ଅନୁଗୋଳ

ପର୍ଯ୍ୟାପ୍ତ ହେଉନି ପିଣ୍ଡି

ଛେଣ୍ଡିପଦା,୨।୧(ସ୍ବ.ପ୍ର.):ପ୍ରକୃତିକୁ ଉପଭୋଗ କରିବାକୁ ପହଞ୍ଚୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ହୋଇଥିବାରୁ ଦୈନିକ ବଢ଼ୁଛି ଭିଡ଼। କିଏ ମା’ ବାୟାଣୀଙ୍କ ପୂଜାର୍ଚ୍ଚନା କରି ମାନସିକ ପୂରଣ କରୁଛନ୍ତି ତ ଆଉ କିଏ ପାହାଡ଼, ଜଙ୍ଗଲିଆ ପରିବେଶରୁ ମଜା ଉଠାଇ ଭୋଜିଭାତ କରୁଛନ୍ତି। ଅନେକେ…

ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ ହୋଇସାରିଛି ପ୍ରସ୍ତୁତି। ଯୁବପିଢ଼ି ତ ବେଶ୍‌ ଆଗରୁ ଯୋଜନା କରିସାରିଛନ୍ତି। ହେଲେ ଏ କ୍ଷେତ୍ରରେ…

ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭୋଜି, ବାଣ, ବାଜା ପାଇଁ ବିଭିନ୍ନ କ୍ଲବ, ସାହିରେ ଯୋଜନା ହୋଇଥିବା ବେଳେ…

କେନ୍ଦ୍ରୀୟ ଅନୁଦାନ ନେଇ ବାକ୍‌ଯୁଦ୍ଧ

ଅନୁଗୋଳ ଅଫିସ, ୩୦ା୧୨:ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ନେଇ ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଅନୁଗୋଳଠାରେ ଗୁରୁବାର ବିଭିନ୍ନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ବେଳେ ଦୁଇ ଦଳର ନେତା ଏ ନେଇ ପରସ୍ପରକୁ ଆକ୍ଷେପ…

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି। ସବୁ ଜାଣି ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବାବେଳେ ଅମୂଲ୍ୟ…

ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଅଫିସ, ୨୮।୧୨: ଆସନ୍ତା ୨୯ ତାରିଖ (ଗୁରୁବାର)ରେ ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ଅବସରରେ ସେ ୧,୪୯୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।…

୧୭ ଜାନୁୟାରୀରେ ବିଶାଳ ଗଣ ବିକ୍ଷୋଭ

ଅନୁଗୋଳ ଅଫିସ, ୨୭ା୧୨: ଅନୁଗୋଳ ଜିଲାର ୯୨ଟି ରାଜସ୍ବ ଗ୍ରାମକୁ ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ଆହ୍ବାନରେ ସହର ଉପକଣ୍ଠ କୁରୁଡ଼ୋଲ ଈଶାନେଶ୍ୱର ମନ୍ଦିର ଠାରେ ସାଧାରଣ ସଭା…

ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର

ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ର ଉଦ୍‌ଯାପନୀ ଉତ୍ସବରେ ରବିବାର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ…

ଜେଏସ୍‌ପି ପ୍ଲାଣ୍ଟ ପରିଦର୍ଶନ କଲେ ରେଲ୍‌ୱେ ଜିଏମ୍‌

ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍‌ୱେ ଜିଏମ୍‌ ଆର୍‌.ଏନ୍‌. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ବୃହତ୍‌ ଷ୍ଟିଲ ୟୁନିଟ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର…

ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା ଏହି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱ ଫାଟକ ଠାରେ ପହଞ୍ଚିଲେ ସେମାନଙ୍କୁ…

ପ୍ରିଣ୍ଟିଂ କାର୍ଯ୍ୟରେ ଠିକା ସଂସ୍ଥାକୁ ଅନୁକମ୍ପା ଅଭିଯୋଗ ଘଟଣା: ପହଞ୍ଚିଲାନି ତଦନ୍ତ ରିପୋର୍ଟ

ଅନୁଗୋଳ ଅଫିସ,୨୩ା୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଅଧିକାରୀ ଟିକେଟ୍‌, ଫର୍ମ, ବ୍ୟାନର ଆଦି ପ୍ରିଣ୍ଟିଂ କାର୍ଯ୍ୟ ପ୍ରଦାନରେ ଏକ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୧୩ ତାରିଖରେ ‘ଧରିତ୍ରୀ’ରେ ଖବର…

ଶ୍ରେଣୀଠାରୁ ଶ୍ରେଣୀଗୃହ ସଂଖ୍ୟା ଅଧିକ, ହେଲେ ଶିକ୍ଷାଦାନ କରିବାକୁ ନାହାନ୍ତି ଶିକ୍ଷକ

ବଇଣ୍ଡା, ୨୨ା୧୨ (ଡି.ଏନ.ଏ.): ନିର୍ମାଣ ହୋଇଛି ବିଦ୍ୟାଳୟର ନୂତନ କୋଠା। ଶ୍ରେଣୀଠାରୁ ଅଧିକ ଅଛି ଶ୍ରେଣୀଗୃହ ସଂଖ୍ୟା। ହେଲେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିବାକୁ ନାହାନ୍ତି ଆବଶ୍ୟକ ସଂଖ୍ୟକ ଶିକ୍ଷକ। ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନିଆଯାଉନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?