ଅନୁଗୋଳରେ ସକ୍ରିୟ ବେଟିଂ ର଼୍ୟାକେଟ୍‌

ଅନୁଗୋଳ ଅଫିସ, ୫।୧୦:  ଆଇପିଏଲ୍‌ ସହ ଆରମ୍ଭ ହୋଇଛି ଫଟାଫଟ୍‌ କ୍ରିକେଟ୍‌ ଋତୁ। ଦୁବାଇରେ ହେଉଛି ଛକା, ଚୌକା ବର୍ଷା। କେତେବେଳେ ଲୋ ସ୍କୋରିଂ ତ ଆଉ କେତେବେଳେ ହାଇ ସ୍କୋରିଂ ମ୍ୟାଚ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରୁଛି। ଦିନକୁ ଦିନ ମ୍ୟାଚ ଅଧିକ ଉତ୍କଣ୍ଠାପୂର୍ଣ୍ଣ ହେଉଥିବାରୁ ଏଥିରୁ ଫାଇଦା ଉଠାଇବାକୁ ସକ୍ରିୟ ହୋଇପଡ଼ିଛନ୍ତି ବେଟିଂ ର଼୍ୟାକେଟ୍‌। ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଏହି ଟୋଣ୍ଟି-୨୦ କ୍ରିକେଟ୍‌କୁ ନେଇ ଚାଲିଛି ଜୋରଦାର ବେଟିଂ ବା ଜୁଆ ଖେଳ। ମାତ୍ର କେଇ ମିନିଟ୍‌ ମଧ୍ୟରେ ପୁଳା ପୁଳା ଟଙ୍କା ରୋଜଗାର କରିବାର ନିଶା ଯୁବପିଢ଼ିଙ୍କୁ ଏହି ବେଟିଂ ର଼୍ୟାକେଟ୍‌ ଆଡକୁ ଆକର୍ଷିତ କରୁଛି। ହେଲେ ଏ ନେଇ ପୋଲିସକୁ କିଛି ବି ସଫଳତା ଏଯାଏ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ଲମ୍ବିଥିବା ଏହି ବେଟିଂ ର଼୍ୟାକେଟ୍‌ର ଚେର ଏବେ ଅନୁଗୋଳ ଜିଲାରେ ସୁଦୃଢ଼ ହେବାରେ ଲାଗିଛି। ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ୍‌ ଜରିଆରେ ଏହି ଜୁଆ ଖେଳାଯାଉଛି। ଆଇପିଏଲ୍‌ ଆରମ୍ଭର ୧୦/୧୫ ଦିନ ପୂର୍ବରୁ ଏହି ର଼୍ୟାକେଟ୍‌ ଏଠାରେ ଏଜେଣ୍ଟମାନଙ୍କୁ ନେଇ ସ୍ବତନ୍ତ୍ର ନେଟଓ୍ବର୍କ ସୃଷ୍ଟି କରିଛି। ମ୍ୟାଚ ଆରମ୍ଭ ପୂର୍ବରୁ ଓ ଚାଲିଥିବା ବେଳେ ପ୍ରତି ଓଭରକୁ ନେଇ ବାଜି ଲଗାଯାଉଛି। ବିଶେଷକରି ମ୍ୟାଚର ଶେଷ ଆଡ଼କୁ ଏହି ବେଟିଂରେ ଅଧିକ ଅର୍ଥ ଲଗାଯାଉଛି। କେଉଁ ଦଳ ପାଇଁ କେତେ ଟଙ୍କା ଲାଗିବ ତାହା ପୂର୍ବରୁ ସ୍ଥିର କରାଯାଉଛି। ଏ ନେଇ ଏଜେଣ୍ଟଙ୍କ ଜରିଆରେ ବେଟିଂ ପାଇଁ ଇଚ୍ଛୁକ ଗ୍ରାହକଙ୍କୁ ଜଣାଇ ଦିଆଯାଉଛି। ଜିତିଲେ ଦୁଇଗୁଣା କିମ୍ବା ତିନିଗୁଣା ଅର୍ଥ ଦିଆଯିବାର ପ୍ରଲୋଭନ ଦେଖାଇ ଯୁବ କ୍ରିକେଟ୍‌ ପ୍ରେମୀଙ୍କୁ ଫସାଯାଉଛି। ଯଦି କେହି ବାଜିରେ ହାରିଯାଉଛି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବାକୁ ପହଞ୍ଚତ୍ ଯାଉଛନ୍ତି ଏଜେଣ୍ଟ। ପ୍ରତିଶ୍ରୃତି ଅନୁଯାୟୀ ଟଙ୍କା ଦେଇଦେଲେ ଭଲ ନଚେତ ଏହା ବଦଳରେ ଗାଡ଼ି, ମୋବାଇଲ, ସୁନା ଅଳଙ୍କାର ଆଦି ସେମାନଙ୍କୁ ହରାଇବାକୁ ପଡ଼ୁଛି। ଏପରି କି ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି। ପୂର୍ବରୁ ଏହି ର଼୍ୟାକେଟ୍‌ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଆଦି ସହରରେ ନିଜର କାୟା ବିସ୍ତାର କରିଥିବା ଦେଖିବାକୁ ମିଳୁଥିଲା। ପ୍ରତିବର୍ଷ ଆଇପିଏଲ୍‌ ଓ ବିଭିନ୍ନ ଟୋଣ୍ଟି-୨୦ ପ୍ରତିଯୋଗିତା ବେଳେ ସେଠାକାର ପୋଲିସ ଏପରି ବେଟିଂ ର଼୍ୟାକେଟର ପର୍ଦ୍ଦାଫାଶ କରୁଥିବା ଦେଖାଯାଉଥିଲା। କିନ୍ତୁ ଏବେ ଅନୁଗୋଳରେ ବେଟିଂ ର଼୍ୟାକେଟ୍‌ ଆସ୍ଥାନ ଜମାଇସାରିଛି। ତେବେ ଏହି ର଼୍ୟାକେଟ୍‌ ନିକଟରେ ପୋଲିସ ପହଞ୍ଚିପାରୁଛି କି ନାହିଁ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ। ଏ ସମ୍ପର୍କରେ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଜିଲାର ସମସ୍ତ ଥାନାକୁ ଏ ନେଇ ନିର୍ଦ୍ଦେଶ ଦିଆଯିବ। ସେମାନେ ନିଜସ୍ବ ଗୋଇନ୍ଦା ଜରିଆରେ ଏହି କାରବାର ଉପରେ ନଜର ରଖିବା ସହ ର଼୍ୟାକେଟକୁ ଯେପରି ଧରିପାରିବେ ସେଥିପାଇଁ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?