତ୍ର ଶୈଳୀରେ କାନ୍ଥରେ ସ୍ଥାନ ପାଇଛି।
ଆମେ ସମ୍ଭାବନା କରିଥିଲୁ ଶାମ୍ବଙ୍କର ତପସ୍ୟାର ସିଦ୍ଧିଲାଭର ସ୍ମାରକୀ ଦିବସ ବୋଧହୁଏ ଶାମ୍ବଦଶମୀ। ଏହି ଦିନ ମନେହୁଏ ସେ ରୋଗମୁକ୍ତ ହୋଇଥିଲେ। କାରଣ ଶାମ୍ବଦଶମୀ ପର୍ବରେ ଯେଉଁ ପିଠାପଣା ଏପରି କି ତରକାରି ହୁଏ ତାହା ମାନସିକ ଅନୁଯାୟୀ ହୁଏ। ସାରା ଓଡ଼ିଶାରେ ଏହି ମନୋବିଜ୍ଞାନ ରହିଛି। କାହା ପାଇଁ ଆରିସା, କାହା ଲାଗି କାକରା, କାହା ପାଇଁ ମଣ୍ଡା ଓ କାହା ଲାଗି ଘଡ଼ଘଡ଼ିଆ ତରକାରି ଏପରି ୩୦ରୁ ୩୫ ପ୍ରକାର ଭୋଗଦ୍ରବ୍ୟ ବଢ଼ାଯାଏ। ଏଇ ମାନସିକ ହୋଇଥାଏ ପିଲାର ରୋଗମୁକ୍ତି ପାଇଁ। ରହିଯାଏ ଜୀବନସାରା। ବୁଢ଼ାବୁଢ଼ୀ ହେବାପରେ ବି ପିଲାଦିନର ମାନସିକ କରିଥିବା ଭୋଗ ଅବ୍ୟାହତ ଥାଏ, ତେଣୁ ରୋଗ ନିରାକରଣ ମୂଳ ଲକ୍ଷ୍ୟ ଥିବାରୁ ମନେହୁଏ ଶାମ୍ବ ସେହିଦିନ ରୋଗମୁକ୍ତ ହୋଇଥିଲେ।
ଅଗନା ଅଗନି ବନସ୍ତର ଆଈ ମା’ ଗପ ପରି ଲାଗିପାରେ। ମାତ୍ର ଏହି ଗଣପର୍ବର ଐତିହ୍ୟ ଆମେ ଚର୍ଚ୍ଚା କରିବା କଥା। ଏକ ସାଂସ୍କୃତିକ ସହବନ୍ଧନ ଧାରାରେ ଗୋଟାଏ ଐତିହ୍ୟକୁ ଉତ୍ସବରେ ବାନ୍ଧିରଖିବା ପୁଣି ଶହ ଶହ ବର୍ଷ ଧରି! ଏ ସହଜ କଥା ନୁହେଁ। ଆମେ କେତେ ଏ ବନସ୍ତରେ ପଶିଛେ ବିଚାର କରିବା କଥା! ପିଁ କିରି ଉଡ଼ିଆସି ଦିଅଣ୍ଡା ମିଥୁନ ମୂର୍ତ୍ତି ଫଟୋ ଉଠେଇ ସିଁ କିରି ଉଡ଼ିଯାଇ ବହିଲେଖି ଛାପି ହଟଚମଟ ଚାହୁଁଥିବା ବାହାରିଆ ପଣ୍ଡିତେ ଏ ବନସ୍ତ ଭେଦ କରିବେ କିଅଁା?

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?