ସନ୍ତୋଷଜନକ ନୁହେଁ ବ୍ୟାଙ୍କ ସେବା

ବଇଣ୍ଡା,୪।୧  (ଡି.ଏନ.ଏ.):ବ୍ୟାଙ୍କ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି। ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିବାରୁ ପୂର୍ବାପେକ୍ଷା ଅଧିକ ଲୋକେ ବ୍ୟାଙ୍କ ସହିତ ଯୋଡ଼ି ହୋଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳି ଠାରେ ଥିବା ଏକ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଆବଶ୍ୟକ ସେବା ମିଳୁ ନ ଥିବା ବଇଣ୍ଡା ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜାମୁନାଳୀ ପଞ୍ଚାୟତବାସୀଙ୍କ ଅନୁରୋଧ କ୍ରମେ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଉକ୍ତ ବ୍ୟାଙ୍କର ଏକ ଶାଖା ୨୦୧୭ ମସିହାରେ ଖୋଲିଥିଲା। ଏହି ବ୍ୟାଙ୍କ ଉପରେ କିଶୋରନଗର ବ୍ଲକର ନୁନୁକାପଶି, ଗାଁ ବଇଣ୍ଡା, ଜାମୁନାଳୀ, କଣ୍ଟେଇକୋଳିଆ, ହଣ୍ଡପା, କଟରଙ୍ଗା, ଲୁହାମୁଣ୍ଡା, ବିଲେଇନାଳି, ଆଠମଲ୍ଲିକ ବ୍ଲକର ପେଡିପଥର, ସାନହୁଲା, ଛେଣ୍ଡିପଦା ବ୍ଲକର କତଡା ପଞ୍ଚାୟତବାସୀ ନିର୍ଭର କରନ୍ତି। ହେଲେ କିଛି ମାସ ହେବ ଏହି ବ୍ୟାଙ୍କରେ ଗ୍ରାହକଙ୍କୁ ଉତ୍ତମ ସେବା ମିଳୁନାହିଁ। ସରକାରୀ ଯୋଜନାର ଅନେକ ହିତାଧିକାରୀ ଆସିଥିବା ଭତ୍ତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଉଠାଣ କରି ପାରୁନାହାନ୍ତି। ଲିଙ୍କ ନ ଥିବା କହି ବାରମ୍ବାର ସେମାନଙ୍କୁ ବ୍ୟାଙ୍କରୁ ଫେରାଇ ଦିଆଯାଉଛି। ସେହିପରି ବଇଣ୍ଡାର କେତେଜଣ ବଡ ବ୍ୟବସାୟୀ ଉକ୍ତ ବ୍ୟାଙ୍କ ଖାତାରେ ଟଙ୍କା ଡିପୋଜିଟ କରୁଥିଲେ ମଧ୍ୟ ଖାତା ଅପଟୁଡେଟ କରାଯାଉନାହିଁ। ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବ୍ୟାଙ୍କରେ ଆବଶ୍ୟକ କର୍ମଚାରୀ ନ ଥିବା ବେଳେ ସିକ୍ୟୁରିଟି ମଧ୍ୟ ନିୟୋଜିତ କରାଯାଉନାହିଁ। ଏଟିଏମ୍‌ ବ୍ୟବସ୍ଥା ନ ଥିବା ବେଳେ ବ୍ୟାଙ୍କରେ ଗ୍ରାହକମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରାଯାଉ ନ ଥିବା ବଇଣ୍ଡା ଅଞ୍ଚଳର ବ୍ୟବସାୟୀ ପି.କେ. ସାହୁ କହିଛନ୍ତି। ତୁରନ୍ତ ବ୍ୟାଙ୍କରେ ଉଚିତ ସେବା ନ ମିଳିଲେ ଆଗାମୀ ଦିନରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ବଇଣ୍ଡାବାସୀ କଡା ଚେତାବନୀ ଦେଇଛନ୍ତି। ଏ ନେଇ ଶାଖା ପରିଚାଳକ ସୁରେଶ ଭୋଇ କହିଛନ୍ତି, ବ୍ୟାଙ୍କରେ ବହୁ ମାତ୍ରାରେ ଗ୍ରାହକ ହୋଇଯାଇଥିବା ବେଳେ ଅନେକ ସମୟରେ ନେଟୱର୍କ ନ ଥିବା ଯୋଗୁ ସେବା ଯୋଗାଇ ଦେବାରେ ଅସୁବିଧା ସୃଷ୍ଟି ହେଉଛି। ସମ୍ବଲପୁର ରିଜିଓନାଲ ମ୍ୟାନେଜର ଏସ୍‌. ଗଣ୍ଡ କହିଛନ୍ତି, ଗ୍ରାହକଙ୍କୁ କିଭଳି ଭଲ ସେବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜାମୁନାଳୀ ଠାରେ ଥିବା ସମସ୍ୟାର ଶୀଘ୍ର ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଆଳ ଦେଖାଇ ହଇରାଣ କରାଯାଉଛି
ଉକ୍ତ ବ୍ୟାଙ୍କକୁ ଯାଉଥିବା ଗ୍ରାହକଙ୍କୁ ଠିକଣା ସେବା ଯୋଗାଇ ଦିଆଯାଉନାହିଁ। ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଛି। ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଅନ୍ତୁ।
-ପ୍ରମୋଦ କୁମାର ପ୍ରଧାନ, ଗାଁ ବଇଣ୍ଡା
ଉତ୍ତମ ସେବା ଦିଗରେ ଦୃଷ୍ଟି ଦିଆଯାଉ
ଡିଜିଟାଲ ଯୁଗରେ ବ୍ୟାଙ୍କ ସେବା ଉପଯୁକ୍ତ ଭାବେ ଗ୍ରାହକଙ୍କୁ ନ ମିଳିବା ଦୁର୍ଭାଗ୍ୟଜନକ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ।
-ଅମିତ ବିକ୍ରିମ ନାୟକ, କଦଳୀମୁଣ୍ଡା
ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି
ଅନେକ ହିତାଧିକାରୀ ଗାଡି ଭଡ଼ା କରି ବ୍ୟାଙ୍କକୁ ଆସୁଛନ୍ତି। କିନ୍ତୁ ଠିକଣା ସେବା ପାଉ ନ ଥିବା ଯୋଗୁ ନିରାଶ ହୋଇ ଘରକୁ ଫେରୁଛନ୍ତି। ବୃଦ୍ଧାବୃଦ୍ଧମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିଲେ ମଧ୍ୟ କାର୍ଯ୍ୟ ହୋଇପାରୁ ନାହିଁ।
-ସୁମନ୍ତ ସାହୁ, ଇଚ୍ଛାପୁର
୨୪ ଘଣ୍ଟିଆ ନେଟ୍‌ୱର୍କ ବ୍ୟବସ୍ଥା ହେଉ
ବଇଣ୍ଡା ଅଞ୍ଚଳରୁ ୫ କି.ମି. ଦୂରରେ ଥିବା ଏହି ବ୍ୟାଙ୍କକୁ ଯାଇ ଗ୍ରାହକମାନେ ଅନେକ ସମୟରେ ନିରାଶ ହୋଇ ଫେରୁଛନ୍ତି। ଇଣ୍ଟରନେଟ୍‌ ନେଟ୍‌ୱର୍କ ଠିକ୍‌ ଭାବେ ଆସୁ ନ ଥିବା ଅଞ୍ଚଳରେ ବ୍ୟାଙ୍କ ହୋଇଥିବା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ୨୪ ଘଣ୍ଟିଆ ନେଟ୍‌ୱର୍କ ବ୍ୟବସ୍ଥା ହେଉ।
-ଦୀପ୍ତିମୟୀ ସାହୁ, ସରପଞ୍ଚ, ନୁନୁକାପଶି


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri