ବାଘଙ୍କୁ ବିପଦ ବାର୍‌ହା ଫାଶ

ଅନୁଗୋଳ ଅଫିସ, ୫ା୧: ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ଫାଶ। ଫଳରେ କେତେବେଳେ ଏଥିରେ ଲାଗି ହାତୀ ତ ଆଉ କେବେ କଲରାପତରିଆ ବାଘଙ୍କ ଜୀବନ ଯାଉଛି। ଜଙ୍ଗଲକୁ ଶିକାରୀ ମୁକ୍ତ କରିବା ଦିଗରେ ବନ ବିଭାଗ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ବନ୍ୟପ୍ରାଣୀଙ୍କୁ ଆବଶ୍ୟକ ସୁରକ୍ଷା ଦେଇପାରୁ ନାହିଁ। ଏହାର ଉଦାହରଣ ବାରମ୍ବାର ଦେଖିବାକୁ ମିଳୁଛି ଅନୁଗୋଳ ଜିଲାରେ। ସାତକୋଶିଆଠାରୁ ଆରମ୍ଭ କରି ବିଭିନ୍ନ ଜଙ୍ଗଲରେ ବାର୍‌ହା ପାଇଁ ବସାଯାଉଥିବା ଫାଶ ଅଧିକାଂଶ ସମୟରେ କଲରାପତରିଆଙ୍କ ପାଇଁ ବିପଦର କାରଣ ସାଜୁଛି। ଏପରି କି ଫାଶରୁ ଉଦ୍ଧାର ପରେ ମଧ୍ୟ ଏହି ବନ୍ୟପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇପାରୁ ନାହିଁ। ଏହାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଠାରେ ଥିବା ଚିକିତ୍ସା ବ୍ୟବସ୍ଥା ସହ ବନ ବିଭାଗ ଅଧିକାରୀଙ୍କ ଦକ୍ଷତା ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।

ନିକଟ ଅତୀତରେ ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ କୁଲାଙ୍ଗୀ ଗ୍ରାମ ନିକଟରୁ ଏକ ମାଈ ବାଘ ସହ ଶାବକର ମୃତଦେହ ଜବତ ହୋଇଥିଲା। ଶିକାରୀଙ୍କ ଫାଶରେ ପଡ଼ି ବାଘ ୨ଟିର ଜୀବନ ଯାଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗର ତଦନ୍ତରୁ ତାହା ସ୍ପଷ୍ଟ ହୋଇ ନ ଥିଲା। ତେବେ ସେହି ଘଟଣାରେ ୪ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯିବା ପରେ ଅଭିଯୋଗରେ ସତ୍ୟତା ଥିବା ଆଲୋଚନା ହୋଇଥିଲା। ଉକ୍ତ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଗତ ୧ ତାରିଖରେ ବନ୍ତଳା ରେଞ୍ଜ ବଲଙ୍ଗଠାରେ ବାର୍‌ହା ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଅଣ୍ଡିରା କଲରାପତରିଆ ବାଘ ଗୁରୁତର ହୋଇଥିଲା। ୨ ତାରିଖରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ବାଘଟିକୁ ଉଦ୍ଧାର କରାଯାଇ ରାଇଗୋଡ଼ା ଅଞ୍ଚଳରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ତାହାର ଜୀବନ ରକ୍ଷା କରିବାରେ ବିଭାଗ ସଫଳ ହୋଇପାରି ନାହିଁ। କେବଳ ଏତିକି ନୁହେଁ, ୨୦୨୨ ଜୁନ୍‌ ୨୦ରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଫାଶରୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ୮ ଘଣ୍ଟା ପରିଶ୍ରମ କରିବା ପରେ ବାର୍‌ହା ଫାଶରେ ପଡ଼ିଥିବା ବାଘକୁ ସୁରକ୍ଷିତ ଭାବେ ମୁକୁଳାଇବାରେ ବନ କର୍ମଚାରୀମାନେ ସଫଳ ହୋଇଥିଲେ। ସେହିପରି ଆଠମଲ୍ଲିକ ବନଖଣ୍ଡ, ଜରପଡ଼ା, ଛେଣ୍ଡିପଦା ରେଞ୍ଜ, ରେଙ୍ଗାଳି ଡ୍ୟାମ୍‌ ନିକଟରୁ କଲରାପତିରିଆ ବାଘର ମୃତଦେହ ଉଦ୍ଧାର କରାଯିବା ଅତୀତରେ ଦେଖିବାକୁ ମିଳିଛି। ତେଣୁ ଅନୁଗୋଳ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ କିପରି ସକ୍ରିୟ ରହିଛନ୍ତି ତାହା ଏଥିରୁ ପ୍ରମାଣିତ ହେଉଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?