ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାର କୋଭିଡ୍‌ ନିୟମାବଳୀରେ କୋହଳ କରିବା ପରେ ଏସବୁ ବ୍ୟବସାୟକୁ ଅନୁମତି ମିଳିଛି। ଫଳରେ ଅନୁଗୋଳ ସହରର ଗଳିକନ୍ଦିରେ ଥିବା ବିଭିନ୍ନ ଚାଳିଆ ହୋଟେଲ ସହ ଜଳଖିଆ ଓ ଫାଷ୍ଟଫୁଡ୍‌ ଦୋକାନୀ ପୂର୍ବପରି ବେପାର ଆରମ୍ଭ କରିଛନ୍ତି। କିନ୍ତୁ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାରୁ ସହରରେ ବେପାର ସେପରି ହେଉନାହିଁ। ଦୈନିକ ପ୍ରସ୍ତୁତ ଖାଦ୍ୟ ଅନେକ ସମୟରେ ବଳକା ରହିଯାଉଛି। ପରଦିନ ଏହାକୁ ଡଷ୍ଟବିନ୍‌ରେ ଫିଙ୍ଗିଦେବା ପରିବର୍ତ୍ତେ କେତେଜଣ ଲାଭଖୋର ବ୍ୟବସାୟୀ ଗରମ କରି ଗ୍ରାହକଙ୍କୁ ପରଷି ଦେଉଥିବା ଅଭିଯୋଗ ହେଉଛି। ବିଶେଷକରି ପାର୍ସଲ ନେଉଥିବା ଗ୍ରାହକମାନଙ୍କୁ ଟାର୍ଗେଟ୍‌ କରାଯାଉଥିବା କୁହାଯାଉଛି। ଏସବୁ ଖାଦ୍ୟର ମାନ ଯାଞ୍ଚ କରିବା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ ହୋଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଚୁପ୍‌ ବସିପଡ଼ୁଥିବାରୁ ଟଙ୍କା ଦେଇ ଲୋକେ ଖାଦ୍ୟ ନଁାରେ ରୋଗ କଣୁଥିବା ଅଭିଯୋଗ କରୁଛନ୍ତି।
କରୋନା ସମୟରେ ଭିଟାମିନଯୁକ୍ତ ଖାଦ୍ୟ ଜରୁରୀ। ତେଣୁ ତାଜା ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଦୈନିକ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କିନ୍ତୁ ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସହରରେ ବିକ୍ରି ହେଉଥିବା ଭଳିକି ଭଳି ପାଟି ସୁଆଦିଆ ଖାଦ୍ୟର ମାନ ଯାଞ୍ଚ କରାଯାଉ ନାହିଁ। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ମାସ ମାସ ଧରି ଘରେ ରହିଥିବା ସହରବାସୀ ଏବେ ବଜାର ଆସି ଖୋଲାମେଲାରେ ମିଳୁଥିବା ଖାଦ୍ୟ ଖାଇବାକୁ ବେଶ୍‌ ଆଗ୍ରହୀ ହୋଇପଡ଼ିଥିବା ଦେଖାଯାଉଛି। ଏହାର ସୁଯୋଗ ନେଉଛନ୍ତି ଏପରି କେତେଜଣ ଲାଭଖୋର ବ୍ୟବସାୟୀ। କିଏ ବଳି ପଡ଼ୁଥିବା ଖାଦ୍ୟକୁ ଗରମ କରି ଗରାଖଙ୍କୁ ବଢ଼ାଇ ଦେଉଛନ୍ତି ତ ପୁଣି କିଏ ତେଲଭାଜିକୁ ଆଉଥରେ ଛାଣି ବିକ୍ରି କରୁଛନ୍ତି। ନିମ୍ନମାନର ଚଟ୍‌ପଟା ଖାଦ୍ୟ ସହ ବହୁ ଚାଳିଆ ହୋଟେଲରେ ବାସୀ ଖାଦ୍ୟ ପାର୍ସଲ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନୀରବତା କାରଣରୁ ଏପରି ହେଉଥିବା ସହରବାସୀ କହିଛନ୍ତି। ଏ ନେଇ ଜନସ୍ବାସ୍ଥ୍ୟ ଅଧିକାରୀ ହରପ୍ରିୟା ବେହେରା କହିଛନ୍ତି, ବିଭିନ୍ନ ସମୟରେ ଚଢ଼ାଉ ହେଉଛି। ନିମ୍ନ ମାନର ଖାଦ୍ୟ ଯେଉଁଠି ମିଳୁଛି, ସେଠାରୁ ଜରିମାନା ଆଦାୟ କରାଯାଉଛି।
ଠିକ୍‌ ଭାବେ ମାନ ପରଖାଯାଉନି
ଖାଦ୍ୟର ମାନ ଠିକ୍‌ ଭାବେ ପରଖା ଯାଉନି। ବହୁ ଦୋକାନୀ ବାସି ଖାଦ୍ୟ ଲୋକଙ୍କୁ ଦେଉଛନ୍ତି। ଏ ନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କରୋନା ମୁକାବିଲାରେ ସମସ୍ତେ ବ୍ୟସ୍ତ ଥିବା କହି ଅଭିଯୋଗକୁ ଟାଳି ଦେଉଛନ୍ତି।
-ସୁନୀଲ ଦାଶ, ସହରବାସୀ
ଗୁରୁତ୍ୱ ଦେଉନି ସ୍ବାସ୍ଥ୍ୟ ବିଭାଗ
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ଉତ୍ତମ ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ବଜାରରେ ଯେଉଁ ଖାଦ୍ୟ ବିକ୍ରି ହେଉଛି ତାହା ଖାଇବା ଯୋଗ୍ୟ କି ନୁହେଁ ସେ ନେଇ ଜନସ୍ବାସ୍ଥ୍ୟ ଅଧିକାରୀ ଚିନ୍ତିତ ଥିବାପରି ମନେହେଉନି।
-ପ୍ରତାପ ମହାପାତ୍ର, ସହରବାସୀ
ବାସି ଖାଦ୍ୟ ପରଷାଯାଉଛି
ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ହେଟେଲ ରହିଛି। ଫାଷ୍ଟଫୁଡ୍‌, ଚଟ୍‌ପଟା ଖାଦ୍ୟ ମଧ୍ୟ ବିକ୍ରି ହେଉଛି। ଏହାର ମାନ ପରୀକ୍ଷା ହେଉ ନ ଥିବାରୁ ଅଧିକାଂଶ ସମୟରେ ବ୍ୟବସାୟୀମାନେ ବାସି ଖାଦ୍ୟକୁ ଗରମ କରି ଗ୍ରାହକଙ୍କୁ ପରଷି ଦେଉଛନ୍ତି।
-ପ୍ରଦ୍ୟୁମ୍ନ ସାହୁ, ସହରବାସୀ
କେବେ ଚେତିବ ପ୍ରଶାସନ
ବଜାରରେ ମିଳୁଥିବା ବହୁ ଖାଦ୍ୟ ନିମ୍ନମାନର। ହେଲେ ଏ ନେଇ ତତ୍ପର ହେବା ପରିବର୍ତ୍ତେ ସ୍ଥାଣୁ ପାଲଟିଛି ଜନସ୍ବାସ୍ଥ୍ୟ ବିଭାଗ। ଫଳରେ ଲୋକମାନେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ଜାଣିପାରୁ ନାହାନ୍ତି। ଆଉ କେମିତି ସଂକଟ ଆସିଲେ ପ୍ରଶାସନ ଚେତିବ କେଜାଣି।
-ଜୟନ୍ତ କର, ସହରବାସୀ
ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ
ଖାଦ୍ୟର ମାନ ପରଖିବା ଦାୟିତ୍ୱ ଜନସ୍ବାସ୍ଥ୍ୟ ବିଭାଗର। ତଥାପି ସହରରେ ରୁଟିନ୍‌ ଚେକିଂ କରାଯାଉଛି। ନିୟମିତ ଭାବେ ଯେପରି ଖାଦ୍ୟର ମାନ ପରୀକ୍ଷା କରାଯିବ ସେ ନେଇ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯିବ।
-ଡାକ୍ତର ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ
ସହରରେ ନିମ୍ନମାନର ତଥା ବାସି ଖାଦ୍ୟ ବିକ୍ରି କରାଯିବା ଉଦ୍‌ବେଗର ବିଷୟ। ଏ ନେଇ ପ୍ରତିକାର କରିବାକୁ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯିବ। ଯେଉଁ ବ୍ୟବସାୟୀ ଏପରି କରୁଥିବା ପ୍ରମାଣ ମିଳିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସ୍କୁଲ, ଅଙ୍ଗନଓ୍ବାଡି ଗୃହ ମରାମତି କରିବ ପଞ୍ଚାୟତ

ଭୁବନେଶ୍ୱର,୬-୯(ବ୍ୟୁରୋ):ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଅଙ୍ଗନଓ୍ବାଡି ଗୃହ ମରାମତି ଓ ରକ୍ଷଣାବେକ୍ଷଣ କରିବ ଗ୍ରାମପଞ୍ଚାୟତ। ଏ ନେଇ ଏକ ନିର୍ଦ୍ଦେଶନାମା...

ବାତ୍ୟା ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ, ଆମ୍ବ-ନଡ଼ିଆ ନ ଗୋଟାଇ ଲୋଭ ସମ୍ବରଣ କରନ୍ତୁ: ଏସ୍‌ଆରସି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲାରେ ପଡ଼ିବ। ବାତ୍ୟା ସମୟରେ ସର୍ବାଧିକ ୧୮୫ କିମି ପବନ...

ନୂଆ ଥାଇ ବି ପୁରୁଣା ସାହା

ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ହୋଇପାରି...

ବାହାରିଲା ଆଡ଼ପ ଅବଢ଼ା

ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜନ୍ମବେଦୀରେ ବିଜେ କରିବା ପରେ ଆଡ଼ପ ଅବଢ଼ା ପାଇବା ଲାଗି ଭକ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍କଣ୍ଠା ରହିଥାଏ। ଏବେ ଏହି ଉତ୍କଣ୍ଠାର...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କର୍ମଚାରୀଙ୍କ ଜୀବନ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ଚରଣପୁର ବିଦ୍ୟୁତ୍‌ ଷ୍ଟ୍ରକଚରରେ ଏକ ଅଘଟଣ ଘଟିଛି। ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ...

ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଅନୁଗୋଳ ଅଫିସ, ୨୦ା୧୦ ଅନୁଗୋଳ ପୌରପାଳିକାରେ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯୋଗ୍ୟତା ନ...

ପ୍ରବାସୀଙ୍କୁ ନେଇ ଖବର ସଂଗ୍ରହ ବେଳେ କରୋନା ସତର୍କତାକୁ ମାନୁନାହାନ୍ତି ଗଣମାଧ୍ୟମ ପ୍ରତିନିଧି: ପରାମର୍ଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୯।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ...

ପାଣି ଭାବି ଏସିଡ୍‌ ପିଇଦେଲେ ଛାତ୍ର: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡେରାବିଶ,୧୬।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଚାନ୍ଦେଳ ପଞ୍ଚାୟତ ପନାପଡ଼ା ଗ୍ରାମର ଜଣେ ଛାତ୍ରଙ୍କର ଶୁକ୍ରବାର ଏସିଡ୍‌ ପିଇ ମୃତ୍ୟୁ ଘଟିଛି। ସେ ହେଲେ...

Advertisement
Archives

Model This Week