ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯ – ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ ରହିଛି। ବର୍ତ୍ତମାନର କୋଭିଡ୍‌ ସମୟରେ ପୌରପାଳିକା ପକ୍ଷରୁ ଏହି ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କେତେଜଣ ଓ୍ବାର୍ଡ ଅଫିସର ଉକ୍ତ ଦାୟିତ୍ୱ ତୁଲାଇବା ତ ଦୂରର କଥା ଓ୍ବାର୍ଡ ଅଫିସକୁ ଯାଉ ନ ଥିବା ଅଭିଯୋଗ ହେଉଛି। ନିଜ କାର୍ଯ୍ୟରେ ଅଫିସରମାନଙ୍କ ଏପରି ଅବହେଳା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ତେବେ ବିଳମ୍ବରେ ହେଲେ ବି ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକ୍‌ ଭାବେ କର୍ତ୍ତବ୍ୟ ସମ୍ପାଦନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ (ଇ.ଓ.)ବିନୋଦ ଚନ୍ଦ୍ର ପଣ୍ଡା ଚେତାଇ ଦେଇଛନ୍ତି।
୨୦୧୯ ସେପ୍ଟେମ୍ବରଠାରୁ ଅନୁଗୋଳ ପୌରପାଳିକାରେ ଏହି ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ପ୍ରତି ଓ୍ବାର୍ଡର ପରିମଳ କାର୍ଯ୍ୟ ତଦାରଖ ସହ ବାସିନ୍ଦାଙ୍କ ସମସ୍ୟା ଦୈନିକ ବୁଝି ତତ୍କାଳ ତାହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଛୋଟମୋଟ ଅଭିଯୋଗ ନେଇ କୌଣସି ଓ୍ବାର୍ଡରୁ ଜନସାଧାରଣ ଯେପରି ମୁଖ୍ୟ କାର୍ଯ୍ୟାଳୟ ଯାଏ ନ ଆସିବେ ସେଥିପାଇଁ ଏହି ଯୋଜନା କରାଯାଇଥିଲା। ତେବେ ସହରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଓ ଅଧିକାଂଶ ସଂକ୍ରମିତ ହୋମ୍‌ ଆଇସୋଲେଶନରେ ରହୁଥିବାରୁ ଏହି ଓ୍ବାର୍ଡ ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି। ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଥିବା ଆକ୍ରାନ୍ତମାନଙ୍କୁ କୋଭିଡ୍‌ କିଟ୍‌ ଯୋଗାଇଦେବା ଠାରୁ ଆରମ୍ଭ କରି ଆଇସୋଲେଶନ ଅବଧି ସରିବା ଯାଏ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। କିନ୍ତୁ ଉକ୍ତ ଦାୟିତ୍ୱ ତୁଲାଇବାରେ କେତେଜଣ ଓ୍ବାର୍ଡ ଅଫିସର ଅବହେଳା କରୁଥିବା ଅଭିଯୋଗ ହେଉଛି। ୱାର୍ଡରେ ଥିବା ସଂକ୍ରମିତମାନଙ୍କ ଚିଠା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିଲେ ବି ଆକ୍ରାନ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଏହି ଅଫିସରମାନଙ୍କ ନିକଟରେ ରହୁନାହିଁ। ୱାର୍ଡରେ କୋଭିଡ୍‌ ପରିଚାଳନା ଓ ରୋଗୀଙ୍କ ସମସ୍ୟା ବୁଝିବା ତ ଦୂରର କଥା ସଂକ୍ରମିତ ବାହାରୁଥିବା ୱାର୍ଡକୁ କିପରି ସାନିଟାଇଜ୍‌ କରାଯିବ ତାହା ମଧ୍ୟ ସେମାନେ ବୁଝୁନାହାନ୍ତି। ଅନେକ ସ୍ଥାନରେ ୱାର୍ଡ ଅଫିସରେ ତାଲା ଝୁଲୁଛି। ଫଳରେ ଅଭିଯୋଗ ନେଇ ସେଠାକୁ ଯାଉଥିବା ଲୋକମାନେ ଫେରି ଆସୁଥିବା ଅଭିଯୋଗ ହେଉଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ଏଣିକି ଆଉ ୱାର୍ଡ ଅଫସରଙ୍କୁ କ୍ଷମା ଦିଆଯିବ ନାହିଁ। ସେମାନେ ପରିମଳ ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଯେଉଁ ୱାର୍ଡରୁ ସଂକ୍ରମିତ ବାହାରିବେ ସେମାନଙ୍କ ଉପରେ ନଜର ରଖିବା ସହ ଉକ୍ତ ଅଞ୍ଚଳକୁ କିଭଳି ସାନିଟାଇଜ୍‌ କରାଯିବ ସେ ନେଇ ମଧ୍ୟ ଦାୟିତ୍ୱ ନେବେ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ଠିକ୍‌ ଭାବେ ହେଉ କି ନାହିଁ ତାହା ତଦାରଖ କରାଯିବ। ସରପ୍ରାଇଜ୍‌ ଭିଜିଟ୍‌ ମଧ୍ୟ କରାଯିବ। ଯଦି କୌଣସି ୱାର୍ଡ ଅଫିସର ଅବହେଳା କରୁଥିବା ଦେଖାଯିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri