ଗୋଦାମରୁ ୩୨୫ ବସ୍ତା ଧାନ ଜବତ

ଅନୁଗୋଳ ଅଫିସ,୪।୧: ଅନୁଗୋଳ ଜିଲା ଯୋଗାଣ ବିଭାଗ ସ୍କ୍ବାଡ୍‌ ଜଣେ ଧାନ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି। ବଅଁରପାଳ ବ୍ଲକ ଫୁଲପଡ଼ା ଛକରେ ଥିବା ପଣ୍ଡପୁର ଗ୍ରାମର କୁମର ଗଡ଼ନାୟକଙ୍କ ଗୋଦାମରୁ ୩୨୫ ବସ୍ତାରେ ଥିବା ଦେଢ଼ଶହ କୁଇଣ୍ଟାଲ ଧାନ ଜବତ କରାଯାଇଛି। ଜବତ ଧାନ ଏକ ରାଇସ୍‌ ମିଲ୍‌କୁ ପ୍ରଦାନ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି, ଜିଲାରେ ଚାଷୀ ଧାନ ବିକ୍ରି କରିବା ପାଇଁ ମଣ୍ଡି ଖୋଲାଯାଇଛି। କିନ୍ତୁ ମଣ୍ଡିକୁ ଧାନ ଯିବା ପୂର୍ବରୁ ଦଲାଲ୍‌ମାନେ ବିଭିନ୍ନ ଗ୍ରାମରେ ସକ୍ରିୟ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୁଅଁା ବୁଲାଇ ଧାନ କିଣୁଛନ୍ତି। ଫଳରେ ମଣ୍ଡିକୁ ଯିବାକୁ ଚାଷୀମାନେ ଅମଙ୍ଗ ହେଉଛନ୍ତି। ଫୁଲପଡ଼ା ଅଞ୍ଚଳରେ କୁମର ଦୀର୍ଘ ଦିନ ହେବ ହଲର କରି ଧାନ ଖରିଦ କରୁଥିଲେ। ହଲର ପଛ ପାର୍ଶ୍ୱରେ ଥିବା ଗୋଦାମରେ ଧାନ ଗଚ୍ଛିତ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପହଞ୍ଚତ୍ବା ପରେ ଯୋଗାଣ ବିଭାଗ ମଙ୍ଗଳବାର ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କୁମର ଲୋକମାନଙ୍କ ଧାନ ଏଠାରେ ରହିଛି ଓ ଚାଉଳ କରି ନେବେ ବୋଲି ସଫେଇ ଦେଇଥିଲେ। ଏ ବାବଦକୁ କୁଇଣ୍ଟାଲ ପିଛା ଲୋକମାନେ ଦେଢ଼ ହାଜାର ଟଙ୍କା ପାରିଶ୍ରମିକ ଦେଉଥିବା ସେ କହିଥିଲେ। ହେଲେ ଯୋଗାଣ ବିଭାଗ କାଗଜପତ୍ର ମାଗିବାରୁ ତାହା ସେ ଦେଖାଇ ପାରି ନ ଥିଲେ। ଏ ନେଇ ଜିଲାପାଳଙ୍କ କୋର୍ଟରେ ଲିଖିତ ଅଭିଯୋଗ କରାଯିବ। ବିଚାର ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆପଣାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଚଢ଼ାଉରେ ସ୍କ୍ବାଡ୍‌ ଅଧିକାରୀ ତଥା ଅତିରିକ୍ତ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ଟିକନ ଚରଣ ମହାନ୍ତି, ମୀନାରବାଳା ସେନ, ଯୋଗାଣ ନିରୀକ୍ଷକ ସୀମା ନାଥି, ମାନ ନିରୀକ୍ଷକ ସୁବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ: ଲଘୁ ବନଜାତ ଦ୍ରବ୍ୟ ପ୍ରଚାରପ୍ରସାର ପାଇଁ ବଡ଼ ପଦକ୍ଷେପ ନେଲେ ବିଧାୟକ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା…

ନଳକୂପ,ସୌରଚାଳିତ ପ୍ରକଳ୍ପ ଅଚଳ: ଚୁଆପାଣି ଭରସାରେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୧୩ା୫(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଗ୍ରାମରେ ବସବାସ କରୁଥିବା ୪୮ ପରିବାର ପାଇଁ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ରହିଛି। ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି।…

ବଢିବ କି ପେଟ୍ରୋଲ-LPG ରେଟ୍‌? ଆଜି ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୩।୫: ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା…

ପୁଣି ଅସୁସ୍ଥ ସୋନିଆ ଗାନ୍ଧୀ: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୩।୫: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆ ଗାନ୍ଧୀଙ୍କ ସହିତ ତାଙ୍କ ପୁଅ…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଖାଲି ବସ୍ତା ଯୋଗାଣରେ ବ୍ୟାପକ ଦୁର୍ନୀତି: ଅଭିଯୋଗ ଆଣିଲା ରାଜ୍ୟ ମିଲ ମାଲିକ ସଂଘ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେ ଥିବା ରାଇସ ମିଲ ଗୁଡିକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଉଥିବା ନୂଆ ଖାଲି ବସ୍ତା ନିମ୍ନମାନର ବୋଲି…

ବିଜୟଙ୍କ ବଡ଼ ବିଜୟ, ବିଧାନସଭାରେ ପାଇଲେ ୧୪୪ ବିଧାୟକଙ୍କ ସମର୍ଥନ

ଚେନ୍ନାଇ,୧୩।୫: ବିଜୟ ଥାଲାପଥୀ ତାମିଲନାଡୁ ବିଧାନସଭାରେ ଅଗ୍ନି ପରୀକ୍ଷା ଫ୍ଲୋର ଟେଷ୍ଟ ସଫଳତାର ସହ ପାସ କରିଛନ୍ତି। ବିଜୟ ସରକାର ଫ୍ଲୋର ଟେଷ୍ଟରେ 144 ବିଧାୟକଙ୍କ ସମର୍ଥନ…

ଭିଣୋଇଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଗିରଫ ହେଲେ ଶଳା

ମହାକାଳପଡ଼ା, ୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସି ଗ୍ରାମର ମନୋରଞ୍ଜନ ଗିରିଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri