ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ ୨୨ ବର୍ଷ ହେଲା ଦାବି କରାଯାଇ ଆସୁଥିଲେ ମଧ୍ୟ ଏ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ଫଳରେ ନୁନୁକାପଶି, ଗଁା ବଇଣ୍ଡା ଓ ଲୁହାମୁଣ୍ଡା ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ୩ଟି ପଞ୍ଚାୟତକୁ ମିଶାଇ ବଇଣ୍ଡାକୁ ଏନ୍‌ଏସି ମାନ୍ୟତା ଦିଆଗଲେ ଏଠାରେ ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ବିତ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ନୁନୁକାପଶି ପଞ୍ଚାୟତରେ ରହିଛି ବଇଣ୍ଡା। ଏହା ନିକଟରେ ଗାଁବଇଣ୍ଡା ଓ ଲୁହାମୁଣ୍ଡା ପଞ୍ଚାୟତ ରହିଛି। ବଇଣ୍ଡା ବଜାର ଦେଇ ୫୫ ନମ୍ବର ଜାତୀୟ ରାଜପଥ, ତାଳଚେର-ସମ୍ବଲପୁର ରେଳପଥ ଯାଇଛି। ଏଠାରେ ରେଳଷ୍ଟେଶନ ସହ ଷ୍ଟେଟ ବ୍ୟାଙ୍କ, ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ, ଏକ ଘରୋଇ ବ୍ୟାଙ୍କ ସହ ରାଜସ୍ବ କାର୍ଯ୍ୟାଳୟ, ଫାଣ୍ଡି, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଆଦି ଅନେକ ସରକାରୀ ଅଫିସ ରହିଛି। ହେଲେ ବଇଣ୍ଡାର ଯେପରି ବିକାଶ ହେବା କଥା ତାହା ହୋଇପାରୁ ନାହିଁ। ସରକାରୀ ଯୋଜନାଗୁଡିକ ଏଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ନୁନୁକାପଶିରେ ୪ ହଜାର ୭୭୪, ଲୁହାମୁଣ୍ଡାରେ ୨ ହଜାର ୭୫୨, ଗାଁବଇଣ୍ଡାରେ ୩ ହଜାର ୮୪୦ ଭୋଟର ଥିବାବେଳେ ୩ଟି ପଞ୍ଚାୟତକୁ ନେଇ ଏନ୍‌ଏସି ଗଠନ ପାଇଁ ଦାବି ହୋଇଆସୁଛି। ଏନ୍‌ଏସି ହେଲେ ବଇଣ୍ଡା ବଜାର ଅଧିକ ବିକଶିତ ହୋଇପାରନ୍ତା ଏଠାକାର ରାସ୍ତା, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦି ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିପାରନ୍ତା। ଗୋଟିଏ ଅର୍ଥରେ କହିଲେ ଏନ୍‌ଏସି ମାନ୍ୟତା ଏଠାରେ ବିକାଶ ବତି ଜାଳିପାରନ୍ତା। ଏଥିପାଇଁ ପ୍ରଥମେ ୧୯୯୮ରେ ବଇଣ୍ଡା ଗ୍ରାମବାସୀ ତତ୍‌କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଅମର ପ୍ରଧାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ପରେ ୨୦୦୭, ୨୦୧୨ ଓ ୨୦୧୯ରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପି, ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ହେଲେ ଏହି ଦୀର୍ଘ ବର୍ଷର ଦାବି ପ୍ରତି ସରକାର ଆବଶ୍ୟକ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କହିଛନ୍ତି, କେଉଁ ଅଞ୍ଚଳକୁ ଏନ୍‌ଏସି ଘୋଷଣା କରାଯିବ ତାହା ସରକାରଙ୍କ ଉପରେ ନିର୍ଭରଶୀଳ। ଯଦି ବଇଣ୍ଡା ପାଇଁ ଏନ୍‌ଏସି ପ୍ରସ୍ତାବ ଥାଏ ତେବେ ସରକାରଙ୍କ ପକ୍ଷରୁ ରିପୋର୍ଟ ମଗାଗଲେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତାହା ଯୋଗାଇ ଦିଆଯିବ।
ଯୋଜନାର ଲାଭ ମିଳିବ
ବଇଣ୍ଡାକୁ ଏନ୍‌ଏସି ଘୋଷଣା କରାଗଲେ ସରକାରୀ ଅର୍ଥର ସଦୁପଯୋଗ ହୋଇପାରିବ। ଅଞ୍ଚଳର ବିକାଶ ପାଇଁ ଯେଉଁ ଯୋଜନା ସବୁ ହେଉଛି ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। ରାସ୍ତା ଠାରୁ ଆରମ୍ଭ କରି ପରିମଳ ଯାଏ ସବୁ କିଛି ବଦଳିଯିବ।
-ପ୍ରିୟରଞ୍ଜନ ସାହୁ, ଲୁହାମୁଣ୍ଡା
ଲୋକ ପ୍ରତିନିଧି ଦୃଷ୍ଟି ଦିଅନ୍ତୁ
ବଇଣ୍ଡାକୁ କିପରି ଏନ୍‌ଏସି ମାନ୍ୟତା ମିଳିବ ସେଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧିମାନେ ଦୃଷ୍ଟି ଦେବା ଆବଶ୍ୟକ। ଦୀର୍ଘ ୨୨ ବର୍ଷ ହେଲା ଯେଉଁ ଦାବି କରାଯାଇ ଆସୁଛି ତାହା ପୂରଣ ହୋଇପାରିଲେ ବିକାଶର ଚିତ୍ର ଏଠାରେ ଦେଖିବାକୁ ମିଳନ୍ତା।
-ଅନ୍ତର୍ଯାମୀ ରାଉଳ, ଲୁହାମୁଣ୍ଡା
ଯୋଗ୍ୟତା ଥାଇ ବି ଅବହେଳା
ଏନ୍‌ଏସି ଘୋଷଣା ପାଇଁ କିଶୋରନଗର ବ୍ଲକର ବଇଣ୍ଡା ନିଶ୍ଚିତ ଯୋଗ୍ୟ। ଏହି ଅଞ୍ଚଳରେ ରେଳ ଷ୍ଟେଶନଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ମାସିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ବଜାରରୁ ଆଦାୟ ହେଉଛି। କିନ୍ତୁ ସରକାର ଅବହେଳା କରି ଚାଲିଛନ୍ତି।
-ଉଗ୍ରସେନ ସେଠୀ, ଗଁାବଇଣ୍ଡା
ପ୍ରଶାସନ ପଦକ୍ଷେପ ନେଉ
୧୯୯୮ ମସିହାରୁ ଅଞ୍ଚଳବାସୀ ଏ ନେଇ ସ୍ବର ଉଠାଇଛନ୍ତି। ସ୍ଥାନୀୟ ପ୍ରଶାସନ, ବିଧାୟକ, ମନ୍ତ୍ରୀଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ଏଯାଏ କୌଣସି ସୁଫଳ ମିଳିପାରି ନାହିଁ। ଏ ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉ।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ସମସ୍ୟାର ସମାଧାନ ହେଉ
ବଇଣ୍ଡାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ଏଠାକାର ୩ଟି ପଞ୍ଚାୟତକୁ ନେଇ ଏନ୍‌ଏସି ଗଠନ ହେଲେ ବିକାଶର ପ୍ରକୃତ ଲାଭ ମିଳିପାରନ୍ତା। ସରକାର ଆଉ ଉପେକ୍ଷା ନ କରି ଏହି ସମସ୍ୟାର ସମାଧାନ କରନ୍ତୁ।
-ସନାତନ ସାହୁ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri