ହାତଗୋଡ଼ ବନ୍ଧା ଅବସ୍ଥାରେ ପରିତ୍ୟକ୍ତ ଘରୁ ନାବାଳକ ଉଦ୍ଧାର, କାରଣ ଅସ୍ପଷ୍ଟ
ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ନୂଆଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଜନୈକ ନାବାଳକଙ୍କୁ ନୂଆଗାଁର ଆପେକ୍ସ କମିଟିର ଏକ ପରିତ୍ୟକ୍ତ ଗୃହରୁ ହାତଗୋଡ଼, ମୁହଁ, ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳକ ଜଣକ…
ଲାଞ୍ଚ ନେବାବେଳେ ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ
ବଇଣ୍ଡା,୩୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନିର୍ଭୟ ପ୍ରଧାନଙ୍କୁ ମଙ୍ଗଳବାର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା କୁହାଯାଇଛି। ଘଟଣାରୁ…
ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ
ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ ଓଦା ଆବର୍ଜନାରୁ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ କରିଛି ହୁଲୁରିସିଂହା ଏମ୍ସିସି।…
ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର
ଅନୁଗୋଳ ଅଫିସ, ୨୯ା୯ – ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ ରହିଛି।…
କାର୍ଯ୍ୟାଳୟ ନିର୍ମାଣରେ ବାଧା ଜବରଦଖଲ
ବଇଣ୍ଡା, ୨୯ା୯(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ଭଙ୍ଗାଯାଇଛି। ଏସବୁ ଅନ୍ୟତ୍ର ନିର୍ମାଣ ହେବାର ଯୋଜନା ହୋଇଥିଲେ ବି ଏଥିରେ ଅହେତୁକ ବିଳମ୍ବ ହେଉଛି। ବଇଣ୍ଡା…
ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା
ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ…
ଜୋର୍ଧରିଲା ଚଢ଼ାଉ, ଜରିମାନା
ଅନୁଗୋଳ ଅଫିସ, ୨୮।୯: ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ପୌରପାଳିକା ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ସହରର ବ୍ୟବସାୟୀମାନଙ୍କ କରୋନା…
ଟ୍ରକ୍ ଧକ୍କାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ
ଛେଣ୍ଡିପଦା, ୨୬ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଜରପଡା ଥାନା ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ରେଲଓ୍ବେ ଓଭର ବ୍ରିଜ ନିକଟରେ ଶନିବାର ଏକ ଟ୍ରକ୍ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍କୁ ଧକ୍କା ଦେଇଛି। ଏଥିରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।…
ବିଭିନ୍ନ ଦାବିରେ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ
ବଅଁରପାଳ,୨୪ା୯(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡାଙ୍ଗ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଗୁରୁବାର ରେଳରୋକୋ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀ ନାଲ୍କୋ-ଭରତପୁର ରେଳ ଲାଇନ୍ ଉପରେ ବସି ଏହି ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ନାଲ୍କୋ ପ୍ଲାଣ୍ଟକୁ…
ସାଢ଼େ ୭ ଲକ୍ଷରୁ ଫେରିଛି ୫ ଲକ୍ଷ ୩୮ ହଜାର
ଅନୁଗୋଳ ଅଫିସ, ୨୦ା୯ – ଅନୁଗୋଳ ଜିଲାରେ ବଢ଼ୁଛି ସାଇବର ଠକେଇ। ଏହି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଫୋନ ମାଧ୍ୟମରେ ଏଟିଏମ୍ ପିନ୍ ମାଗି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ତ ଆଉ କେତେବେଳେ ଫେକ୍…
ଟାର୍ଗେଟ୍ ପୂରଣ କରିପାରୁନି ‘ସୁକନ୍ୟା ସମୃଦ୍ଧି’
ଅନୁଗୋଳ ଅଫିସ, ୧୯ା୯ – କୌଣସି କ୍ଷେତ୍ରରେ ପଛରେ ନାହାନ୍ତି ଝିଅ। ତଥାପି ଝିଅଟିଏ ଅପେକ୍ଷା ପୁଅଟିକୁ ପଢ଼ାଇ ଆଗକୁ ବଢ଼ାଇବାକୁ ଅନେକ ଅଭିଭାବକ ପସନ୍ଦ କରିଥାନ୍ତି। ଏପରି କି କନ୍ୟାସନ୍ତାନଟିଏ ଜନ୍ମହେଲେ ମନଊଣା କରୁଥିବା ମାତାପିତାଙ୍କର ମଧ୍ୟ ଅଭାବ ନାହିଁ।…
ଡେକଚି ପାଣିରେ ବୁଡି ଚାଲିଗଲା ଶିଶୁକନ୍ୟାର ଜୀବନ
ମାଧପୁର,୧୮।୯-ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ମନରବେଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଡେକଚି ପାଣିରେ ବୁଡି ଜଣେ ଶିଶୁକନ୍ୟା ମୃତ୍ୟୁବରଣ କରିଛନ୍ତି। ସୂଚନାଅନୁସାରେ, ଗ୍ରାମର ଅଶୋକ କୁମୁରାଙ୍କ ପତ୍ନୀ ଆରତୀ କୁମୁରା ରୋଷେଇ କରୁଥିବା ସମୟରେ ତାଙ୍କର…

