କାର୍ଯ୍ୟାଳୟ ନିର୍ମାଣରେ ବାଧା ଜବରଦଖଲ

ବଇଣ୍ଡା, ୨୯ା୯(ଡି.ଏନ.ଏ.)

କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ଭଙ୍ଗାଯାଇଛି। ଏସବୁ ଅନ୍ୟତ୍ର ନିର୍ମାଣ ହେବାର ଯୋଜନା ହୋଇଥିଲେ ବି ଏଥିରେ ଅହେତୁକ ବିଳମ୍ବ ହେଉଛି। ବଇଣ୍ଡା ଛକ ଅଞ୍ଚଳରେ ଥିବା ବହୁ ସରକାରୀ ଜମି ଜବରଦଖଲରେ ଥିବାରୁ ସରକାରୀ ଅଫିସ ପାଇଁ ଆବଶ୍ୟକ ଜାଗା ମିଳୁ ନ ଥିବା ଅଭିଯୋଗ ହେଉଛି।
ବଇଣ୍ଡା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କରାଯାଉ ଥିବାରୁ ରାସ୍ତା କଡରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି କିଶୋରଗଞ୍ଜ ପ୍ରାଣୀ ଚିକିତ୍ସାକେନ୍ଦ୍ର, ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟ, ବଇଣ୍ଡା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ, ଲୁହାମୁଣ୍ଡା ସେବା ସମବାୟ ସମିତି, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା, ବଇଣ୍ଡା ଯାତ୍ରୀ ବିଶ୍ରାମାଗାର, ନୁନୁକାପଶି ରାଜୀବ ସେବା କେନ୍ଦ୍ରଗୁଡିକ ଭଙ୍ଗାଯାଇଛି। ୨୦୧୮ ମେ ୧୭ରେ ଉକ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ଉଚ୍ଛେଦ କରାଯାଇଥିଲା। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇପାରୁନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ବଇଣ୍ଡା ଫାଣ୍ଡି, ଶରଧାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ବଇଣ୍ଡା ଜନତା ମହାବିଦ୍ୟାଳୟ ରାସ୍ତା ପାଇଁ କ୍ଷତିଗ୍ରସ୍ତ ହୋଇଛି। ଏହି ଅଞ୍ଚଳରେ କାମ ଆରମ୍ଭ କରାଯାଇ ନ ଥିବାଯୋଗୁ ଏହାକୁ ଉଚ୍ଛେଦ କରାଯାଇ ନାହିଁ। ଅପରପକ୍ଷରେ ବଇଣ୍ଡା ଛକ ଦେଇ ୫୫ ନଂ. ଜାତୀୟ ରାଜପଥ ସହ ତାଳଚେର-ସମ୍ବଲପୁର ରେଳପଥ ଆଦି ଯାଇଥିବାରୁ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏଠାକାର ସରକାରୀ ଜମିଗୁଡ଼ିକୁ ଜବରଦଖଲ କରିଛନ୍ତି। ୨୦୧୪ରେ ୫୪ ଜଣ, ୨୦୧୫ରେ ୩୨ ଜଣ, ୨୦୧୬ରେ ୪୫ ଜଣ ନୂତନ ଭାବେ ଜମି ଜବରଦଖଲ କରିଥିବା ପ୍ରଶାସନ ପକ୍ଷରୁ ଜଣାପଡିଛି। ରାଜସ୍ବ ବିଭାଗର କେତେଜଣ କର୍ମଚାରୀ ହାତଗୁଞ୍ଜା ନେଇ ଏପରି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଜବରଦଖଲକାରୀମାନେ ରାଜପଥରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ସରକାରୀ ଜାଗାଗୁଡ଼ିକ ଉପରେ ଘର ନିର୍ମାଣ କରିଥିବାରୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତରରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଫଳରେ ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟ ଏବେ ଏକ କ୍ଲବ ଘରେ ଚାଲିଛି। ସେହିପରି କିଶୋରଗଞ୍ଜ ପ୍ରାଣୀ ଚିକିତ୍ସା କେନ୍ଦ୍ର ହଣ୍ଡପା କାର୍ଯ୍ୟାଳୟରେ ଚାଲୁଛି। ଏକ ପୁରୁଣା ଘର ମରାମତି କରାଯାଇ ସେଠାରେ ଲୁହାମୁଣ୍ଡା ସୋସାଇଟି କାର୍ଯ୍ୟାଳୟ କରାଯାଇଛି। ତୁରନ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ନିର୍ମାଣ କରାଯିବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କୁହନ୍ତି, ବଇଣ୍ଡାଠାରେ ଭଙ୍ଗାଯାଇଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ କିପରି ନିର୍ମାଣ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ରାଜସ୍ବ କାର୍ଯ୍ୟାଳୟ ପାଇଁ ଜମି ହସ୍ତାନ୍ତର ହୋଇଛି। ବଙ୍ଗଳା ଓ ଅନ୍ୟାନ୍ୟ ଅଫିସ୍‌ ନିମନ୍ତେ ଶୀଘ୍ର ଜମି ଯୋଗାଇ ଦିଆଯିବ। ଏ ନେଇ ଏକ ସମୀକ୍ଷା ବୈଠକ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?