କାର୍ଯ୍ୟାଳୟ ନିର୍ମାଣରେ ବାଧା ଜବରଦଖଲ

ବଇଣ୍ଡା, ୨୯ା୯(ଡି.ଏନ.ଏ.)

କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ଭଙ୍ଗାଯାଇଛି। ଏସବୁ ଅନ୍ୟତ୍ର ନିର୍ମାଣ ହେବାର ଯୋଜନା ହୋଇଥିଲେ ବି ଏଥିରେ ଅହେତୁକ ବିଳମ୍ବ ହେଉଛି। ବଇଣ୍ଡା ଛକ ଅଞ୍ଚଳରେ ଥିବା ବହୁ ସରକାରୀ ଜମି ଜବରଦଖଲରେ ଥିବାରୁ ସରକାରୀ ଅଫିସ ପାଇଁ ଆବଶ୍ୟକ ଜାଗା ମିଳୁ ନ ଥିବା ଅଭିଯୋଗ ହେଉଛି।
ବଇଣ୍ଡା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କରାଯାଉ ଥିବାରୁ ରାସ୍ତା କଡରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି କିଶୋରଗଞ୍ଜ ପ୍ରାଣୀ ଚିକିତ୍ସାକେନ୍ଦ୍ର, ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟ, ବଇଣ୍ଡା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ, ଲୁହାମୁଣ୍ଡା ସେବା ସମବାୟ ସମିତି, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା, ବଇଣ୍ଡା ଯାତ୍ରୀ ବିଶ୍ରାମାଗାର, ନୁନୁକାପଶି ରାଜୀବ ସେବା କେନ୍ଦ୍ରଗୁଡିକ ଭଙ୍ଗାଯାଇଛି। ୨୦୧୮ ମେ ୧୭ରେ ଉକ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ଉଚ୍ଛେଦ କରାଯାଇଥିଲା। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇପାରୁନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ବଇଣ୍ଡା ଫାଣ୍ଡି, ଶରଧାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ବଇଣ୍ଡା ଜନତା ମହାବିଦ୍ୟାଳୟ ରାସ୍ତା ପାଇଁ କ୍ଷତିଗ୍ରସ୍ତ ହୋଇଛି। ଏହି ଅଞ୍ଚଳରେ କାମ ଆରମ୍ଭ କରାଯାଇ ନ ଥିବାଯୋଗୁ ଏହାକୁ ଉଚ୍ଛେଦ କରାଯାଇ ନାହିଁ। ଅପରପକ୍ଷରେ ବଇଣ୍ଡା ଛକ ଦେଇ ୫୫ ନଂ. ଜାତୀୟ ରାଜପଥ ସହ ତାଳଚେର-ସମ୍ବଲପୁର ରେଳପଥ ଆଦି ଯାଇଥିବାରୁ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏଠାକାର ସରକାରୀ ଜମିଗୁଡ଼ିକୁ ଜବରଦଖଲ କରିଛନ୍ତି। ୨୦୧୪ରେ ୫୪ ଜଣ, ୨୦୧୫ରେ ୩୨ ଜଣ, ୨୦୧୬ରେ ୪୫ ଜଣ ନୂତନ ଭାବେ ଜମି ଜବରଦଖଲ କରିଥିବା ପ୍ରଶାସନ ପକ୍ଷରୁ ଜଣାପଡିଛି। ରାଜସ୍ବ ବିଭାଗର କେତେଜଣ କର୍ମଚାରୀ ହାତଗୁଞ୍ଜା ନେଇ ଏପରି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଜବରଦଖଲକାରୀମାନେ ରାଜପଥରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ସରକାରୀ ଜାଗାଗୁଡ଼ିକ ଉପରେ ଘର ନିର୍ମାଣ କରିଥିବାରୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତରରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଫଳରେ ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟ ଏବେ ଏକ କ୍ଲବ ଘରେ ଚାଲିଛି। ସେହିପରି କିଶୋରଗଞ୍ଜ ପ୍ରାଣୀ ଚିକିତ୍ସା କେନ୍ଦ୍ର ହଣ୍ଡପା କାର୍ଯ୍ୟାଳୟରେ ଚାଲୁଛି। ଏକ ପୁରୁଣା ଘର ମରାମତି କରାଯାଇ ସେଠାରେ ଲୁହାମୁଣ୍ଡା ସୋସାଇଟି କାର୍ଯ୍ୟାଳୟ କରାଯାଇଛି। ତୁରନ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ନିର୍ମାଣ କରାଯିବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କୁହନ୍ତି, ବଇଣ୍ଡାଠାରେ ଭଙ୍ଗାଯାଇଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ କିପରି ନିର୍ମାଣ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ରାଜସ୍ବ କାର୍ଯ୍ୟାଳୟ ପାଇଁ ଜମି ହସ୍ତାନ୍ତର ହୋଇଛି। ବଙ୍ଗଳା ଓ ଅନ୍ୟାନ୍ୟ ଅଫିସ୍‌ ନିମନ୍ତେ ଶୀଘ୍ର ଜମି ଯୋଗାଇ ଦିଆଯିବ। ଏ ନେଇ ଏକ ସମୀକ୍ଷା ବୈଠକ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri