ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ ୨୨ ବର୍ଷ ହେଲା ଦାବି କରାଯାଇ ଆସୁଥିଲେ ମଧ୍ୟ ଏ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ଫଳରେ ନୁନୁକାପଶି, ଗଁା ବଇଣ୍ଡା ଓ ଲୁହାମୁଣ୍ଡା ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ୩ଟି ପଞ୍ଚାୟତକୁ ମିଶାଇ ବଇଣ୍ଡାକୁ ଏନ୍‌ଏସି ମାନ୍ୟତା ଦିଆଗଲେ ଏଠାରେ ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ବିତ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ନୁନୁକାପଶି ପଞ୍ଚାୟତରେ ରହିଛି ବଇଣ୍ଡା। ଏହା ନିକଟରେ ଗାଁବଇଣ୍ଡା ଓ ଲୁହାମୁଣ୍ଡା ପଞ୍ଚାୟତ ରହିଛି। ବଇଣ୍ଡା ବଜାର ଦେଇ ୫୫ ନମ୍ବର ଜାତୀୟ ରାଜପଥ, ତାଳଚେର-ସମ୍ବଲପୁର ରେଳପଥ ଯାଇଛି। ଏଠାରେ ରେଳଷ୍ଟେଶନ ସହ ଷ୍ଟେଟ ବ୍ୟାଙ୍କ, ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ, ଏକ ଘରୋଇ ବ୍ୟାଙ୍କ ସହ ରାଜସ୍ବ କାର୍ଯ୍ୟାଳୟ, ଫାଣ୍ଡି, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଆଦି ଅନେକ ସରକାରୀ ଅଫିସ ରହିଛି। ହେଲେ ବଇଣ୍ଡାର ଯେପରି ବିକାଶ ହେବା କଥା ତାହା ହୋଇପାରୁ ନାହିଁ। ସରକାରୀ ଯୋଜନାଗୁଡିକ ଏଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ନୁନୁକାପଶିରେ ୪ ହଜାର ୭୭୪, ଲୁହାମୁଣ୍ଡାରେ ୨ ହଜାର ୭୫୨, ଗାଁବଇଣ୍ଡାରେ ୩ ହଜାର ୮୪୦ ଭୋଟର ଥିବାବେଳେ ୩ଟି ପଞ୍ଚାୟତକୁ ନେଇ ଏନ୍‌ଏସି ଗଠନ ପାଇଁ ଦାବି ହୋଇଆସୁଛି। ଏନ୍‌ଏସି ହେଲେ ବଇଣ୍ଡା ବଜାର ଅଧିକ ବିକଶିତ ହୋଇପାରନ୍ତା ଏଠାକାର ରାସ୍ତା, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦି ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିପାରନ୍ତା। ଗୋଟିଏ ଅର୍ଥରେ କହିଲେ ଏନ୍‌ଏସି ମାନ୍ୟତା ଏଠାରେ ବିକାଶ ବତି ଜାଳିପାରନ୍ତା। ଏଥିପାଇଁ ପ୍ରଥମେ ୧୯୯୮ରେ ବଇଣ୍ଡା ଗ୍ରାମବାସୀ ତତ୍‌କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଅମର ପ୍ରଧାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ପରେ ୨୦୦୭, ୨୦୧୨ ଓ ୨୦୧୯ରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପି, ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ହେଲେ ଏହି ଦୀର୍ଘ ବର୍ଷର ଦାବି ପ୍ରତି ସରକାର ଆବଶ୍ୟକ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କହିଛନ୍ତି, କେଉଁ ଅଞ୍ଚଳକୁ ଏନ୍‌ଏସି ଘୋଷଣା କରାଯିବ ତାହା ସରକାରଙ୍କ ଉପରେ ନିର୍ଭରଶୀଳ। ଯଦି ବଇଣ୍ଡା ପାଇଁ ଏନ୍‌ଏସି ପ୍ରସ୍ତାବ ଥାଏ ତେବେ ସରକାରଙ୍କ ପକ୍ଷରୁ ରିପୋର୍ଟ ମଗାଗଲେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତାହା ଯୋଗାଇ ଦିଆଯିବ।
ଯୋଜନାର ଲାଭ ମିଳିବ
ବଇଣ୍ଡାକୁ ଏନ୍‌ଏସି ଘୋଷଣା କରାଗଲେ ସରକାରୀ ଅର୍ଥର ସଦୁପଯୋଗ ହୋଇପାରିବ। ଅଞ୍ଚଳର ବିକାଶ ପାଇଁ ଯେଉଁ ଯୋଜନା ସବୁ ହେଉଛି ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। ରାସ୍ତା ଠାରୁ ଆରମ୍ଭ କରି ପରିମଳ ଯାଏ ସବୁ କିଛି ବଦଳିଯିବ।
-ପ୍ରିୟରଞ୍ଜନ ସାହୁ, ଲୁହାମୁଣ୍ଡା
ଲୋକ ପ୍ରତିନିଧି ଦୃଷ୍ଟି ଦିଅନ୍ତୁ
ବଇଣ୍ଡାକୁ କିପରି ଏନ୍‌ଏସି ମାନ୍ୟତା ମିଳିବ ସେଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧିମାନେ ଦୃଷ୍ଟି ଦେବା ଆବଶ୍ୟକ। ଦୀର୍ଘ ୨୨ ବର୍ଷ ହେଲା ଯେଉଁ ଦାବି କରାଯାଇ ଆସୁଛି ତାହା ପୂରଣ ହୋଇପାରିଲେ ବିକାଶର ଚିତ୍ର ଏଠାରେ ଦେଖିବାକୁ ମିଳନ୍ତା।
-ଅନ୍ତର୍ଯାମୀ ରାଉଳ, ଲୁହାମୁଣ୍ଡା
ଯୋଗ୍ୟତା ଥାଇ ବି ଅବହେଳା
ଏନ୍‌ଏସି ଘୋଷଣା ପାଇଁ କିଶୋରନଗର ବ୍ଲକର ବଇଣ୍ଡା ନିଶ୍ଚିତ ଯୋଗ୍ୟ। ଏହି ଅଞ୍ଚଳରେ ରେଳ ଷ୍ଟେଶନଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ମାସିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ବଜାରରୁ ଆଦାୟ ହେଉଛି। କିନ୍ତୁ ସରକାର ଅବହେଳା କରି ଚାଲିଛନ୍ତି।
-ଉଗ୍ରସେନ ସେଠୀ, ଗଁାବଇଣ୍ଡା
ପ୍ରଶାସନ ପଦକ୍ଷେପ ନେଉ
୧୯୯୮ ମସିହାରୁ ଅଞ୍ଚଳବାସୀ ଏ ନେଇ ସ୍ବର ଉଠାଇଛନ୍ତି। ସ୍ଥାନୀୟ ପ୍ରଶାସନ, ବିଧାୟକ, ମନ୍ତ୍ରୀଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ଏଯାଏ କୌଣସି ସୁଫଳ ମିଳିପାରି ନାହିଁ। ଏ ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉ।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ସମସ୍ୟାର ସମାଧାନ ହେଉ
ବଇଣ୍ଡାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ଏଠାକାର ୩ଟି ପଞ୍ଚାୟତକୁ ନେଇ ଏନ୍‌ଏସି ଗଠନ ହେଲେ ବିକାଶର ପ୍ରକୃତ ଲାଭ ମିଳିପାରନ୍ତା। ସରକାର ଆଉ ଉପେକ୍ଷା ନ କରି ଏହି ସମସ୍ୟାର ସମାଧାନ କରନ୍ତୁ।
-ସନାତନ ସାହୁ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?