ଟେଲିଭିଜନ ନାଟକରେ ଭାଗ ନେଇ ପାରିବେନି ମହିଳା

କାବୁଲ,୨୨ ।୧୧: ପୁଣିଥରେ ପଦାକୁ ଆସିଛି ତାଲିବାନର ଅସଲ ଚେହେରା । ଆଫଗାନିସ୍ତାନରେ ଶାସନ ଭାର ନେଇଥିବା ତାଲିବାନ ଏବେ ତା’ର ମନମୁଖି ଶାସନ ଆରମ୍ଭ କରିଛି । ବିଶେଷ କରି ତାଲିବାନ ଶାସନରେ ଯାହା ଅନୁମାନ କରାଯାଉଥିଲା ତାହା ଦେଖିବାକୁ ମିଳୁଛି । ତାଲିବାନ ଶାସନରେ ମହିଳା ଓ ଶିଶୁଙ୍କ ମାନବାଧିକାରକୁ ସମ୍ପୂର୍ଣ୍ଣ ଭାବେ ଲୋପ କରି ଦେବାଭଳି କାର୍ଯ୍ୟ ହେଉଛି । ପ୍ରଥମେ କର୍ମଜୀବି ମହିଳାଙ୍କୁ ଘରେ ରହିବାକୁ ତାଲିବାନ ସରକାର କହିଥିବା ବେଳେ ଏବେ ଟେଲିଭିଜନ ଚ୍ୟାନେଲର ନାଟକରେ ମହିଳାମାନେ ଅଭିନୟ କରି ପାରିବେ ନାହିଁ ବୋଲି କହିଛି ତାଲିବାନ । ଏମିତିକି ରିପୋଟର୍ସ ଓ ପ୍ରେଜେଣ୍ଟରମାନେ ଟେଲିଭିଜନ ସ୍କ୍ରିନରେ ଆସିବା ସମୟରେ ହେଡ ସ୍କାର୍ଫ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ମହିଳାଙ୍କ ସ୍ୱାଧିନତା କ୍ଷୁର୍ଣ୍ଣ ହେଉଛି ବୋଲି ଆଲୋଚନା ହେଉଛି । ତାଲିବାନ ପକ୍ଷରୁ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶରେ ୮ଟି ପ୍ରତିବନ୍ଧକ ଲଗାଯାଇଛି । ଏମିତିକି ସ୍କୁଲ ଯାଉଥିବା ଛାତ୍ରିମାନଙ୍କୁ ସ୍କୁଲ ଯିବାକୁ ମନା କରାଯିବା ସହ କର୍ମଜୀବିଙ୍କୁ ଚାକିରି ଛାଡି ଘରେ ରହିବାକୁ କହିଛି ତାଲିବାନ । ବିଶ୍ୱର ଏକମାତ୍ର ଦେଶଭାବେ ତାଲିବାନ ସମ୍ପୂର୍ଣ୍ଣ ଜନସଂଖ୍ୟାର ଅଧା ଲୋକଙ୍କୁ ଶିକ୍ଷତ ହେବାରୁ ବଞ୍ଚିତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ନେପାଳରେ ପୁଣି ଜେନ୍‌ ଜି ବିକ୍ଷୋଭ

କାଠମାଣ୍ଡୁ,୧୩ା୭: ନେପାଳ ସରକାର କୌଣସି ଥଇଥାନ ଯୋଜନା ନ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବାରୁ ଏହାର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁରେ ରବିବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଶତାଧିକ…

ବ୍ୟାଙ୍କକ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୧୮ ମହିଳାଙ୍କ ସମେତ ଜଳିଗଲେ ୨୭

ବ୍ୟାଙ୍କକ୍‌,୧୩ା୭: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ମହିଳାଙ୍କ ସମେତ ୨୭ଜଣ ଜିଅନ୍ତା…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri