ଅଂଶୁଘାତରେ ଜଣେ ମୃତ, ଜଣେ ଅସୁସ୍ଥ
ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ଜିଲାରେ ତାପମାତ୍ରା ପୁଣି ଉପରମୁହଁା ହୋଇଛି। ଗତ ଦୁଇ ଦିନ ହେବ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶନିବାର ଜିଲାର ତାପମାତ୍ର ୪୨.୧…
୧୫୭ ବର୍ଷର ସ୍କୁଲକୁ ଅବହେଳା
ବଅଁରପାଳ,୨୨ା୫ (ଡି.ଏନ.ଏ.): ସ୍କୁଲ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ଚାଲିଛି। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ସ୍ମାର୍ଟ କରାଯାଉଛି। ହେଲେ ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ପିଲାଙ୍କୁ ବାରଣ୍ଡାରେ ବସି ପାଠ ପଢ଼ିବାକୁ ପଡ଼ୁଛି। ଅନୁଗୋଳ…
ନାଚ, ଗୀତରେ କମ୍ପିଲା ପାପସରା
ବଇଣ୍ଡା,୨୨ା୫(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ପାପସରା ଗ୍ରାମରେ ଶୁକ୍ରବାର ଚନ୍ଦନ ଯାତ୍ରା ଉଦ୍ଘାଟିତ ହୋଇଛି। ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ପଟୁଆରେ ପୂଜାମଣ୍ଡପକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ପୂଜା କରାଯିବା ପରେ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା।…
ରୋଗୀ ମୃତ୍ୟୁ ନେଇ ନର୍ସିଂହୋମ୍ରେ ଉତ୍ତେଜନା
ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ସହର ଶିମିଳିପଡ଼ା ନିକଟରେ ଥିବା ଏକ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଶନିବାର ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ ସ୍ତ୍ରୀ ଚିକିତ୍ସାରେ ଅବହେଳା ଅଭିଯୋଗ କରିବା ପରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ…
୨ ବର୍ଷ ତିଷ୍ଠିଲାନି ୮ କୋଟିର ରାସ୍ତା
ବଇଣ୍ଡା, ୨୧।୫(ଡି.ଏନ.ଏ.) ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସୁଗମ କରିବାକୁ ପ୍ରାୟ ୮କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ରାସ୍ତା। ଏହାର ଗ୍ୟାରେଣ୍ଟି ଅବଧି ସରିନାହିଁ, ଅଥଚ ପିଚୁ ଉଠି ଶୋଚନୀୟ ହୋଇପଡ଼ିଛି ସଡ଼କ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତରୁ ମଇମୁରା ପଞ୍ଚାୟତକୁ…
ଆଜିଠାରୁ ମାଟ୍ରିକ ଖାତାଦେଖା
ଅନୁଗୋଳ ଅଫିସ, ୨୧।୫ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ। ଅନୁଗୋଳ ହାଇସ୍କୁଲ କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ଯାଏ ଚାଲିବ।…
ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ
ଅନୁଗୋଳ ଅଫିସ, ୨୧।୫ ଅନୁଗୋଳ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜିଲା ଚିକିତ୍ସାଳୟ ଭିତରକୁ ପ୍ରବେଶ କରିବାକୁ ବାଟ ଖୋଜୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। କିଏ ବାଟବଣା ହୋଇ ବସ୍ଷ୍ଟାଣ୍ଡ ଆଡ଼କୁ ପଳାଉଛନ୍ତି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟେ ଘୂରି…
ଆହୁରି ଆକର୍ଷଣୀୟ ହେବ ହିଙ୍ଗୁଳା ଯାତ୍ରା
ତାଳଚେର,୨୧।୫(ନି.ପ୍ର) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଚଳିତବର୍ଷର ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ଆସନ୍ତା ବର୍ଷ ଏହାକୁ ଆହୁରି ଜାକ୍ଜମକର ସହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ…
ଚମକ ଭରିଛି ଚନ୍ଦନଯାତ୍ରା
ବଇଣ୍ଡା,୨୦।୫(ପରିକ୍ଷିତ ସାହୁ) ୧୯୭୭ରୁ ଆରମ୍ଭ ହୋଇଥିବା ବଇଣ୍ଡା ଚନ୍ଦନଯାତ୍ରାରେ କରୋନା ଲଗାଇଥିଲା ବ୍ରେକ୍। ୨୦୨୦ ଓ ୨୦୨୧ ମସିହାରେ ଏହି ଯାତ୍ରା କେବଳ ଠାକୁରଙ୍କ ନୀତିକାନ୍ତିରେ ସୀମିତ ରହିଥିବାରୁ ଆଠମଲ୍ଲିକ ଉପଖଣ୍ଡବାସୀ ଉତ୍ସବ ପାଳନ କରିପାରି ନ ଥିଲେ। ହେଲେ ଚଳିତବର୍ଷ…
ନିଶା କବଳରେ ଯାଯାବର ଶିଶୁ
ଅନୁଗୋଳ ଅଫିସ, ୨୦।୫ ସକାଳୁ ସନ୍ଧ୍ୟା ଯାଏ ସହରରେ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ଯେତିକି ମିଳୁଛି, ସେହି ଟଙ୍କାରେ ଖାଦ୍ୟ ଖାଇବା ପରିବର୍ତ୍ତେ ନିଶା ସାମଗ୍ରୀ ସେବନ କରୁଛନ୍ତି ଯାଯାବର ଶିଶୁ। ବିଶେଷକରି ବିଭିନ୍ନ ସାମଗ୍ରୀ ଯୋଡ଼ିବା ପାଇଁ ଶସ୍ତାରେ…
ବର୍ଷେ ବିତିବ, ହେଲାନି ବଦଳି ବାତିଲ
ଅନୁଗୋଳ ଅଫିସ, ୧୯।୫: ସରକାରୀ ନିର୍ଦ୍ଦେଶ ପହଞ୍ଚିବାର ୫ ମାସ ପରେ ତାହାକୁ ଉଲ୍ଲଂଘନ କରି ଏନ୍ଭିବିଡିସିପି (ନ୍ୟାଶନାଲ ଭେକ୍ଟର ବୋନ୍ ଡିଜିଜ୍ କଣ୍ଟ୍ରୋଲର ପ୍ରୋଗ୍ରାମ) ମଲ୍ଟି ପରପୋଜ୍ ହେଲ୍ଥ ୱାର୍କରଙ୍କ ମଧ୍ୟରୁ କେତେଜଣଙ୍କୁ ବଦଳି କରାଗଲା। ଅନୁଗୋଳ ଜିଲା ସ୍ବାସ୍ଥ୍ୟ…
ବ୍ୟବସାୟୀଙ୍କୁ ବଳପୂର୍ବକ ଉଠାଇଦେଲେ
ଅନୁଗୋଳ ଅଫିସ,୧୮ା୫: ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। ରାସ୍ତା ପାଶର୍ବରେ ଆଲୋକୀକରଣ ହୋଇଛି। କିନ୍ତୁ ଏହି ସୌନ୍ଦର୍ଯ୍ୟକୁ ଉଠା ବ୍ୟବସାୟୀମାନେ ନଷ୍ଟ କରୁଛନ୍ତି। ଛତୁ, ଫଳ ଓ ଅନ୍ୟ ବ୍ୟବସାୟୀ ସେଠାରେ ଯାବତୀୟ ସାମଗ୍ରୀ ଗଦା କରି ଲାଇଟ୍ ଭାଙ୍ଗୁଛନ୍ତି। ସେହିଭଳି…

