ସନ୍ତୋଷଜନକ ନୁହେଁ ବ୍ୟାଙ୍କ ସେବା

ବଇଣ୍ଡା,୪।୧  (ଡି.ଏନ.ଏ.):ବ୍ୟାଙ୍କ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି। ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିବାରୁ ପୂର୍ବାପେକ୍ଷା ଅଧିକ ଲୋକେ ବ୍ୟାଙ୍କ ସହିତ ଯୋଡ଼ି ହୋଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳି ଠାରେ ଥିବା ଏକ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଆବଶ୍ୟକ ସେବା ମିଳୁ ନ ଥିବା ବଇଣ୍ଡା ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜାମୁନାଳୀ ପଞ୍ଚାୟତବାସୀଙ୍କ ଅନୁରୋଧ କ୍ରମେ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଉକ୍ତ ବ୍ୟାଙ୍କର ଏକ ଶାଖା ୨୦୧୭ ମସିହାରେ ଖୋଲିଥିଲା। ଏହି ବ୍ୟାଙ୍କ ଉପରେ କିଶୋରନଗର ବ୍ଲକର ନୁନୁକାପଶି, ଗାଁ ବଇଣ୍ଡା, ଜାମୁନାଳୀ, କଣ୍ଟେଇକୋଳିଆ, ହଣ୍ଡପା, କଟରଙ୍ଗା, ଲୁହାମୁଣ୍ଡା, ବିଲେଇନାଳି, ଆଠମଲ୍ଲିକ ବ୍ଲକର ପେଡିପଥର, ସାନହୁଲା, ଛେଣ୍ଡିପଦା ବ୍ଲକର କତଡା ପଞ୍ଚାୟତବାସୀ ନିର୍ଭର କରନ୍ତି। ହେଲେ କିଛି ମାସ ହେବ ଏହି ବ୍ୟାଙ୍କରେ ଗ୍ରାହକଙ୍କୁ ଉତ୍ତମ ସେବା ମିଳୁନାହିଁ। ସରକାରୀ ଯୋଜନାର ଅନେକ ହିତାଧିକାରୀ ଆସିଥିବା ଭତ୍ତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଉଠାଣ କରି ପାରୁନାହାନ୍ତି। ଲିଙ୍କ ନ ଥିବା କହି ବାରମ୍ବାର ସେମାନଙ୍କୁ ବ୍ୟାଙ୍କରୁ ଫେରାଇ ଦିଆଯାଉଛି। ସେହିପରି ବଇଣ୍ଡାର କେତେଜଣ ବଡ ବ୍ୟବସାୟୀ ଉକ୍ତ ବ୍ୟାଙ୍କ ଖାତାରେ ଟଙ୍କା ଡିପୋଜିଟ କରୁଥିଲେ ମଧ୍ୟ ଖାତା ଅପଟୁଡେଟ କରାଯାଉନାହିଁ। ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବ୍ୟାଙ୍କରେ ଆବଶ୍ୟକ କର୍ମଚାରୀ ନ ଥିବା ବେଳେ ସିକ୍ୟୁରିଟି ମଧ୍ୟ ନିୟୋଜିତ କରାଯାଉନାହିଁ। ଏଟିଏମ୍‌ ବ୍ୟବସ୍ଥା ନ ଥିବା ବେଳେ ବ୍ୟାଙ୍କରେ ଗ୍ରାହକମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରାଯାଉ ନ ଥିବା ବଇଣ୍ଡା ଅଞ୍ଚଳର ବ୍ୟବସାୟୀ ପି.କେ. ସାହୁ କହିଛନ୍ତି। ତୁରନ୍ତ ବ୍ୟାଙ୍କରେ ଉଚିତ ସେବା ନ ମିଳିଲେ ଆଗାମୀ ଦିନରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ବଇଣ୍ଡାବାସୀ କଡା ଚେତାବନୀ ଦେଇଛନ୍ତି। ଏ ନେଇ ଶାଖା ପରିଚାଳକ ସୁରେଶ ଭୋଇ କହିଛନ୍ତି, ବ୍ୟାଙ୍କରେ ବହୁ ମାତ୍ରାରେ ଗ୍ରାହକ ହୋଇଯାଇଥିବା ବେଳେ ଅନେକ ସମୟରେ ନେଟୱର୍କ ନ ଥିବା ଯୋଗୁ ସେବା ଯୋଗାଇ ଦେବାରେ ଅସୁବିଧା ସୃଷ୍ଟି ହେଉଛି। ସମ୍ବଲପୁର ରିଜିଓନାଲ ମ୍ୟାନେଜର ଏସ୍‌. ଗଣ୍ଡ କହିଛନ୍ତି, ଗ୍ରାହକଙ୍କୁ କିଭଳି ଭଲ ସେବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜାମୁନାଳୀ ଠାରେ ଥିବା ସମସ୍ୟାର ଶୀଘ୍ର ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଆଳ ଦେଖାଇ ହଇରାଣ କରାଯାଉଛି
ଉକ୍ତ ବ୍ୟାଙ୍କକୁ ଯାଉଥିବା ଗ୍ରାହକଙ୍କୁ ଠିକଣା ସେବା ଯୋଗାଇ ଦିଆଯାଉନାହିଁ। ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଛି। ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଅନ୍ତୁ।
-ପ୍ରମୋଦ କୁମାର ପ୍ରଧାନ, ଗାଁ ବଇଣ୍ଡା
ଉତ୍ତମ ସେବା ଦିଗରେ ଦୃଷ୍ଟି ଦିଆଯାଉ
ଡିଜିଟାଲ ଯୁଗରେ ବ୍ୟାଙ୍କ ସେବା ଉପଯୁକ୍ତ ଭାବେ ଗ୍ରାହକଙ୍କୁ ନ ମିଳିବା ଦୁର୍ଭାଗ୍ୟଜନକ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ।
-ଅମିତ ବିକ୍ରିମ ନାୟକ, କଦଳୀମୁଣ୍ଡା
ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି
ଅନେକ ହିତାଧିକାରୀ ଗାଡି ଭଡ଼ା କରି ବ୍ୟାଙ୍କକୁ ଆସୁଛନ୍ତି। କିନ୍ତୁ ଠିକଣା ସେବା ପାଉ ନ ଥିବା ଯୋଗୁ ନିରାଶ ହୋଇ ଘରକୁ ଫେରୁଛନ୍ତି। ବୃଦ୍ଧାବୃଦ୍ଧମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିଲେ ମଧ୍ୟ କାର୍ଯ୍ୟ ହୋଇପାରୁ ନାହିଁ।
-ସୁମନ୍ତ ସାହୁ, ଇଚ୍ଛାପୁର
୨୪ ଘଣ୍ଟିଆ ନେଟ୍‌ୱର୍କ ବ୍ୟବସ୍ଥା ହେଉ
ବଇଣ୍ଡା ଅଞ୍ଚଳରୁ ୫ କି.ମି. ଦୂରରେ ଥିବା ଏହି ବ୍ୟାଙ୍କକୁ ଯାଇ ଗ୍ରାହକମାନେ ଅନେକ ସମୟରେ ନିରାଶ ହୋଇ ଫେରୁଛନ୍ତି। ଇଣ୍ଟରନେଟ୍‌ ନେଟ୍‌ୱର୍କ ଠିକ୍‌ ଭାବେ ଆସୁ ନ ଥିବା ଅଞ୍ଚଳରେ ବ୍ୟାଙ୍କ ହୋଇଥିବା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ୨୪ ଘଣ୍ଟିଆ ନେଟ୍‌ୱର୍କ ବ୍ୟବସ୍ଥା ହେଉ।
-ଦୀପ୍ତିମୟୀ ସାହୁ, ସରପଞ୍ଚ, ନୁନୁକାପଶି


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?