ବାଘଙ୍କୁ ବିପଦ ବାର୍‌ହା ଫାଶ

ଅନୁଗୋଳ ଅଫିସ, ୫ା୧: ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ଫାଶ। ଫଳରେ କେତେବେଳେ ଏଥିରେ ଲାଗି ହାତୀ ତ ଆଉ କେବେ କଲରାପତରିଆ ବାଘଙ୍କ ଜୀବନ ଯାଉଛି। ଜଙ୍ଗଲକୁ ଶିକାରୀ ମୁକ୍ତ କରିବା ଦିଗରେ ବନ ବିଭାଗ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ବନ୍ୟପ୍ରାଣୀଙ୍କୁ ଆବଶ୍ୟକ ସୁରକ୍ଷା ଦେଇପାରୁ ନାହିଁ। ଏହାର ଉଦାହରଣ ବାରମ୍ବାର ଦେଖିବାକୁ ମିଳୁଛି ଅନୁଗୋଳ ଜିଲାରେ। ସାତକୋଶିଆଠାରୁ ଆରମ୍ଭ କରି ବିଭିନ୍ନ ଜଙ୍ଗଲରେ ବାର୍‌ହା ପାଇଁ ବସାଯାଉଥିବା ଫାଶ ଅଧିକାଂଶ ସମୟରେ କଲରାପତରିଆଙ୍କ ପାଇଁ ବିପଦର କାରଣ ସାଜୁଛି। ଏପରି କି ଫାଶରୁ ଉଦ୍ଧାର ପରେ ମଧ୍ୟ ଏହି ବନ୍ୟପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇପାରୁ ନାହିଁ। ଏହାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଠାରେ ଥିବା ଚିକିତ୍ସା ବ୍ୟବସ୍ଥା ସହ ବନ ବିଭାଗ ଅଧିକାରୀଙ୍କ ଦକ୍ଷତା ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।

ନିକଟ ଅତୀତରେ ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ କୁଲାଙ୍ଗୀ ଗ୍ରାମ ନିକଟରୁ ଏକ ମାଈ ବାଘ ସହ ଶାବକର ମୃତଦେହ ଜବତ ହୋଇଥିଲା। ଶିକାରୀଙ୍କ ଫାଶରେ ପଡ଼ି ବାଘ ୨ଟିର ଜୀବନ ଯାଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗର ତଦନ୍ତରୁ ତାହା ସ୍ପଷ୍ଟ ହୋଇ ନ ଥିଲା। ତେବେ ସେହି ଘଟଣାରେ ୪ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯିବା ପରେ ଅଭିଯୋଗରେ ସତ୍ୟତା ଥିବା ଆଲୋଚନା ହୋଇଥିଲା। ଉକ୍ତ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଗତ ୧ ତାରିଖରେ ବନ୍ତଳା ରେଞ୍ଜ ବଲଙ୍ଗଠାରେ ବାର୍‌ହା ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଅଣ୍ଡିରା କଲରାପତରିଆ ବାଘ ଗୁରୁତର ହୋଇଥିଲା। ୨ ତାରିଖରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ବାଘଟିକୁ ଉଦ୍ଧାର କରାଯାଇ ରାଇଗୋଡ଼ା ଅଞ୍ଚଳରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ତାହାର ଜୀବନ ରକ୍ଷା କରିବାରେ ବିଭାଗ ସଫଳ ହୋଇପାରି ନାହିଁ। କେବଳ ଏତିକି ନୁହେଁ, ୨୦୨୨ ଜୁନ୍‌ ୨୦ରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଫାଶରୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ୮ ଘଣ୍ଟା ପରିଶ୍ରମ କରିବା ପରେ ବାର୍‌ହା ଫାଶରେ ପଡ଼ିଥିବା ବାଘକୁ ସୁରକ୍ଷିତ ଭାବେ ମୁକୁଳାଇବାରେ ବନ କର୍ମଚାରୀମାନେ ସଫଳ ହୋଇଥିଲେ। ସେହିପରି ଆଠମଲ୍ଲିକ ବନଖଣ୍ଡ, ଜରପଡ଼ା, ଛେଣ୍ଡିପଦା ରେଞ୍ଜ, ରେଙ୍ଗାଳି ଡ୍ୟାମ୍‌ ନିକଟରୁ କଲରାପତିରିଆ ବାଘର ମୃତଦେହ ଉଦ୍ଧାର କରାଯିବା ଅତୀତରେ ଦେଖିବାକୁ ମିଳିଛି। ତେଣୁ ଅନୁଗୋଳ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ କିପରି ସକ୍ରିୟ ରହିଛନ୍ତି ତାହା ଏଥିରୁ ପ୍ରମାଣିତ ହେଉଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri