ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭୋଜି, ବାଣ, ବାଜା ପାଇଁ ବିଭିନ୍ନ କ୍ଲବ, ସାହିରେ ଯୋଜନା ହୋଇଥିବା ବେଳେ ସହରର ଏକାଧିକ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନର ଆୟୋଜନ କରାଯାଇଛି। ଏଥିପାଇଁ ବୁକିଂ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜିରୋ ନାଇଟ୍‌ ସେଲିବ୍ରେଶନକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଦେଖାଦେଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା।
କରୋନା କାରଣରୁ ୨୦୨୧ ଓ ୨୦୨୨ ନବବର୍ଷ ସ୍ବାଗତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଥିଲା। କଡ଼ା କୋଭିଡ୍‌ କଟକଣା ଲାଗିଥିବାରୁ ଲୋକେ ଏହି ସ୍ବାଗତ କାର୍ଯ୍ୟକ୍ରମର ସ୍ବାଦ ପାଇପାରି ନ ଥିଲେ। ଏପରି କି ମହାମାରୀକୁ ନେଇ ଅନେକ ଆତଙ୍କିତ ମଧ୍ୟ ହୋଇପଡ଼ିଥିଲେ। ହେଲେ ଏଥର ସେହି ସ୍ଥିତି ନାହିଁ। କୋଭିଡ୍‌ ଶେଷ ହୋଇ ନ ଥିଲେ ବି କଟକଣା ଢିଲା ରହିଛି। ତେଣୁ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ବାଗତ ପାଇଁ ଅନୁଗୋଳ ଜିଲାର ଯୁବଗୋଷ୍ଠୀ ଓ ହୋଟେଲ ଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ଅନୁଗୋଳ ସହରର କମଲେସ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ କରାଯିବ। ଏ ନେଇ ୮୦ ପ୍ରତିଶତ ବୁକିଂ ଶେଷ ହୋଇସାରିଛି। ଏଠାରେ ସେଲିବ୍ରେଶନ୍‌ରେ ସାମିଲ ଲୋକେ ଭରପୂର ମନୋରଞ୍ଜନ ପାଇବା ସହ ଖାଦ୍ୟପେୟର ମଜା ନେଇପାରିିବେ। କୌଣସି ଅଶ୍ଳୀଳ ନୃତ୍ୟ କରାଯିବ ନାହିଁ। ତେବେ ଲୋକଙ୍କ ପାଇଁ ହାଇଜନିକ୍‌ ଫୁଡ୍‌ ପ୍ରସ୍ତୁତ କରାଯିବ। ଚିକେନ୍‌ ଉପରେ ଅଧିକ ଆଇଟମ୍‌ ରହିବାକୁ ଥିବାବେଳେ ନିରାମିଷାଶୀଙ୍କ ପାଇଁ ଛତୁ, ପନିରରେ ଭଳିକି ଭଳି ଡିସ୍‌ ରଖାଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି। ସେହିଭଳି ସହରରେ ଥିବା କ୍ଲବ ଗୁଡ଼ିକରେ ମଧ୍ୟ ଭୋଜିର ଆୟୋଜନ କରାଯାଇଛି। କେତେକ କ୍ଲବ ପକ୍ଷରୁ ଡିଜେ ଓ ବାଣ ଯୋଗାଡ଼ ଶେଷ ହୋଇଛି। ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦ୍ରୁତଗତିରେ ଗାଡ଼ି ଚାଳନା ରୋକିବା ଓ ମଦ୍ୟପଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୀମିତ ଲୋକଙ୍କୁ ନେଇ ସେଲିବ୍ରେଶନ
କରୋନା କଟକଣା ପାଇଁ ୨ ବର୍ଷ ହେବ ଜିରୋ ନାଇଟ୍‌ ସେଲିବ୍ରେଶନ ହୋଇ ନ ଥିଲା। ତେବେ ଚଳିତବର୍ଷ ଏ ନେଇ ହୋଟେଲରେ ବୁକିଂ ଆରମ୍ଭ ହୋଇଛି। ସାମିଲ ହେବାକୁ ଥିବା ସୀମିତ ଲୋକଙ୍କୁ ସୁସ୍ବାଦ ଖାଦ୍ୟ ସହ ମନୋରଞ୍ଜନ ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
-ଶ୍ୱେତ ସ୍ବାଇଁ, ମାଲିକ, କମଲେସ୍‌ ହୋଟେଲ

ରକ୍ତଦାନ ଶିବିର କରାଯିବ
ବନ୍ଧୁମାନଙ୍କ ଗହଣରେ ନୂଆବର୍ଷକୁ ସ୍ବାଗତ କରାଯିବ। କିଭଳି ଏହି ଦିନକୁ ସ୍ମରଣୀୟ କରାଯିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ମଧ୍ୟ ଯୋଜନା ରଖାଯାଇଛି।
-ଅନୁପ କୁମାର ସାମଲ, ମହିମା ନେହେରୁ କ୍ଲବ, ଶିମିଳିପଡ଼ା

ଭୋଜି, କେକ୍‌ କଟାଯିବ
ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭୋଜିଭାତ ସାଙ୍ଗକୁ ନୃତ୍ୟ କାର୍ଯ୍ୟକ୍ରମ ରଖାଯାଇଛି। ରାତିରେ କେକ୍‌ କଟାଯାଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିସହ ବାଣ ମଧ୍ୟ ଫୁଟାଯିବ।
-ଶିବାନୀ ଶଙ୍କର ଗୌଡ଼, ମହାବିନାୟକ କ୍ଲବ, ଅମଲାପଡ଼ା

ପରିବାର ସହ ରହି ମଜା ଉଠାଇବୁ
କଲେଜ ଛୁଟି ଥିବାରୁ ପରିବାର ସଦସ୍ୟଙ୍କ ଗହଣରେ ନୂଆବର୍ଷ ପାଳନ ପାଇଁ ଯୋଜନା କରାଯାଇଛି। ପିଲାବେଳର ସାଙ୍ଗମାନଙ୍କ ସହ ବହୁ ମଜା କରାଯିବ। ଭୋଜି, ନାଚ ଗୀତରେ ନୂଆବର୍ଷକୁ ସ୍ବାଗତ କରାଯିବ।
-ରୋସନ ଦାସ, ଛାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଡମ୍ପର ତଳେ ଚାପି ହୋଇଗଲେ ଡ୍ରାଇଭର

ଯୋଡା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ଟାଟାଷ୍ଟିଲର ଖଣ୍ଡବନ୍ଧ ଖଣି ପାର୍କିଂରେ ଏକ ଡମ୍ପର ଧକାରେ ଜଣେ ଡ୍ରାଇଭର ଗୁରୁତର...

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ରାଉରକେଲା ଅଫିସ,୧୩।୧୧: ରାଉରକେଲା ସେକ୍ଟର-୩ ଥାନା ଅଧୀନ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମ୍ମୁଖରେ ରବିବାର ଭାରସାମ୍ୟ ହରାଇ ଏକ ବାଇକ୍‌ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା।...

ସଙ୍ଗରୋଧ ଗୃହରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୩୨ ପ୍ରବାସୀ

ଭଦ୍ରକ ଅଫିସ, ୨୭।୫: ଭଦ୍ରକ ଜିଲା ଭଣ୍ଡାରିପେଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ସଙ୍ଗରୋଧ କେନ୍ଦ୍ରରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ୟାସଟାଙ୍କି ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

ସିସିଟିଭିରେ କଏଦ ହେଲା ଗାଡ଼ି ଶୋ’ ରୁମ୍‌ ଚୋରିର ଦୃଶ୍ୟ, ମୁଖାପିନ୍ଧା ଲୁଟେରାଙ୍କୁ ଖୋଜୁଛି ପୋଲିସ

ଆନନ୍ଦପୁର,୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଥିବା ହିରୋ ଶୋ’ ରୁମ୍‌ରୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଦ୍ୱାରା ଚୋରି ହୋଇଛି। ଚୋରି ସମୟର ଦୃଶ୍ୟ ଶୋ’ ରୁମ୍‌ରେ ଥିବା...

କଟକରୁ ଫେରୁଥିବା ଶ୍ରମିକ ଠାକୁରମୁଣ୍ଡାରୁ ଉଦ୍ଧାର

ଠାକୁରମୁଣ୍ଡା,୧ା୫(ଡି.ଏନ୍‌.ଏ.)-କଟକ ସିଡିଏ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଜଣେ ୨୭ ବର୍ଷୀୟ ଆଦିବାସୀ ଯୁବକ ଲକ୍‌ଡାଉନରେ ଫସି ରହି ଶେଷରେ ଚାଲି ଚାଲି...

ଆଖି ବୁଜିଲା ଚିକିତ୍ସାଧୀନ ହାତୀ

ଦେବଗଡ଼,୭ା୧୨(ଡି.ଏନ୍‌.ଏ)-ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅଧୀନ ବିରିୟାମ ଗ୍ରାମ ନାଳରେ ପଡି ଚିକିତ୍ସାଧୀନ ଥିବା ବୟସ୍କା ମାଈହାତୀ ସୋମବାର ଆଖି ବୁଜିଛି। ତିଲେଇବଣୀ ପ୍ରାଣୀ ଚିକିତ୍ସକ...

ସିଂହଳା ଗ୍ରାମରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଧାନ, କଦଳୀ ଓ ପନିପରିବା

ଗୋପାଳପୁର,୨୨ା୧: ଗୋଳନ୍ଥରା ଥାନା ଅଞ୍ଚଳର ଗୋବିନ୍ଦ ନଗର, କୃଷ୍ଣନଗର, ଏରେଣ୍ଡା, ଭାଲିଆଗଡ଼, ଗୋବିନ୍ଦନଗର, ରାଧାମୋହନପୁର, ଝିଙ୍କିପଦର ଆଦି ଗ୍ରାମରେ ଗତ ୧୫ ଦିନ ହେଲା ହାତୀପଲ...

ବ୍ୟବସାୟୀଙ୍କଠାରୁ ଲୁଟେରା ଝାମ୍ପିନେଲେ ଦେଢ଼ ଲକ୍ଷ ଟଙ୍କା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍‌ସ୍ଥିତ ଆଲ୍ହାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଶୁକ୍ରବାର ପୂର୍ବାହ୍ନରେ କଳା ପଲସରରେ ଆସି ଜଣେ ବ୍ୟବସାୟୀଙ୍କଠାରୁ ଦୁଇ...

Advertisement
Archives

Model This Week