ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯ – ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି। ଦୈନିକ ଅଭିଯୋଗର ଶୁଣାଣି କରିବାକୁ ପ୍ରତି ଓ୍ବାର୍ଡରେ ଗୋଟିଏ ଲେଖାଏ ଅଫିସ ମଧ୍ୟ ରହିଛି। ବର୍ତ୍ତମାନର କୋଭିଡ୍‌ ସମୟରେ ପୌରପାଳିକା ପକ୍ଷରୁ ଏହି ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କେତେଜଣ ଓ୍ବାର୍ଡ ଅଫିସର ଉକ୍ତ ଦାୟିତ୍ୱ ତୁଲାଇବା ତ ଦୂରର କଥା ଓ୍ବାର୍ଡ ଅଫିସକୁ ଯାଉ ନ ଥିବା ଅଭିଯୋଗ ହେଉଛି। ନିଜ କାର୍ଯ୍ୟରେ ଅଫିସରମାନଙ୍କ ଏପରି ଅବହେଳା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ତେବେ ବିଳମ୍ବରେ ହେଲେ ବି ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକ୍‌ ଭାବେ କର୍ତ୍ତବ୍ୟ ସମ୍ପାଦନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ (ଇ.ଓ.)ବିନୋଦ ଚନ୍ଦ୍ର ପଣ୍ଡା ଚେତାଇ ଦେଇଛନ୍ତି।
୨୦୧୯ ସେପ୍ଟେମ୍ବରଠାରୁ ଅନୁଗୋଳ ପୌରପାଳିକାରେ ଏହି ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ପ୍ରତି ଓ୍ବାର୍ଡର ପରିମଳ କାର୍ଯ୍ୟ ତଦାରଖ ସହ ବାସିନ୍ଦାଙ୍କ ସମସ୍ୟା ଦୈନିକ ବୁଝି ତତ୍କାଳ ତାହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଛୋଟମୋଟ ଅଭିଯୋଗ ନେଇ କୌଣସି ଓ୍ବାର୍ଡରୁ ଜନସାଧାରଣ ଯେପରି ମୁଖ୍ୟ କାର୍ଯ୍ୟାଳୟ ଯାଏ ନ ଆସିବେ ସେଥିପାଇଁ ଏହି ଯୋଜନା କରାଯାଇଥିଲା। ତେବେ ସହରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଓ ଅଧିକାଂଶ ସଂକ୍ରମିତ ହୋମ୍‌ ଆଇସୋଲେଶନରେ ରହୁଥିବାରୁ ଏହି ଓ୍ବାର୍ଡ ଅଫିସରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି। ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଥିବା ଆକ୍ରାନ୍ତମାନଙ୍କୁ କୋଭିଡ୍‌ କିଟ୍‌ ଯୋଗାଇଦେବା ଠାରୁ ଆରମ୍ଭ କରି ଆଇସୋଲେଶନ ଅବଧି ସରିବା ଯାଏ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। କିନ୍ତୁ ଉକ୍ତ ଦାୟିତ୍ୱ ତୁଲାଇବାରେ କେତେଜଣ ଓ୍ବାର୍ଡ ଅଫିସର ଅବହେଳା କରୁଥିବା ଅଭିଯୋଗ ହେଉଛି। ୱାର୍ଡରେ ଥିବା ସଂକ୍ରମିତମାନଙ୍କ ଚିଠା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିଲେ ବି ଆକ୍ରାନ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଏହି ଅଫିସରମାନଙ୍କ ନିକଟରେ ରହୁନାହିଁ। ୱାର୍ଡରେ କୋଭିଡ୍‌ ପରିଚାଳନା ଓ ରୋଗୀଙ୍କ ସମସ୍ୟା ବୁଝିବା ତ ଦୂରର କଥା ସଂକ୍ରମିତ ବାହାରୁଥିବା ୱାର୍ଡକୁ କିପରି ସାନିଟାଇଜ୍‌ କରାଯିବ ତାହା ମଧ୍ୟ ସେମାନେ ବୁଝୁନାହାନ୍ତି। ଅନେକ ସ୍ଥାନରେ ୱାର୍ଡ ଅଫିସରେ ତାଲା ଝୁଲୁଛି। ଫଳରେ ଅଭିଯୋଗ ନେଇ ସେଠାକୁ ଯାଉଥିବା ଲୋକମାନେ ଫେରି ଆସୁଥିବା ଅଭିଯୋଗ ହେଉଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ଏଣିକି ଆଉ ୱାର୍ଡ ଅଫସରଙ୍କୁ କ୍ଷମା ଦିଆଯିବ ନାହିଁ। ସେମାନେ ପରିମଳ ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଯେଉଁ ୱାର୍ଡରୁ ସଂକ୍ରମିତ ବାହାରିବେ ସେମାନଙ୍କ ଉପରେ ନଜର ରଖିବା ସହ ଉକ୍ତ ଅଞ୍ଚଳକୁ କିଭଳି ସାନିଟାଇଜ୍‌ କରାଯିବ ସେ ନେଇ ମଧ୍ୟ ଦାୟିତ୍ୱ ନେବେ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ଠିକ୍‌ ଭାବେ ହେଉ କି ନାହିଁ ତାହା ତଦାରଖ କରାଯିବ। ସରପ୍ରାଇଜ୍‌ ଭିଜିଟ୍‌ ମଧ୍ୟ କରାଯିବ। ଯଦି କୌଣସି ୱାର୍ଡ ଅଫିସର ଅବହେଳା କରୁଥିବା ଦେଖାଯିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?