Posted inଜାତୀୟ

‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’

ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଦିଆଯିବ। ପେନସନ ବ୍ୟତୀତ ଏହି ଟଙ୍କା ଉପଲବ୍ଧ ହେବ। ଏହା ଦୁନିଆର ସବୁଠାରୁ ବଡ ମହିଳା ସଶକ୍ତିକରଣ ଅଭିଯାନ ହେବ ବୋଲି ସେ କହିଛନ୍ତି।
କେଜ୍‌ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବିରୋଧୀମାନେ କହିବେ ଟଙ୍କା କେଉଁଠୁ ଆସିବ? କେବଳ ପଞ୍ଜାବରୁ ମାଫିଆକୁ ହଟାଇବାକୁ ଚାହୁଁଛନ୍ତି। ଟଙ୍କା ଆସିଯିବ। ମୁଖ୍ୟମନ୍ତ୍ରୀ ବିମାନ କିଣନ୍ତି। ମୁଁ କିଣିଲି ନାହିଁ, ମୁଁ ଟିକେଟ ମାଗଣା କରିଦେଲି। କେଜ୍‌ରିଓ୍ବାଲ ଯାହା କୁହନ୍ତି ତାହା କରନ୍ତି। ଏହି ନିର୍ବାଚନ ପଞ୍ଜାବର ଭବିଷ୍ୟତକୁ ବଦଳାଇପାରେ ଏଥର ପିତା କିମ୍ବା ସ୍ବାମୀ କାହାକୁ ଭୋଟ ଦେବେ ତାହା କହିବେ ନାହିଁ। ବରଂ ମହିଳାମାନେ କାହାକୁ ଭୋଟ ଦେବେ ତାହା ସ୍ଥିର କରିବେ। ସମସ୍ତ ମହିଳା ଘରେ କହିବା ଉଚିତ୍‌ ଯେ ଏଥର କେବଳ କେଜ୍‌ରିଓ୍ବାଲଙ୍କୁ ସୁଯୋଗ ଦିଅ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଟ୍ରାକରଙ୍କ ମୃତ ଦେହ ଉଦ୍ଧାର, ବାୟୁସେନାର ଅପରେଶନ୍‌ ଜାରି…

ନୂଆଦିଲ୍ଲୀ,୨୩।୧୦: ବାୟୁସେନା ଉତ୍ତରାଖଣ୍ଡର ଲାମଖାଗା ଗିରିପଥ ନିକଟରୁ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ ଉଚ୍ଚରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପ୍ରବଳ ତୁଷାରପାତ ଏବଂ...

ଭାଜପା ନେତାଙ୍କୁ ହତ୍ୟା

କୁଲଗାମ,୬।୮: ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ତାଣ୍ଡବ ରଚିଛନ୍ତି। ଗୁରୁବାର ସକାଳେ ଆତଙ୍କବାଦୀମାନେ ଗୁଳିକରି ସେଠାକାର ଭାରତୀୟ ଜନତା ପାର୍ଟି(ଭାଜପା) ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡିଛି।...

ଏମ୍ସରେ ୬-୧୨ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍‌ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନାର...

୧୫ ସରକାରୀ ଦସ୍ତାବିଜ୍‌ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ

ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍‌ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି...

ଆସାମ ଏନ୍‌ଆର୍‌ସି ତାଲିକା: ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀ ବିଦେଶୀ ଘୋଷିତ

ଗୁଆହାଟୀ,୨୪।୮: ଆସାମ ଏନ୍‌ଆର୍‌ସି ତାଲିକାରେ ଜଣେ ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏନେଇ ଜୋର୍‌ହାଟ ଟ୍ରିବ୍ୟୁନାଲ୍‌ ପକ୍ଷରୁ ସେମାନଙ୍କୁ ଗିରଫ...

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ...

କୃଷି ଆଇନ ରିପୋର୍ଟ ସାର୍ବଜନୀନ ହେଉ

ନୂଆଦିଲ୍ଲୀ, ୨୪।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଦେଇଥିବା ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ କିମ୍ବା ଏହାକୁ...

ବିଚାରପତିଙ୍କ ସନ୍ଦେହ ଜନକ ମୃତ୍ୟୁ: ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ ।୭: ଝାଡ଼ଖଣ୍ଡର ଧନବାଦରେ ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ନେଇ ବିଚାର କରିବାକୁ ସ୍ଥିର କରିଛନ୍ତି । ମୁଖ୍ୟ...

Advertisement
Archives

Model This Week