ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ ହୋଇସାରିଛି ପ୍ରସ୍ତୁତି। ଯୁବପିଢ଼ି ତ ବେଶ୍‌ ଆଗରୁ ଯୋଜନା କରିସାରିଛନ୍ତି। ହେଲେ ଏ କ୍ଷେତ୍ରରେ ବୟସ୍କ ତଥା ବରିଷ୍ଠ ନାଗରିକମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ପରିବାର ସହ ପୂରା ଦିନ କାଟିବାକୁ ସେମାନେ ଚାହିଁ ବସିଛନ୍ତି। କିନ୍ତୁ ପ୍ରଥମେ ମନ୍ଦିର ଯାଇ ଦିଅଁଙ୍କ ଆରାଧନା କରିବେ। ପରିବାର ସଦସ୍ୟଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ମାଗିବେ। ସୁଖ, ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିବେ। ଏହା ପରେ ଯାଇ ଦିନ ଆରମ୍ଭ କରିବା ସେମାନଙ୍କ ଏକାନ୍ତ ଇଚ୍ଛା। ନୂଆବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ମା’ ବୁଢ଼ୀ ଠାକୁରାଣୀଙ୍କ ସହ ଅନ୍ୟ ମନ୍ଦିରଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୈଳଶ୍ରୀକ୍ଷେତ୍ରରେ ସକାଳ ୮ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ଗହଳି ନିୟନ୍ତ୍ରଣ ପାଇଁ ପରିଚାଳନା କମିଟି ସଦସ୍ୟମାନଙ୍କୁ ନିୟୋଜିତ କରାଯିବ ବୋଲି କମିଟି ସମ୍ପାଦକ ହେମନ୍ତ ଦାସ ସୂଚନା ଦେଇଛନ୍ତି।

 

ପରିବାର ପାଇଁ ଆଶୀର୍ବାଦ ମାଗିବି
ସକାଳୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟ କରିବି। ବର୍ଷ ଆରମ୍ଭ ହେଉଥିବାରୁ ଏହା ଯେପରି ପରିବାର ପାଇଁ ସୁଖ, ସମୃଦ୍ଧି ଆଣିଦେବ ସେଥିପାଇଁ ଜଗତର ନାଥଙ୍କ ନିକଟରୁ ଆଶୀର୍ବାଦ ମାଗିବି।
– ସରସ୍ବତୀ ଦେବୀ, ଅନୁଗୋଳ
ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା
ନୂଆବର୍ଷର ନୂଆ ସକାଳରେ ପ୍ରଥମେ ଦିଅଁ ଦର୍ଶନ କରାଯିବ। ଏଥିସହ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ପରିବାର ସହ ଏକାଠି ଖାଇବାର ଯୋଜନା ରହିଛି। ବର୍ଷର ପ୍ରଥମ ଦିନ ପରିବାରକୁ ସମ୍ପୂର୍ଣ୍ଣ ସମୟ ଦିଆଯିବ।
– ବିଜୟ କୁମାର ଦାସ, ବରିଷ୍ଠ ନାଗରିକ, ଅନୁଗୋଳ
ଦର୍ଶନ ପରେ ଯାଇ ଉତ୍ସବ
ନୂଆବର୍ଷରେ ପୂଜାର୍ଚ୍ଚନା ଓ ଠାକୁରଙ୍କୁ ଦର୍ଶନ ନିଶ୍ଚିତ କରାଯିବ। ହେଲେ ନବବର୍ଷକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବାକୁ ସମସ୍ତ ଯୋଜନା କରାଯାଇଛି। ପରିବାର ଓ ପୁରୁଣା ସାଙ୍ଗସାଥିଙ୍କ ମେଳରେ ଖୁବ୍‌ ମଜା କରାଯିବ।
– ନଗେନ୍ଦ୍ର ଜେନା, ବରିଷ୍ଠ ନାଗରିକ, ଅନୁଗୋଳ
ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବି
୨୦୨୩ ଯେପରି ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଆଣିଦେବ ସେଥିପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି। ବର୍ଷର ପ୍ରଥମ ଦିନକୁ ଖୁବ୍‌ ଆନନ୍ଦ ଓ ଉଲ୍ଲାସର ସହ ସମସ୍ତେ ପାଳନ କରନ୍ତୁ, ଏହା ହିଁ ଶୁଭ କାମନା।
– ସୁପ୍ରତିଭା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri