ପର୍ଯ୍ୟାପ୍ତ ହେଉନି ପିଣ୍ଡି

ଛେଣ୍ଡିପଦା,୨।୧(ସ୍ବ.ପ୍ର.):ପ୍ରକୃତିକୁ ଉପଭୋଗ କରିବାକୁ ପହଞ୍ଚୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ହୋଇଥିବାରୁ ଦୈନିକ ବଢ଼ୁଛି ଭିଡ଼। କିଏ ମା’ ବାୟାଣୀଙ୍କ ପୂଜାର୍ଚ୍ଚନା କରି ମାନସିକ ପୂରଣ କରୁଛନ୍ତି ତ ଆଉ କିଏ ପାହାଡ଼, ଜଙ୍ଗଲିଆ ପରିବେଶରୁ ମଜା ଉଠାଇ ଭୋଜିଭାତ କରୁଛନ୍ତି। ଅନେକେ ଚିରସ୍ରୋତା ମାଦେଳିଆ ଯୋର ଓ ଝରଣା ଦେଖି ପୁଲକିତ ହେଉଛନ୍ତି। ହେଲେ ଏକ ସମୟରେ ବହୁ ପିକ୍‌ନିକ୍‌ ଦଳ ପହଞ୍ଚିଗଲେ ସୃଷ୍ଟି ହେଉଛି କିଛିଟା ସମସ୍ୟା। କାରଣ ଭୋଜି କରିବାକୁ ପର୍ଯ୍ୟାପ୍ତ ପିଣ୍ଡି ବ୍ୟବସ୍ଥା ନ ଥିବାରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ାସ୍ଥିତ ବାୟାଣୀ ପୀଠରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ପର୍ଯ୍ୟଟକଙ୍କୁ।
ଦେବୀନଗର ପାହାଡ଼ ତଳେ ରହିଛି ମା’ ବାୟାଣୀଙ୍କ ପୀଠ। ବଣଭୋଜି ପାଇଁ ଏହା ଅତ୍ୟନ୍ତ ମନୋରମ ପରିବେଶ ହୋଇଥିବାରୁ ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଚଳିତବର୍ଷ ମଧ୍ୟ ବହୁ ସଂଖ୍ୟାରେ ସ୍କୁଲ, କଲେଜ ଛାତ୍ରୀଛାତ୍ର, ପର୍ଯ୍ୟଟକ ପାତ୍ରପଡ଼ା ଆସୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ପର୍ଯ୍ୟଟନସ୍ଥଳୀର ଅନେକ ବିକାଶ କରାଯାଇଥିବାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ମିଳିପାରୁଛି। ବିଶେଷକରି ନୂଆକରି ହୋଇଥିବା ପାର୍କ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି। ତଥାପି ଭୋଜି ପାଇଁ ଏଠାରେ ପିଣ୍ଡିର ଅଭାବ ନିରାଶାର କାରଣ ସାଜିଛି। ବିଶେଷକରି ଆମିଷ ବାରଗୁଡ଼ିକରେ ଅଧିକ ସଂଖ୍ୟକ ପିକ୍‌ନିକ୍‌ ପାର୍ଟି ପହଞ୍ଚୁଥିବାରୁ ଏଠାରେ ଥିବା ୧୫ରୁ ଅଧିକ ପିଣ୍ଡି ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଫଳରେ ବଣଭୋଜି କରିବାକୁ ଆସିଥିବା ଲୋକେ ନିଜ ବ୍ୟବସ୍ଥାରେ ଇଟା, ପଥର ରଖି ରୋଷେଇ କରିବା ସହ ଅପରିଷ୍କାର ପରିବେଶରେ ବସି ଖାଉଥିବା ଦେଖାଯାଉଛି। ସେହିପରି ପିଇବା ପାଣି, ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକମାନେ ସନ୍ତୋଷବ୍ୟକ୍ତ କରୁଥିବା ବେଳେ ଗୋଟିଏ ମାତ୍ର ଶୌଚାଳୟ ଥିବାରୁ ମହିଳା ପର୍ଯ୍ୟଟକମାନେ ଶୌଚ ପାଇଁ ସମସ୍ୟାରେ ପଡ଼ୁଛନ୍ତି। ପାର୍କ ପୋଖରୀରେ ବୋଟିଂ ବ୍ୟବସ୍ଥାକୁ ନେଇ ଉତ୍ସାହିତ ଛାତ୍ରୀଛାତ୍ର ଓ ଯୁବତୀ ଯୁବକମାନେ ଆଗଭର ହେଉଥିଲେ ବି ବୋଟ୍‌ ଅଚଳ ହୋଇଯାଇଥିବାରୁ ମନ ଊଣା କରୁଛନ୍ତି। ଶିଶୁମାନଙ୍କ ପାଇଁ ଏଠାରେ ଉଦ୍ୟାନ ନ ଥିବାବେଳେ କେବଳ ବୁଲାବୁଲି କରିବାକୁ ଆସୁଥିବା ଲୋକେ ଖାଇବାକୁ ହୋଟେଲ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପର୍ଯ୍ୟଟକଙ୍କ ଏସବୁ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଲେ ଅଧିକ ସଂଖ୍ୟକ ପର୍ଯ୍ୟଟକ ପାତ୍ରପଡ଼ା ଆସନ୍ତେ ବୋଲି ଅନେକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri