ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ ଓଦା ଆବର୍ଜନାରୁ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ କରିଛି ହୁଲୁରିସିଂହା ଏମ୍‌ସିସି। ଏଠାରୁ ଉତ୍ପାଦିତ ୩୦ କିଲୋଗ୍ରାମ ଜୈବିକ ଖତକୁ ୨୦ ଟଙ୍କା ହିସାବରେ ବିକ୍ରି କରାଯାଇଛି। ୧୦ କେଜି ପରୀକ୍ଷାମୂଳକ ଭାବେ ଗୋଟିଏ ନର୍ସରିକୁ ଦିଆଯାଇଥିବା ବେଳେ ଅବଶିଷ୍ଟକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଇଛି। ଆସନ୍ତା ମାସରେ ହେମସୁରପଡ଼ା ଓ ମିଶ୍ରପଡ଼ା ଏମ୍‌ସିସିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳର ଏହି ୩ ଏମ୍‌ସିସିକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏହାର ଦୁଇମାସ ପୂର୍ବରୁ ପୌରପାଳିକା ପକ୍ଷରୁ ସହରରୁ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଇ ହୁଲୁରିସିଂହା ଏମ୍‌ସିସିରେ ପକାଯାଉଥିଲା। ଓଦା ଅଳିଆ ସହ ଗୁଡ଼, ଦହି, ପାଣି ଓ କୁଣ୍ଡାରୁ ପ୍ରସ୍ତୁତ ରସାୟନିକ ମିଶ୍ରଣ କରାଯାଉଥିଲା। ୪୨ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ ହୋଇଥିବା ପୌରପାଳିକାର ସାନିଟାଇଜ୍‌ ବିଶେଷଜ୍ଞ ଜିତେନ୍ଦ୍ର କୁମାର ସେଠୀ କହିଛନ୍ତି। ବର୍ତ୍ତମାନ ବିନା ମେଶିନରେ ଖତ ଉତ୍ପାଦନ କରାଯାଉଥିବାବେଳେ ଆଗକୁ ମେଶିନ୍‌ ଲଗାଯାଇ କାର୍ଯ୍ୟ କରାଯିବ। ଏ ନେଇ ଜିଇଡି ସହ ଆଲୋଚନା ହୋଇଛି। ଜିଇଡି ଓ ଟିପିସିଏଲ୍‌ ନିକଟରୁ କେତେ ଟଙ୍କା ଖର୍ଚ୍ଚରେ ବିଜୁଳି ସଂଯୋଗ ଅଣାଯାଇପାରିବ ସେ ନେଇ ଆକଳନ ସରିଛି। ବିଜୁଳି ସଂଯୋଗ ହେବା ପରେ ଏମ୍‌ସିସି ଗୁଡ଼ିକରେ ମେଶିନ୍‌ ଲଗାଯିବ। ସୂଚନାଯୋଗ୍ୟ ଯେ, ଅନୁଗୋଳ ସହରରେ ୩ଟି ଏମ୍‌ସିସି ସହ ଗୋଟିଏ ମ୍ୟାଟେ୍‌ରିଆଲ ରିକଭରି ଫ୍ୟାସିଲିଟି(ଏମ୍‌ଆର୍‌ଏଫ୍‌) ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତ ହେଉଥିବାବେଳେ ଏମ୍‌ଆର୍‌ଏଫ୍‌ରେ ଶୁଖିଲା ଅଳିଆ ପକାଯାଇ ପାଉଡର ବାହାର କରାଯିବ। ଏହାକୁ ଏକ ସିମେଣ୍ଟ ପ୍ରସ୍ତୁତ କାରଖାନାକୁ ଦିଆଯିବ। ହୁଲୁରିସିଂହା ଏମ୍‌ସିସିରୁ ଉତ୍ପାଦନ ଆରମ୍ଭ ହୋଇଥିବାରୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଉକ୍ତ ଏମ୍‌ସିସି ଦାୟିତ୍ୱରେ ଥିବା ଧରିତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଣିକି ପ୍ରତ୍ୟେକ ଦିନ ଓଦା ଅଳିଆରୁ ଖତ ପ୍ରସ୍ତୁତ ହୋଇ ବିକ୍ରି କରାଯିବ। ଏ ନେଇ କେତେଜଣ ନର୍ସରିମାଲିକଙ୍କ ସହ ଆଲୋଚନା ହୋଇଛି। ସହରର ଯେଉଁମାନେ ଜୈବିକ ଖତ ନେବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ବିକ୍ରି କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri