ଦିନକରେ ୧ ଟନ୍‌ ଆବର୍ଜନା ସଂଗ୍ରହ

ଅନୁଗୋଳ ଅଫିସ, ୩।୧: ଅନୁଗୋଳ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଡେରେଜାଙ୍ଗ ଜଳଭଣ୍ଡାରକୁ ସଫାସୁତରା ରଖିବା ଲାଗି ଆରମ୍ଭ ହୋଇଥିବା ଅଭିଯାନରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସୋମବାର ଦିନକରେ ଡ୍ୟାମରୁ ୧ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାର କରାଯାଇଛି। ଏହି ଏକଦିବସୀୟ ସଫେଇ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର, ସାଥୀ ପରିବାର, ପରତରା ୟଙ୍ଗ ଷ୍ଟାର କ୍ଲବର ସଦସ୍ୟ ସାମିଲ ହୋଇଥିଲେ।
ବ୍ୟସ୍ତବହୁଳ ଜୀବନକୁ ହାଲୁକା କରିବା ପାଇଁ ଅନୁଗୋଳ ସହରବାସୀଙ୍କ ପାଇଁ ସୁଲଭ ଡେଷ୍ଟିନେଶନ ପାଲଟିଛି ଡେରଜାଙ୍ଗ ଡ୍ୟାମ୍‌। ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି, ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଜିଲାର ବିଭିନ୍ନ ସ୍ଥାନରୁ ବର୍ଷତମାମ ଏଠାକୁ ପର୍ଯ୍ୟଟକ ଆସିଥାଆନ୍ତି। ଜଳଭଣ୍ଡାର ଜମିକୁ ଜଳ ଯୋଗାଉଥିବାବେଳେ ଏଠାରେ ସୃଷ୍ଟିହୋଇଛି ଏକ ସୁଦୃଢ଼ ଆର୍ଦ୍ରଭୂମି। ଫଳରେ ଡ୍ୟାମ୍‌ ଏବଂ ଏହର ଆଖପାଖ ଅଞ୍ଚଳ ପାଲଟିଛି ବିଭିନ୍ନ ପ୍ରଜାତିର ପକ୍ଷୀ, ଜଳଚର ଜୀବଙ୍କ ପ୍ରାକୃତିକ ଆବାସସ୍ଥଳୀ। ତେବେ କେତେଜଣ ଦାୟିତ୍ୱହୀନ ପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଡ୍ୟାମ୍‌କୁ ପ୍ରଦୂଷିତ କରୁଛି। ପ୍ଲାଷ୍ଟିକ୍‌ ବୋତଲ, ଜରି, ଥଳି ଏବଂ ବିପଜ୍ଜନକ ବର୍ଜ୍ୟ ଜଳଭଣ୍ଡାର ଜୈବ ବିବିଧତାକୁ ନଷ୍ଟ କରୁଛି। ଏହାର ପ୍ରତିକାର ଲାଗି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୭୪ତମ ଜୟନ୍ତୀ ତଥା ‘ଏକତା ଦିବସ’ରୁ ଆରମ୍ଭ ହୋଇଛି ‘ନିର୍ମଳ ଡେରଜାଙ୍ଗ ଜଳଭଣ୍ଡାର ଅଭିଯାନ’। ବର୍ଷତମାମ ଡ୍ୟାମ ଏବଂ ଏହାର ଆଖପାଖ ଅଞ୍ଚଳରେ ସଫେଇ ଅଭିଯାନ ଜାରି ରହିଥିବାବେଳେ ନୂଆବର୍ଷର ଦ୍ୱିତୀୟ ଦିନରେ ଜଳଭଣ୍ଡାର ଭିତରୁ ୧ ଟନ୍‌ରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରାଯାଇଥିଲା।
ବିଶିଷ୍ଟ ପରିବେଶବିତ୍‌ ପ୍ରସନ୍ନ ବେହେରା, ଯୁବ ସାମାଜିକ କର୍ମୀ ସୁବ୍ରତ ସାହୁ, ପ୍ରକୃତିପ୍ରେମୀ ସୁଦର୍ଶନ ପ୍ରଧାନ ପ୍ରମୁଖ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରାଇଥିଲେ। ଏହି ଅଭିଯାନ ବର୍ଷତମାମ ଚାଲିବ। ଜଳଭଣ୍ଡାର ପରିବେଶକୁ ସଫାସୁତରା ରଖିବା ଲାଗି ଜିଲା ପ୍ରଶାସନ ସହାୟତାରେ ପର୍ଯ୍ୟଟକଙ୍କୁ ସଚେତନ କରାଯିବ ବୋଲି ସାଥୀ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri