ଦିନକରେ ୧ ଟନ୍‌ ଆବର୍ଜନା ସଂଗ୍ରହ

ଅନୁଗୋଳ ଅଫିସ, ୩।୧: ଅନୁଗୋଳ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଡେରେଜାଙ୍ଗ ଜଳଭଣ୍ଡାରକୁ ସଫାସୁତରା ରଖିବା ଲାଗି ଆରମ୍ଭ ହୋଇଥିବା ଅଭିଯାନରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସୋମବାର ଦିନକରେ ଡ୍ୟାମରୁ ୧ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାର କରାଯାଇଛି। ଏହି ଏକଦିବସୀୟ ସଫେଇ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର, ସାଥୀ ପରିବାର, ପରତରା ୟଙ୍ଗ ଷ୍ଟାର କ୍ଲବର ସଦସ୍ୟ ସାମିଲ ହୋଇଥିଲେ।
ବ୍ୟସ୍ତବହୁଳ ଜୀବନକୁ ହାଲୁକା କରିବା ପାଇଁ ଅନୁଗୋଳ ସହରବାସୀଙ୍କ ପାଇଁ ସୁଲଭ ଡେଷ୍ଟିନେଶନ ପାଲଟିଛି ଡେରଜାଙ୍ଗ ଡ୍ୟାମ୍‌। ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି, ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଜିଲାର ବିଭିନ୍ନ ସ୍ଥାନରୁ ବର୍ଷତମାମ ଏଠାକୁ ପର୍ଯ୍ୟଟକ ଆସିଥାଆନ୍ତି। ଜଳଭଣ୍ଡାର ଜମିକୁ ଜଳ ଯୋଗାଉଥିବାବେଳେ ଏଠାରେ ସୃଷ୍ଟିହୋଇଛି ଏକ ସୁଦୃଢ଼ ଆର୍ଦ୍ରଭୂମି। ଫଳରେ ଡ୍ୟାମ୍‌ ଏବଂ ଏହର ଆଖପାଖ ଅଞ୍ଚଳ ପାଲଟିଛି ବିଭିନ୍ନ ପ୍ରଜାତିର ପକ୍ଷୀ, ଜଳଚର ଜୀବଙ୍କ ପ୍ରାକୃତିକ ଆବାସସ୍ଥଳୀ। ତେବେ କେତେଜଣ ଦାୟିତ୍ୱହୀନ ପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଡ୍ୟାମ୍‌କୁ ପ୍ରଦୂଷିତ କରୁଛି। ପ୍ଲାଷ୍ଟିକ୍‌ ବୋତଲ, ଜରି, ଥଳି ଏବଂ ବିପଜ୍ଜନକ ବର୍ଜ୍ୟ ଜଳଭଣ୍ଡାର ଜୈବ ବିବିଧତାକୁ ନଷ୍ଟ କରୁଛି। ଏହାର ପ୍ରତିକାର ଲାଗି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୭୪ତମ ଜୟନ୍ତୀ ତଥା ‘ଏକତା ଦିବସ’ରୁ ଆରମ୍ଭ ହୋଇଛି ‘ନିର୍ମଳ ଡେରଜାଙ୍ଗ ଜଳଭଣ୍ଡାର ଅଭିଯାନ’। ବର୍ଷତମାମ ଡ୍ୟାମ ଏବଂ ଏହାର ଆଖପାଖ ଅଞ୍ଚଳରେ ସଫେଇ ଅଭିଯାନ ଜାରି ରହିଥିବାବେଳେ ନୂଆବର୍ଷର ଦ୍ୱିତୀୟ ଦିନରେ ଜଳଭଣ୍ଡାର ଭିତରୁ ୧ ଟନ୍‌ରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରାଯାଇଥିଲା।
ବିଶିଷ୍ଟ ପରିବେଶବିତ୍‌ ପ୍ରସନ୍ନ ବେହେରା, ଯୁବ ସାମାଜିକ କର୍ମୀ ସୁବ୍ରତ ସାହୁ, ପ୍ରକୃତିପ୍ରେମୀ ସୁଦର୍ଶନ ପ୍ରଧାନ ପ୍ରମୁଖ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରାଇଥିଲେ। ଏହି ଅଭିଯାନ ବର୍ଷତମାମ ଚାଲିବ। ଜଳଭଣ୍ଡାର ପରିବେଶକୁ ସଫାସୁତରା ରଖିବା ଲାଗି ଜିଲା ପ୍ରଶାସନ ସହାୟତାରେ ପର୍ଯ୍ୟଟକଙ୍କୁ ସଚେତନ କରାଯିବ ବୋଲି ସାଥୀ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri