ପଥର ଅନ୍‌ଲୋଡ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇଗଲେ ଡ୍ରାଇଭର

ଅମରପାଲି,୨୨ା୧୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ନିକଟରେ ନିର୍ମାଣାଧୀନ ପୋଲ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ପଥର ପ୍ୟାଚିଂ ପାଇଁ ପଥର ଆଣୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ହେଲେ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଝର ପଞ୍ଚାୟତ ଝରେଇ ଗ୍ରାମର ଦିଲୀପ ଛତର(୩୦)। ସୋମବାର ପୂର୍ବାହ୍ନରେ ପୋଲକୁ ସଂଯୋଗ ପାଇଁ ରାସ୍ତା ତିଆରି ପାଇଁ ପଥର ଆଣାଯାଉଥିଲା। ରାସ୍ତା କଡ଼ରେ ପଥର ଅନଲୋଡ ପରେ ଭାରସାମ୍ୟ ହରାଇ ଓଆର ୧୭ ଏଫ୍‌ ୦୧୨୫ ନମ୍ବର ବିଶିଷ୍ଟ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଡ୍ରାଇଭର ଜଣକ ତଳେ ଚାପି ହୋଇ ପଡ଼ିଥିଲେ। ନିକଟରେ କାମ କରୁଥିବା ଜେସିବି ସାହାଯ୍ୟରେ ଦିଲୀପଙ୍କୁ ଉଦ୍ଧାର କରାଯାଇ ବୀରମହାରାଜପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ ଅଫିସ,୨୦ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ...

ସୁରଟ ଫେରନ୍ତାଙ୍କୁ ଖାଇବାକୁ ଦିଆଗଲା

ସୋହେଲା,୨୯।୪(ଡି.ଏନ.ଏ): ଗୁଜୁରାଟ ରାଜ୍ୟ ସୁରଟରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ବୁଧବାର ବରଗଡ଼ ଜିଲା ସୋହେଲା ନିକଟ ଲୁହୁରାଚଟି ନିକଟରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା...

ମେଗା ରକ୍ତଦାନ ଶିବିର: ୬୪ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼, ୨୬।୪ (ଡି.ଏନ.ଏ.): କୁବେର ସମାଜ ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ରାମମନ୍ଦିର ନିକଟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୫...

‘ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ’

ପୁରୀ ଅଫିସ,୧୦।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହା କ୍ଷତି...

ବ୍ରହ୍ମପୁରରେ ବନ୍ଦ ରହିଲା ବ୍ୟାଙ୍କ

ବ୍ରହ୍ମପୁର ଅଫିସ୍‌,୨୨ା୧୦- ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରଠୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟାଙ୍କ କର୍ମଚାରୀଙ୍କର ବିଭିନ୍ନ...

ନାମଲେଖା ନାଁରେ ଠକେଇ: ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୪ା୮-ରାଜ୍ୟର ଏକ ପ୍ରତିଷ୍ଠିତ ସରକାରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଦେବାର ପ୍ରଲୋଭନ ଦେଖାଇ ଜଣେ ବିଦ୍ୟାର୍ଥୀଙ୍କୁ ଠକିଥିବା ୨ ଜଣ ଦଲାଲ ଗିରଫ ହୋଇଛନ୍ତି। ଏହି...

କୁରାଳ ପଞ୍ଚମୀ ପାଳନ: ଜମିଲା ନୃତ୍ୟଗୀତର ଆସର

କେନ୍ଦୁଝର,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ତରମାକାନ୍ତ କୁରାଳସାହି ପକ୍ଷରୁ ବୁଧବାର କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ୧ରୁ ୩ ତାରିଖ ପର୍ଯ୍ୟନ୍ତ ରୁଦ୍ରପାଳ...

ବଜ୍ରପାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଭଞ୍ଜନଗର,୨୮।୯(ଡି.ଏନ୍‌.ଏ.): ଭଞ୍ଜନଗର ଥାନା ଡୁମାକୁମ୍ପାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଛେଳିଚରାଳି ମୃତ୍ୟୁବରଣ କରିଛନ୍ତି। ସେହେଲେ ଅମୁଲ୍ୟ ଗୌଡ (୨୭)। ଏଥିସହ ଜୁରିଆ ଗୌଡ (୫୯)...

Advertisement
Archives

Model This Week